ETV Bharat / state

ବିଜେପି ଓ ବିଜେଡିଠୁ ସତର୍କ ରହିବା କଥା: କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି - Congress Targets BJD And BJP - CONGRESS TARGETS BJD AND BJP

Congress Pressmeet: ନିର୍ବାଚନୀ ବଣ୍ଡକୁ ନେଇ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଲା କଳାହାଣ୍ଡି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

Congress Pressmeet
Congress Pressmeet
author img

By ETV Bharat Odisha Team

Published : Apr 1, 2024, 2:30 PM IST

Congress Pressmeet

ଭବାନୀପାଟଣା: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ରାଜ୍ୟରେ ଜୋର ଧରିଲାଣି ଆରୋପ ପ୍ରତ୍ୟାରୋପ ରାଜନୀତି । ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରି ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛି କଳାହାଣ୍ଡି ଜିଲ୍ଲା କଂଗ୍ରେସ । ରବିବାର ଦିନ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଳାହାଣ୍ଡି ଜିଲ୍ଲା କଂଗ୍ରେସ । ନିର୍ବାଚନୀ ବଣ୍ଡ ପ୍ରସଙ୍ଗ ଉଠାଇ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛି ଦଳ । ଜିଲ୍ଲା କଂଗ୍ରେସ ସଭାପତି ଭାରତଭୂଷଣ ବେମାଲ କହିଛନ୍ତି, "ବିଜୁ ଜନତା ଦଳ ଭାରତ ବର୍ଷର ପଞ୍ଚମ ବୃହତ୍ତମ ରାଜନୈତିକ ଦଳ ହିସାବରେ ୧୦୧୯.୫ କୋଟି ଟଙ୍କା ରାଜନୈତିକ ଚାନ୍ଦା ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛି । ରାଜ୍ୟ ଏବଂ ରାଜ୍ୟବାସୀଙ୍କ ସ୍ବାର୍ଥକୁ ବର୍ଷ ବର୍ଷ ଧରି ଉପେକ୍ଷା କରି ପୁଞ୍ଜିପତିମାନଙ୍କୁ ରାଜ୍ୟର ସମ୍ପତ୍ତିକୁ ଟେକି ଦେଇ ହଜାର ହଜାର କୋଟି ଟଙ୍କା ରାଜନୈତିକ ପାଣ୍ଠି ଆଦାୟ କରୁଛନ୍ତି । ଓଡ଼ିଶାର ଜନସାଧାରଣଙ୍କୁ ଭୂଆଁ ବୁଲାଉଥିବା ବିଜେଡି ଏବଂ ତାର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକ ମୁଖା ଆଜି ଖୋଲିଯାଇଥିବା କହିଛନ୍ତି ।"

ଏହାମଧ୍ୟ ପଢନ୍ତୁ.. କଳାହାଣ୍ଡି ନିର୍ବାଚନରେ ଆଉ ଏକ ନାଁ, ସ୍ବାଧିନ ପ୍ରାର୍ଥୀ ଭାବରେ ଲଢିପାରନ୍ତି ମଧୁ ମହାନ୍ତି - Madhu Mohanty

ସେ ଆଉମଧ୍ୟ କହିଛନ୍ତି," ବିଜେଡି ଓ ବିଜେପି ଉଭୟେ ରାଜନୈତିକ ପାଣ୍ଠି ଆଦାୟ କରୁଥିବା ଏକ ହପ୍ତା ବସୁଲି ଦଳ । ଇଡି, ସିବିଆଇ ଏବଂ ଆଇଟିକୁ ବିଭିନ୍ନ ଶିଳ୍ପପତି ଓ ବ୍ୟବସାୟୀମାନଙ୍କ ବିରୁଦ୍ଧରେ ବ୍ୟବହାର କରି ତାଙ୍କୁ ଭୟଭୀତ କରି ବିଜେପି ୬ ବର୍ଷ ଭିତରେ ୮ ହଜାର ୨୫୨ କୋଟି ଟଙ୍କା ରାଜନୈତିକ ପାଣ୍ଠି ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛି । ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ ହୋଇ ମଧ୍ୟ ଭାରତ ବର୍ଷରେ ରାଜନୈତିକ ଦଳ ଭାବେ ଚାନ୍ଦା ପାଇଥିବା ୫ମ ବୃହତମ ଦଳ । ଏହି ଚାନ୍ଦା ୨୦୧୮ ଜୁଲାଇ ମାସରୁ ୨୦୨୪ ଫେବୃଆରୀ ମଧ୍ୟରେ ବିଜୁ ଜନତା ଦଳ ବିଭିନ୍ନ ଖଣି କମ୍ପାନୀ ଏବଂ ଷ୍ଟିଲ କମ୍ପାନୀ ମାନଙ୍କ ଠାରୁ ପାଇଛି ।"

କଂଗ୍ରେସ ଆଉ ମଧ୍ୟ କହିଛି ଯେ ବିଜେପି ଡର ଏବଂ ଧମକ ଦେଇ ରାଜନୈତିକ ଚାନ୍ଦା ଆଦାୟ କରୁଥିଲା ବେଳେ ଭାରତୀୟ ଜାତୀୟ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଇନକମ ଟ୍ୟାକ୍ସ ମାଧ୍ୟମରେ ବନ୍ଦ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.