ETV Bharat / state

ଚାକିରି ପାଇଁ ମାଗଣା କୋଚିଂ ଓ ଟ୍ରେନିଂ: 'କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର', ଆଶାୟୀଙ୍କ ଆଶାର ଆଲୋକ - KALPATARU TRAINING CENTRE

ହାରିବା ଦୁର୍ବଳତା ନୁହେଁ ବରଂ ଚେଷ୍ଟା ନ କରିବା ହିଁ ଦୁର୍ବଳତା । ପ୍ରତିଟି ଘରେ ସରକାରୀ ଚାକିରିଆ ସୃଷ୍ଟି କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ାର "କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର ।"

KALPATARU TRAINING CENTRE
KALPATARU TRAINING CENTRE (ETV Bharat Odisha)
author img

By ETV Bharat Odisha Team

Published : Jan 17, 2025, 5:06 PM IST

କେନ୍ଦ୍ରାପଡା: 'ଶିକ୍ଷାକୁ ସେବା ଭାବି ପ୍ରଶିକ୍ଷଣ '। 'ହାରିବା ଦୁର୍ବଳତା ନୁହେଁ ବରଂ ଚେଷ୍ଟା ନ କରିବା ହିଁ ଦୁର୍ବଳତା' । ପ୍ରତିଟି ଘରେ ସରକାରୀ ଚାକିରିଆ ସୃଷ୍ଟି ପାଇଁ ଲାଗି ପଡିଛନ୍ତି ଯୁବପିଢ଼ି । ଶାରୀରିକ ଶିକ୍ଷା ସାଙ୍ଗକୁ ଦିଆଯାଉଛି ବିଭିନ୍ନ ପରୀକ୍ଷା ପାଇଁ ଟିପ୍ସି । ଯେଉଁଥିପାଇଁ ଗରିବଠାରୁ ଧନୀ ଘରର ପିଲାମାନଙ୍କୁ ଦେବାକୁ ପଡୁନାହିଁ କୌଣସି ଅର୍ଥ । ଏଭଳି ଏକ ପ୍ରଶିକ୍ଷଣ କେନ୍ଦ୍ର ହେଲା "କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର"।

  • କିଏ, କାହିଁକି କରିଥିଲେ ଏପରି ଅନୁଷ୍ଠାନ ?

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତ । ଏହି ପଞ୍ଚାୟତର ବୀଣାପାଣି ହାଇସ୍କୁଲ ନିକଟରେ ରହିଛି "କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର" । ୨୦୧୩ ମସିହାରେ ସ୍ଥାନୀୟ ଯୁବକ ଦିବ୍ୟରଞ୍ଜନ ଦାସ ଓଡ଼ିଶା ପୋଲିସରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ସେ ପୋଲିସ ଚାକିରିରେ ପାଇଥିବା ତାଲିମକୁ ନିଜ ଅଞ୍ଚଳର ଯୁବପିଢ଼ିଙ୍କୁ ଦେଇଥିଲେ । ନାମାଚାର୍ଯ୍ୟ ବାୟା ବାବାଙ୍କ ନାଁ ଅନୁସାରେ ଆରମ୍ଭ କରିଥିଲେ ଏକ ଅନୁଷ୍ଠାନ । ଯାହାର ନାମ ରଖିଥିଲେ "କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର"। ସେହିପରି ତାଙ୍କ ସହ ଚାକିରି ପାଇଥିବା ଅନ୍ୟଜଣେ ସାଙ୍ଗ ଅମୀୟ ସ୍ୱାଇଁଙ୍କ ସମେତ ଅନ୍ୟ ତିନିଜଣ ଯୁବକ ମଧ୍ୟ ସାମିଲ ହୋଇ ଏହି ପ୍ରଶିକ୍ଷଣ କେନ୍ଦ୍ରକୁ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କଳ୍ପ ବା ବରଗଛ ମୂଳରେ ଏହି ଅନୁଷ୍ଠାନର ମୂଳଦୁଆ ପଡିଥିବାରୁ ଏହାର ନାମ ଦିଆଯାଇଥିଲା "କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର"।

KALPATARU TRAINING CENTRE (ETV Bharat Odisha)
  • ଗରିବ ଛାତ୍ରଛାତ୍ରୀଙ୍କ ଆଶାର ଆଲୋକ "କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର ":

ଏହି ନିପଟ ମଫସଲ ଅଞ୍ଚଳରେ ପ୍ରତିଷ୍ଠିତ ନାମାଚାର୍ଯ୍ୟ ବାୟା ବାବାଙ୍କ ଏହି କଳ୍ପତରୁ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଆଖପାଖ ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି । ବିନା ଅର୍ଥରେ ଶାରୀରିକ ଓ ବୌଦ୍ଧିକ ଜ୍ଞାନ ପ୍ରଦାନ କରାଯାଉଛି ।"

KALPATARU TRAINING CENTRE
KALPATARU TRAINING CENTRE (ETV Bharat Odisha)
  • ବିନା ଅର୍ଥରେ କେମିତି ଚାଲିଛି ପ୍ରତିଷ୍ଠାନ :
    ବିନା ଅର୍ଥରେ ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଉଭୟ ଶାରିରୀକ ଓ ବୌଦ୍ଧିକ ଜ୍ଞାନ ପ୍ରଦାନ କରିବା ସମସ୍ତଙ୍କୁ ଅସମ୍ଭବ ଲାଗୁଥିଲେ ମଧ୍ୟ ସମ୍ଭବ କରି ଦେଖାଇଛନ୍ତି ଅନୁଷ୍ଠାନର ସଦସ୍ୟମାନେ । କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ରରେ କୌଣସି ଆଗଧାଡ଼ିର ତଥା ମୋଟାଅଙ୍କର ବେତନ ନେଇ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି । ଏହି କେନ୍ଦ୍ରରୁ ପ୍ରଶିକ୍ଷଣ ନେଇ ଯେଉଁମାନେ ସଫଳତା ପାଇଛନ୍ତି ବା ଚାକିରି କରିଛନ୍ତି । ସେମାନେ ଛୁଟିରେ ଆସିଲେ ପ୍ରଶିକ୍ଷଣ ଦେଇଥାନ୍ତି । ଯେଉଁମାନେ ନିକଟରେ ଚାକିରି ପାଇଛନ୍ତି, ସେମାନେ ଖାଲି ସମୟରେ ଆସି ପ୍ରଶିକ୍ଷଣ ଦିଅନ୍ତି । କେବଳ ସେତିକି ନୁହେଁ ପ୍ରଶିକ୍ଷଣ କେନ୍ଦ୍ର କିପରି ଠିକ୍ ଭାବରେ ଚାଲିବ ଓ ଛାତ୍ରଛାତ୍ରୀ କୌଣସି ଅସୁବିଧାରେ ନପଡିବେ । ସେଥିପାଇଁ ଆର୍ଥିକ ସହଯୋଗ ବି କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ଲାଗୁ ହେବ ‘ଜାତୀୟ ଶିକ୍ଷା ନୀତି’: ଜାରି ହେଲା ବିଜ୍ଞପ୍ତି - NATIONAL EDUCATION POLICY 2020

ଏହା ମଧ୍ୟ ପଢନ୍ତୁ...ଉଦଯାପିତ ହେଲା ‘ଅସ୍ମିତା ଖେଲୋ ଇଣ୍ଡିଆ’, ଭାରୋତ୍ତୋଳନରେ ଓଡ଼ିଆଙ୍କ କମାଲ - WOMEN WEIGHTLIFTING LEAGUE

ଏହା ମଧ୍ୟ ପଢନ୍ତୁ...ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ, ନିଶୁଳ୍କରେ ବୁଲିଲେ ପର୍ଯ୍ୟଟକ - RAJ BHAVAN GARDEN

  • କେତେ ଜଣ ପାଇଲେଣି ନିଯୁକ୍ତି :

କଳ୍ପତରୁ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୦୦ ଜଣ ନିଯୁକ୍ତି ପାଇଛନ୍ତି । ଏନେଇ ଅନୁଷ୍ଠାନର ପ୍ରତିଷ୍ଠାତା ତଥା କେନ୍ଦ୍ରାପଡା ପୋଲିସରେ କାର୍ଯ୍ୟରତ ଦିବ୍ୟରଞ୍ଜନ ଦାସ କହିଛନ୍ତି," ଆଖପାଖ ୩ ରୁ ୪ଟି ପଞ୍ଚାୟତର ଛାତ୍ରଛାତ୍ରୀ ଶିକ୍ଷାଲାଭ କରି ୧୦୦ରୁ ଅଧିକ ଛାତ୍ରଛାତ୍ରୀ ସରକାରୀ ଚାକିରି କରିଛନ୍ତି । ଛାତ୍ରଛାତ୍ରୀ ହୁଅନ୍ତୁ କିମ୍ବା ଅଭିଭାବକ, ସମସ୍ତଙ୍କର ଇଚ୍ଛା ଥାଏ ଯେଉଁ ସ୍କୁଲ କିମ୍ବା ଟିଉସନରେ ଭଲ ଶିକ୍ଷକ ଥିବେ ସେହିଠାରେ ନିଜ ପୁଅଝିଅଙ୍କୁ ପଢ଼ିବା ପାଇଁ ଛାଡିବେ । ସେଥିପାଇଁ ମହାକାଳପଡା ବ୍ଲକର ଅଳାଇଲୋ, ରାଜଗଡ଼ ପଞ୍ଚାୟତ ଓ ମାର୍ଶାଘାଈ ବ୍ଲକର କୁହୁଡି, ଅଙ୍ଗୁଳାଇ ପଞ୍ଚାୟତରେ କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ରଟି ସୁନାମଧନ୍ଯ ହୋଇପାରିଛି ।"

  • ଏମିତି କହିଲେ ଅତିରିକ୍ତ ଜିଲ୍ଲାପାଳ:

ପ୍ରଶିକ୍ଷଣ କେନ୍ଦ୍ର ସମ୍ପର୍କରେ ମତ ଦେଇ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କୁହନ୍ତି,"ଏଭଳି ଅନୁଷ୍ଠାନ ସମ୍ପର୍କରେ ଆମେ ଗଣମାଧ୍ୟମଠାରୁ ଅବଗତ ହେଲୁ । ଏହା ଅତି ସୁନ୍ଦର କଥା ।ସେମାନଙ୍କ ଅନୁଷ୍ଠାନକୁ ପଞ୍ଜିକରଣ କରିବା ସହ ସରକାରୀ ସହାୟତା ପ୍ରାଦନ କରିବା ପାଇଁ ଚେଷ୍ଟା କରାଯିବ ।"

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.