କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରନ ସିଂ । ପାଟନା ହାଇକୋର୍ଟ ପରେ ଓଡିଶା ହାଇକୋର୍ଟର ମୁଖ୍ଯ ବିଚାରପତି ଭାବେ ସେ ନିଯୁକ୍ତି ପାଇଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋର୍ଟ କଲେଜିଏମଙ୍କ ସୁପାରିଶ ପରେ ନିଯୁକ୍ତ ହେଇଛନ୍ତି ଜଷ୍ଟିସ ଚକ୍ରଧାରୀ ଶରନ ସିଂହ। ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ।
ଏହା ମଧ୍ୟ ପଢନ୍ତୁ...୨୪ରେ ସୁପ୍ରିମକୋର୍ଟର ୪ ବିଚାରପତିଙ୍କ ଅବସର, ତାଲିକାରେ CJI ଜଷ୍ଟିସ ଚନ୍ଦ୍ରଚୂଡ଼
ଏନେଇ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ସିଂଙ୍କ ନାଁକୁ ସୁପାରିଶ କରିଥିଲେ। ଜଷ୍ଟିସ ଚକ୍ରଧାରୀ ଏବେ ପାଟନା ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ୧୯୯୦ ମସିହାରେ ଓକିଲାତି ଆରମ୍ଭ କରିଲେ ଜଷ୍ଟିସ ଚକ୍ରଧାରୀ ଶରଣସିଂ । ଗତ ଅକ୍ଟୋବର ୩ ତାରିଖରେ ଓଡି଼ଶା ହାଇକୋର୍ଟର ନୂଆ ମୁଖ୍ୟବିଚାରପତି ଜଷ୍ଟିସ ଶୁବାଶିଷ ତାଳପତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଓଡି଼ଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବେ କାର୍ଯ୍ୟକାରୀ ବିଚାରପତି ଭାବରେ କାର୍ଯ୍ୟ ତୁଲାଉଛନ୍ତି।
୨୦୨୨ ଜୁନ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ରହିଥିଲେ । ତ୍ରିପୁରା ହାଇକୋର୍ଟରୁ ସେ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଥିଲେ । ତାଙ୍କର ଜନ୍ମ ୧୯୬୧ ମସିହା ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁରଠାରେ ହୋଇଥିଲା । ୨୦୧୧ ମସିହା ନଭେମ୍ବର ୧୫ରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରାରେ ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ସେ ସେଠାକୁ ବଦଳି ହୋଇଥିଲେ ଏବଂ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ ।
ଜଷ୍ଟିସ ତାଳପତ୍ର ୨୦୧୮ ମସିହା ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ ନିର୍ବାହ କରିଥିଲେ । ଏହାପରେ ସେଠାରୁ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଥିଲେ । ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବା ପୂର୍ବରୁ ଜଷ୍ଟିସ ଏସ. ମୁରଲୀଧର ଏହି ଦାୟିତ୍ବରେ ଥିଲେ । ସେ ଅବସର ଗ୍ରହଣ କରିବା ପରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହୋଇଥିଲେ ଜଷ୍ଟିସ ଷଡଙ୍ଗୀ । ଏହାପରେ ଜଷ୍ଟିସ ଚକ୍ରଧାରୀ ଶରନ ସିଂ ଏହି ଗୁରୁ ଦାୟିତ୍ବ ଗ୍ରହଣ କରିବେ । ପାଟନା ହାଇକୋର୍ଟ ପରେ ଓଡିଶା ହାଇକୋର୍ଟର ମୁଖ୍ଯ ବିଚାରପତି ଭାବେ ସେ ନିଯୁକ୍ତି ପାଇଛନ୍ତି ।
ଇଟିଭି ଭାରତ, କଟକ