ETV Bharat / state

ଏନଏସି ଘୋଷଣାରେ କନ୍ଧମାଳକୁ ଉପେକ୍ଷା, ସାମ୍ମାଦିକ ସମ୍ମିଳନୀରେ ଗର୍ଜିଲା ବିଜେପି

author img

By ETV Bharat Odisha Team

Published : Mar 15, 2024, 9:35 AM IST

NAC Status Demand: ପୁଣି ମୁଣ୍ଡ ଟେକୁଛି ଏନଏସି ଘୋଷଣାକୁ ନେଇ ଅସନ୍ତୋଷ । ଏନଏସି ଘୋଷଣାରେ କନ୍ଧମାଳକୁ ଉପେକ୍ଷା ଅଭିଯୋଗ । ଟିକାବାଲି ଦାରିଙ୍ଗିବାଡ଼ି ଫିରିଙ୍ଗିଆକୁ ଏନଏସି ଦାବି ସହ ବ୍ରାହ୍ମଣୀଗାଁ ଓ ଗୋଚ୍ଛାପଡ଼ାକୁ ବ୍ଲକ ଦାବି କରାଯାଇଛି । ଅଧିକ ପଢ଼ନ୍ତୁ

ଏନଏସି ଘୋଷଣାରେ କନ୍ଧମାଳକୁ ଉପେକ୍ଷା ଅଭିଯୋଗ
ଏନଏସି ଘୋଷଣାରେ କନ୍ଧମାଳକୁ ଉପେକ୍ଷା ଅଭିଯୋଗ
ଏନଏସି ଘୋଷଣାରେ କନ୍ଧମାଳକୁ ଉପେକ୍ଷା ଅଭିଯୋଗ

ଫୁଲବାଣୀ: ଏନଏସି ଘୋଷଣାକୁ ନେଇ ଅସନ୍ତୋଷ । ରାଜ୍ୟ ସରକାର ଏନଏସି ଘୋଷଣାରେ କନ୍ଧମାଳକୁ ଉପେକ୍ଷା କରିଥିବା ଅଭିଯୋଗ ଆସିଛି । ଟିକାବାଲି, ଦାରିଙ୍ଗିବାଡ଼ି ଏବଂ ଫିରିଙ୍ଗିଆକୁ ଏଡନଏସି ଦାବି ସହ ବ୍ରାହ୍ମଣୀଗାଁ ଓ ଗୋଚ୍ଛାପଡ଼ାକୁ ବ୍ଲକ ଦାବି କରାଯାଇଛି । ଗତ ବୁଧବାର ରାଜ୍ୟ ସରକାର ରାଜ୍ୟରେ ଆଉ 22 ନୂଆ ଏନ୍‌ଏସି ଘୋଷଣା କରିଛନ୍ତି । ହେଲେ କନ୍ଧମାଳ ଜିଲ୍ଲାରେ ସେପରି କିଛି ହୋଇନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଞ୍ଚଳ ଲୋକ । ସେନେଇ ଫୁଲବାଣୀରେ ଗତକାଲି(ଗୁରୁବାର) ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ।

ଏହାକୁ ଆମେ ବିରୋଧ କରୁଛୁ ବୋଲି ଗୁରୁବାର ଫୁଲବାଣୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ରମେଶ ଚନ୍ଦ୍ର ମହାନ୍ତି ଅଭିଯୋଗ କରିଛନ୍ତି । ଏହା ସରକାରଙ୍କ ବୈମାତୃକ ମନୋଭାବ ବୋଲି ସେ ଅଭିଯୋଗ କରିଛନ୍ତି । ରମେଶ ଆହୁରି କହିଛନ୍ତି ‘‘ଜିଲ୍ଲାର ଫିରିଙ୍ଗିଆ ଏବଂ ଦାରିଙ୍ଗିବାଡି ବ୍ଲକ ବଡ ଅଞ୍ଚଳ । ବହୁ ଦିନରୁ ଆମେ ଫିରିଙ୍ଗିଆର ଗୋଚ୍ଛାପଡା ଏବଂ ଦାରିଙ୍ଗିବାଡିର ବ୍ରାହ୍ମଣୀଗାଁକୁ ବ୍ଲକ ଦାବି କରି ଆସୁଛୁ । ହେଲେ ରାଜ୍ୟ ସରକାର ସେଭଳି କିଛି ପଦକ୍ଷେପ ନେଲେ ନାହିଁ । କନ୍ଧମାଳକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି । ଆମେ ଦାବି କରୁଛୁ ସରକାର ତୁରନ୍ତ ଏହା ପ୍ରତି ଦୃଷ୍ଟି ଦିଅନ୍ତୁ । ସେହିପରି ସଂସଦୀୟ କ୍ଷେତ୍ରରେ ମଧ୍ୟ ସରକାର ଅଣଦେଖା କରିଛନ୍ତି ।’’ ଏହା ନହେଲେ ଆଗାମୀ ଦିନରେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ବୌଦ୍ଧର ଆଉ ତିନୋଟି ସ୍ଥାନକୁ ଏନଏସି ମାନ୍ୟତା, ଜିଲ୍ଲାରେ ଖୁସିର ଲହରୀ

ଏହି ସମ୍ମିଳନୀରେ ପୂର୍ବତନ ବିଜେପି ନଗର ସଭାପତି ସନ୍ତୋଷ ପଣ୍ଡା, ଫିରିଙ୍ଗିଆ ମଣ୍ଡଳ ସଭାପତି ଗଣେଶ୍ବର ସାହୁ, ପଦ୍ମ ଚରଣ ପଣ୍ଡା, ନଗର ଉପ ସଭାପତି ଚନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ବିଶ୍ବରଂଜନ ଦାସ, ଜିଲ୍ଲା ଓବିସି ମୋର୍ଚ୍ଚା କାର୍ଯ୍ୟ କାରିଣୀ ସଦସ୍ୟ ସନ୍ତୋଷ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ 22 ନୂଆ ଏନ୍‌ଏସି ତାଲିକାରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି, ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଓ ସିନ୍ଧେକେଲା, ବରଗଡ଼ ଜିଲ୍ଲାର ସୋହେଲା, ବାଲେଶ୍ବର ଜିଲ୍ଲାର ବାଲିଆପାଳ ଓ ଖଇରା, ଭଦ୍ରକ ଜିଲ୍ଲାର ଧାମରା, ଢେଙ୍କାନାଳ ଜିଲ୍ଲାର ରାସୋଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, କଳାହାଣ୍ଡି ଜିଲ୍ଲାର ନର୍ଲା ଓ ମଦନପୁର ରାମପୁର, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼, ନୟାଗଡ଼ ଜିଲ୍ଲାର ଶରଣକୁଳ, ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଓ କାକଟପୁର, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଓ ବାମଣ୍ଡା ଏହଂ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା, ଉଲୁଣ୍ଡା ଓ ରାମପୁର ସାମିଲ ରହିଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.