ETV Bharat / state

ସାମ୍ବାଦିକଙ୍କ ଦାବି ଉଠାଇଲେ ନରସିଂହ; ଲୋକସେବା ଭବନକୁ ପ୍ରବେଶ ଅନୁମତି, ପେନସନ ଦାବି

Journalists Should Get Pension: ବିଧାନସଭାର ବଜେଟ ଅଧିବେଶନର ଶୂନ୍ୟକାଳରେ ଉଠିଛି ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ । ଗୃହରେ ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 8, 2024, 6:15 PM IST

Congress MLA
Congress MLA

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନର ଶୂନ୍ୟକାଳରେ ଉଠିଛି ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ । ଗୃହରେ ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ଓ ପେନସନ ବ୍ୟବସ୍ଥା କାରିବାକୁ ଦାବି କରିଛନ୍ତି ନରସିଂହ ମିଶ୍ର ।

ବିଧାନସଭାର ଶୂନ୍ୟକାଳରେ ଆଜି ଉଠିଛି ସାମ୍ବାଦିକଙ୍କ ପ୍ରସଙ୍ଗ । ରାଜ୍ୟର ସାମ୍ବାଦିକଙ୍କ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । କୋଭିଡ ସମୟରୁ ସାମ୍ବାଦିକଙ୍କୁ ଲୋକସେବା ଭବନଙ୍କ ପ୍ରବେଶ ପାଇଁ ବାରଣ ହୋଇଛି । ସେବେଠାରୁ ଏ ଯାଏଁ ସାମ୍ବାଦିକଙ୍କ ପ୍ରବେଶ ପାଇଁ ଅନୁମତି ମିଳୁନାହିଁ । ତୁରନ୍ତ ସାମ୍ବାଦିକଙ୍କ ଲୋକସେବା ଭବନ ପ୍ରବେଶ ପାଇଁ ପାସ ବ୍ୟବସ୍ଥା କରନ୍ତୁ ସରକାର । ନରସିଂହ କହିଛନ୍ତି ଯେ, ଦୀର୍ଘଦିନ ହେବ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳୁନାହିଁ । ତେଣୁ ସରକାର ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରନ୍ତୁ । ସେହିଭଳି ଅନ୍ୟ ରାଜ୍ୟରେ ପେନସନ ବ୍ୟବସ୍ଥା ଥିବା ବେଳେ ଓଡ଼ିଶାରେ ବି ସାମ୍ବାଦିକଙ୍କୁ ପେନସନ ଦିଆଯାଉ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

ଅଧିକ ପଢନ୍ତୁ- ବିଧାନସଭା ବେଦାନ୍ତ ତାତି; ଧାରଣାରେ ବସିଲେ ନରସିଂହ ଗୃହ ମୁଲତବୀ

ସେହିପରି ଶିକ୍ଷକଙ୍କ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ନରସିଂହ ମିଶ୍ର । ନରସିଂହ କହିଛନ୍ତି ଯେ, ପଶ୍ଚିମାଞ୍ଚଳ ପ୍ରାଥମିକ ଶିକ୍ଷକ ଫୋରମ ୬ ବର୍ଷ ଧରି ୩ ଦଫା ଦାବିରେ ଆନ୍ଦୋଳନ କରୁଛି । ସରକାର ପ୍ରତିହିଂସା ପରାୟଣ ହୋଇ ଦୁଇ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । ଏହା ଏକ ଦୁର୍ଭାଗ୍ୟ ଜନକ କଥା । ଏହାବାଦ ବଲାଙ୍ଗୀର ଜମି ହଡ଼ପ ଘଟଣାରେ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି । ୪୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ସରକାରଙ୍କ କ୍ଷତି ହୋଇଛି । ସରକାର ଚୁପ କାରଣ ଯିଏ ଦୋଷୀ ସେ ହେଉଛନ୍ତି ବିଜେଡ଼ିର ବରିଷ୍ଠ ଉପ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.