ETV Bharat / state

ମେ’ ୨୦ରେ କନ୍ଧମାଳରେ ମତଦାନ, ଖୋଲାଯିବ 75ଟି ସଖୀ ବୁଥ୍‌

Press Meet for General Election: ଚଳିତ ସାଧାରଣ ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ଏଥର ଜିଲ୍ଲାରେ ୫,୬୮,୯୬୧ ଜଣ ନିଜର ମତଦାନ କରିବେ ।

ମେ ୨୦ରେ କନ୍ଧମାଳ ଜିଲ୍ଲାରେ ମତଦାନ
ମେ ୨୦ରେ କନ୍ଧମାଳ ଜିଲ୍ଲାରେ ମତଦାନ
author img

By ETV Bharat Odisha Team

Published : Mar 18, 2024, 7:04 AM IST

ମେ ୨୦ରେ କନ୍ଧମାଳ ଜିଲ୍ଲାରେ ମତଦାନ

ଫୁଲବାଣୀ: ଗତ ଶନିବାର ମୁଖ୍ୟ ନିର୍ବାଚନ ଆୟୋଗ ୨୦୨୪ ସାଧାରଣ ନିର୍ବାଚନର ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଦିନ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ଜିଲ୍ଲାର ୩ଟି ବିଧାନସଭା ପାଇଁ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି । ଆସନ୍ତା ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୨୦ ତାରିଖରେ ବାଲିଗୁଡା, ଜି.ଉଦୟଗିରି ଓ ଫୁଲବାଣୀରେ ମତଦାନ ହେବ ।

ଜିଲାପାଳଙ୍କ ସୂଚନା ଅନୁଯାୟୀ, ମେ ୩ ତାରିଖ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସ ରହିଥିବା ବେଳେ ୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ୬ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ଜନସଂଖ୍ୟା ୮ ଲକ୍ଷ ୪୦୨୮ ଥିବା ୫,୬୮,୯୬୧ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୨,୭୪,୮୩୮ ଥିବାବେଳେ ମହିଳାଙ୍କ ସଂଖ୍ୟା ୨,୯୪,୦୫୦ ରହିଛି । ସେହିଭଳି ୧୧,୨୪୮ ଭିନ୍ନକ୍ଷମ ଭୋଟର ଥିବା ବେଳେ ୭୩ ଜଣ ତୃତୀୟ ଲିଙ୍କ ଭୋଟର ଅଛନ୍ତି ।

ସେହିପରି ୧୮ରୁ ୩୫ ବର୍ଷ ବୟସର ୧୪,୩୩୦ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରାଯାଇଥିବା ବେଳେ ଜିଲ୍ଲାରେ ୩୮୫୨ ଜଣ ୮୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଭୋଟର ଚଳିତ ଥର ନିଜର ମତାଧିକାର ସାବ୍ୟସ୍ତ କରିବେ । ମତଦାନ ପାଇଁ ଜିଲ୍ଲାରେ ସମୂଦାୟ ୬୫୯ଟି ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ବାଲିଗୁଡାରେ ୧୭୮, ଜି ଉଦୟଗିରିରେ ୨୫୧ ଓ ଫୁଲବାଣୀରେ ୨୩୦ଟି ବୁଥ ରହିଛି । ଚଳିତ ନିର୍ବାଚନରେ ୭୫ଟି ସଖୀ ବୁଥ ଖୋଲାଯିବ, ଯେଉଁ ଗୁଡିକ କେବଳ ମହିଳା କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । ସେଭଳି ୧୫ଟି ବୁଥକୁ ୧୮ରୁ ୩୫ ବର୍ଷର ଯୁବ ଅଧିକାରୀ ପରିଚାଳନା କରିବେ । ମତଦାନ ପରିଚାଳନା ପାଇଁ ୪,୭୪୦ ଜଣ ସରକାରୀ କର୍ମଚାରୀ ନିୟୋଜିତ ହେବେ । ସେମାନଙ୍କ ମଧ୍ୟରେ ୫୪୬ ମହିଳା କର୍ମଚାରୀ ଅଛନ୍ତି । ଜିଲ୍ଲାର ୪ଟି ସ୍ଥାନରେ ଏହି କର୍ମଚାରୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଜାରି ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ......କେନ୍ଦ୍ରାପଡ଼ାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର

ବାଲିଗୁଡା ଆସନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ ହେବାକୁ ଥିବା ବେଳେ ଜି ଉଦୟଗିରି ଆସନ ପାଇଁ ବାଲିଗୁଡା ଆଇଟିଡିଏ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରାଯିବ । ସେହିଭଳି ଫୁଲବାଣୀ ଆସନ ପାଇଁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ ହେବ । କନ୍ଧମାଳ ଲୋକସଭା ଆସନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ ହେବ ବୋଲି ସୂଚନା ମିଳିଛି । ବାଲିଗୁଡା ପାଇଁ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜି ଉଦୟଗିରି ପାଇଁ ବାଲିଗୁଡା ଆଦିବାସୀ କଲେଜରେ ଏବଂ ଫୁଲବାଣୀ ପାଇଁ ସ୍ଥାନୀୟ ସରକାରୀ ପଲିଟେକନିକ କଲେଜରେ ଜୁନ 4 ତାରିଖରେ ଏକକାଳୀନ ମତଗଣନା କରାଯିବ ।

ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ସମ୍ପର୍କିତ ଯେ କୌଣସି ଅଭିଯୋଗ ଟୋଲ ଫ୍ରି ନମ୍ବର ୧୯୫୦ ମାଧ୍ୟମରେ ଦାଖଲ କରାଯାଇ ପାରିବ ବୋଲି ସୂଚନା ଦିଆଯାଇଛି । ସେହିଭଳି ସି-ଭିଜିଲ ଆପ ମାଧ୍ୟମରେ ମଧ୍ୟ ଜନସାଧାରଣ ଓ ରାଜନୈତିକ ଦଳମାନେ ଅଭିଯୋଗ ଦାଖଲ କରି ପାରିବେ । ତେବେ ନୂତନ ଭୋଟରଙ୍କ ପଞ୍ଜୀକରଣ ସଂଶୋଧନ ମତଦାନ ତାରିଖର ଦଶଦିନ ପୂର୍ବ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି । ନିର୍ବାଚନ ସୂଚାରୁ ପରିଚାଳନା ପାଇଁ ବିଭିନ୍ନ ସ୍କ୍ବାଡ ଗଠନ କରାଯାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.