ETV Bharat / state

କେବେ ଖୋଲିବ ରତ୍ନଭଣ୍ଡାର ଭଣ୍ଡାର, ଏମିତି କହିଲେ ଜଷ୍ଟିସ ଅରିଜିତ ପଶାୟତ - Ratna Bhandar Opening

author img

By ETV Bharat Odisha Team

Published : Jul 4, 2024, 4:54 PM IST

Ratna Bhandar Opening & Inventory: ଓଡ଼ିଶା ଗସ୍ତରେ ଆସିଛନ୍ତି ଜଷ୍ଟିସ ଅରିଜିତ ପଶାୟତ । ରତ୍ନଭଣ୍ଡାର ଖୋଲିବା ସହ ଗଣତି ପ୍ରସଙ୍ଗକୁ ନେଇ ସେ କ'ଣ ପ୍ରତିକ୍ରିୟା ରଖିଛନ୍ତି, ଜାଣନ୍ତୁ ।

Ratna Bhandar Opening
Ratna Bhandar Opening (ETV Bharat Odisha)

ଭୁବନେଶ୍ଵର: ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଅରିଜିତ ପଶାୟତ । ଓଡ଼ିଶା ଗସ୍ତରେ ଆସିଛନ୍ତି ଜଷ୍ଟିସ ଅରିଜିତ ପଶାୟତ । ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ରଥଯାତ୍ରା କାରଣରୁ ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ୍ । ଭୁବନେଶ୍ୱରରେ ପହଞ୍ଚିବା ପରେ ଏନେଇ ସୂଚନା ଦେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଅରିଜିତ ପଶାୟତ ।

ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି, "ଯେଉଁଦିନ ସରକାର ନିଷ୍ପତ୍ତି ନେବେ ସେବେଠୁ କାମ ଆରମ୍ଭ ହେବ । ଯେଉଁଦିନ ରତ୍ନ ଭଣ୍ଡାର ଖୋଲିବ ତା ପରଠୁ ଗଣତି କାର୍ଯ୍ୟ ଆରମ୍ଭ ହେବ । ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ସମ୍ଭାବନା କମ୍ । ସରକାର ଯେବେ କହିବେ ସେବେଠୁ ଗଣତି କାମ ଆରମ୍ଭ ହେବ । ଏନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି । ବୈଠକ ପରେ ରୂପରେଖ ସ୍ଥିର ହେବ ବୋଲି କହିଛନ୍ତି ।" ସୂଚନା ଅନୁସାରେ, ଜୁଲାଇ ୨୮ ତାରିଖ ଯାଏ ଓଡ଼ିଶା ଗସ୍ତରେ ଆସିଛନ୍ତି ଅରିଜିତ ପଶାୟତ । ଜୁଲାଇ ୮ରୁ ୨୭ ମଧ୍ୟରେ ରତ୍ନଭଣ୍ଡାରର ଗଣତି ମଣତି କାମ ହୋଇପାରେ ବୋଲି କୁହାଯାଉଛି ।

ଏହା ବି ପଢନ୍ତୁ...'ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର, ଦୁର୍ନୀତି କରିଥିବା ଲୋକ ପାତାଳରେ ଥିଲେ ବି ଦଣ୍ଡ ଭୋଗିବ' - Ratna Bhandar to open soon

ସେପଟେ ଗତକାଲି (ବୁଧବାର) ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଥିଲେ, "ରତ୍ନ ଭଣ୍ଡାର ଖୋଲିବା ନିଶ୍ଚିତ । ନିଷ୍ପତ୍ତି ସରିଛି । ଖୁବଶୀଘ୍ର ଏନେଇ ମୋଡାଲିଟି ପ୍ରସ୍ତୁତ ହେବ । ବୈଠକ ପରେ ତାରିଖ ମଧ୍ୟ ସରକାର ଘୋଷଣା କରିବେ । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବେ ସରକାର । କିନ୍ତୁ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ରତ୍ନ ଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ଚାଲିଛି ତାହା ଗୁଜବ । ଗୁଜବକୁ ଲୋକେ ବିଶ୍ୱାସ କରନ୍ତୁ ନାହିଁ ।"

ଗତ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, "ଖୁବଶୀଘ୍ର ଖୋଲିବ ରତ୍ନ ଭଣ୍ଡାର । ସମସ୍ତ ଅଳଙ୍କାରର ଗଣତି ମଣତି ହେବ । ଦୁର୍ନୀତି କରିଥିବା ଲୋକ ପାତାଳରେ ଥିଲେ ବି ଦଣ୍ଡ ଭୋଗିବ । ଦୋଷୀକୁ ନିଶ୍ଚିତ ଦଣ୍ଡ ଦିଆଯିବ ।" ଓଡ଼ିଶାର ସମ୍ପତ୍ତିକୁ ଲୁଟ କରିଥିବା ପିସିଖୋରଙ୍କୁ ସରକାର ବାନ୍ଧିବେ ବୋଲି ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବିଜେପି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.