ETV Bharat / state

କଙ୍ଗାରୁ କୋର୍ଟ ମାମଲାରେ 4 ଗିରଫ: ମହିଳାଙ୍କୁ ଲଣ୍ଡା କରି ମଟନ ଭୋଜି ଖାଇଥିଲେ, ମା' ପାଇଁ ନ୍ୟାୟ ମାଗିଲା ପୁଅ - Kangaroo Court In jharsuguda

author img

By ETV Bharat Odisha Team

Published : Aug 25, 2024, 7:37 PM IST

Kangaroo Court In jharsuguda: ବସିଲା କଙ୍ଗାରୁ କୋର୍ଟ । ଲଣ୍ଡା ହେଲେ ମହିଳା। ଏପରିକି ସମାଜରୁ ବାସନ୍ଦ କରାଯିବା ଭୟ ଦେଖାଇ ତାଙ୍କୁ ମଟନ ଭୋଜି ଦେବାକୁ କୁହାଗଲା । ଆଉ ତା'ପରେ କ'ଣ ହେଲା ଜାଣନ୍ତୁ ।

Kangaroo Court
Kangaroo Court (ETV Bharat Odisha)

ଝାରସୁଗୁଡ଼ା: କଙ୍ଗାରୁ କୋର୍ଟରେ ଲଣ୍ଡା ହେଲେ ମହିଳା । ସ୍ବାମୀଙ୍କ ଅତ୍ୟାଚାରକୁ ବିରୋଧ କରିବାରୁ ତାଙ୍କୁ ଏଭଳି ଦଶା ଭୋଗିବାକୁ ପଡ଼ିଛି । ସେପଟେ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

Kangaroo Court (ETV Bharat Odisha)

କାହିଁକି ମହିଳାଙ୍କୁ ଲଣ୍ଡା କରାଗଲା?

ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ରାଉତବାହାଲ ଗ୍ରାମରେ ଘଟିଛି ଏଭଳି ଅଦ୍ଭୁତ ଘଟଣା । ସ୍ବାମୀ ମାରପିଟ୍ କରିବା ସମୟରେ ସ୍ତ୍ରୀ ତାର ପ୍ରତିବାଦ କରିଥିଲେ । ଦମ୍ପତିଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଫଳରେ ସ୍ତ୍ରୀ ଉତକ୍ଷିପ୍ତ ହୋଇ ସ୍ବାମୀଙ୍କ ଉପରକୁ ହାତ ଉଠାଇଥିଲେ । ଏନେଇ ସମ୍ପୃକ୍ତ ସ୍ବାମୀ ଜଣକ ଜାତି ସମାଜଙ୍କ ପାଖକୁ ଗଲେ । ପରେ ବୈଠକ ହେଲା ଏବଂ ଦଣ୍ଡ ମଧ୍ୟ ସ୍ଥିର କରାଗଲା । ଜାତି ସମାଜ ମୁଖିଆ ଓ ତାଙ୍କ ସ୍ବାମୀ ସମ୍ମୁଖରେ ସ୍ତ୍ରୀଙ୍କୁ ଲଣ୍ଡା କରାଯାଇଥିଲା ଏବଂ ଜାତିରେ ପୁନଃ ପ୍ରବେଶ କରିବା ପାଇଁ ଖାସି ମାଂସ ଭୋଜି ଦେବାକୁ ହେବ ବୋଲି ସମାଜ ପକ୍ଷରୁ ବାଧ୍ୟ କରାଯାଇଥିଲା ।

ସମାଜରୁ ବାସନ୍ଦ ଭୟ ଦେଖାଇ ମାଂସଭୋଜି :

ସମାଜରୁ ବାସନ୍ଦ ଭୟ ଦେଖାଇ ଖାସି ମାଂସ ଭୋଜି ମାଗିଲେ ଲୋକେ । ସମାଜର ପୁରୁଖା ଲୋକଙ୍କ ସମ୍ମୁଖରେ ଦଣ୍ଡ ନିଷ୍ପତ୍ତିକୁ ମୁଣ୍ଡପାତି ମାନିଥିଲେ ମହିଳା ଜଣକ । ଜାତି ସମାଜର ଚାପରେ ସମ୍ମୁଖରେ ମହିଳାଙ୍କୁ ଲଣ୍ଡା କରିଥିଲେ । ସେତିକିରେ କଥା ସରି ନଥିଲା । ଜାତିରୁ ବାସନ୍ଦ ନ ହେବା ପାଇଁ ମହିଳା ଜଣକ ମୁହଁ ଖୋଲି ନପାରି ଖାସି ମାଂସ ଭୋଜି ବ୍ୟବସ୍ଥା କରିଥିଲେ । ମା’ଙ୍କୁ ନିର୍ଯାତନା ଦିଆଯାଇଥିବା ସମ୍ପର୍କରେ ସାନ ଭଉଣୀଙ୍କଠାରୁ ଜାଣିବାକୁ ପାଇ ତାମିଲନାଡୁରେ ରହୁଥିବା ପୁଅ ଗାଁକୁ ଫେରିଥିଲେ ।

ଏହା ବି ପଢନ୍ତୁ...ନବରଙ୍ଗପୁରରେ କଙ୍ଗାରୁ କୋର୍ଟ, ଯୁବତୀ ଓ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ - Kangaroo Court In Nabarangpur

ମା'ଙ୍କ ପାଇଁ ନ୍ୟାୟ ମାଗିଲେ ପୁଅ:

ଅସହ୍ୟ ଶାରୀରିକ ଉତ୍ପୀଡ଼ନର ଶିକାର ହୋଇଥିବା ମା’ଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ସେ ସ୍ଵର ଉଠାଇଛନ୍ତି । ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ କରିବା ଦାବିରେ ପ୍ରଥମେ ସାହାସପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ଏହାପରେ ଶନିବାର ସନ୍ଧ୍ୟାରେ ଲଇକେରା ଥାନାରେ ପହଞ୍ଚି ଏତଲା ଦେଇଥିଲେ । "ଏନେଇ ଏକ ମାମଲା ରୁଜୁ କରି ୪ ଜଣକୁ ଗିରଫ କରିଥିବାବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ" ବୋଲି କହିଛନ୍ତି ଝାରସୁଗୁଡ଼ା ଏସଡିପିଓ । ଅପରପକ୍ଷେ, ସାମାନ୍ୟ ବଚସାକୁ କେନ୍ଦ୍ର କରି ମହିଳାଙ୍କୁ ଏଭଳି ଅପମାନିତ କରାଯିବା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.