ETV Bharat / state

ଝାଡ଼ଖଣ୍ଡ ନିର୍ବାଚନରେ ନିର୍ଣ୍ଣାୟକ ହେବେ କି ଓଡ଼ିଆ ଭୋଟର ? - JHARKHAND ELECTION ODIA VOTER

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ୧୪ ଆସନରେ ଓଡ଼ିଆ ଭୋଟରଙ୍କ ଦବଦବା । ପ୍ରଚାରରେ ଓଡ଼ିଶା ବିଜେପି ଏବଂ କଂଗ୍ରେସ ନେତା ।

ଝାଡଖଣ୍ଡ ନିର୍ବାଚନରେ ନିର୍ଣ୍ଣାୟକ ହେବ ଓଡିଆଙ୍କ ଭୋଟ, ଡେରା ପକାଇଲେଣି ତୁଙ୍ଗ ଓଡିଶା ନେତା
ଝାଡଖଣ୍ଡ ନିର୍ବାଚନରେ ନିର୍ଣ୍ଣାୟକ ହେବ ଓଡିଆଙ୍କ ଭୋଟ, ଡେରା ପକାଇଲେଣି ତୁଙ୍ଗ ଓଡିଶା ନେତା (ETV Bharat Odisha)
author img

By ETV Bharat Odisha Team

Published : Nov 9, 2024, 11:49 AM IST

Updated : Nov 9, 2024, 1:25 PM IST

ଭୁବନେଶ୍ବର: ଆଉ ଦିନ କେଇଟା ପରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେବ ପଡୋଶୀ ରାଜ୍ୟ ଝାଡଖଣ୍ଡ । ଏଥିପାଇଁ ପ୍ରଚାର ଜୋରଦାର କରି ଦେଲେଣି ସମସ୍ତ ରାଜନୈତିକ ଦଳ । ଝାଡଖଣ୍ଡରେ ରହିଛି ଓଡିଆ ଭୋଟରଙ୍କ ରାଜନୈତିକ ପ୍ରଭାବ । ତେଣୁ ଏବେଠୁ ଓଡ଼ିଆ ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଲାଗିପଡିଲେଣି ଉଭୟ ବିଜେପି ଏବଂ କଂଗ୍ରେସ । କିଛି ନେତା ପ୍ରଚାର ଆରମ୍ଭ କରିଦେଲେଣି ଓ ଅନ୍ୟ କିଛି ଖୁବଶୀଘ୍ର ପହଞ୍ଚିବା ନେଇ ସୂଚନା ମିଳିଛି ।

ଝାଡଖଣ୍ଡ ଓ ଓଡିଶା ପଡୋଶୀ ରାଜ୍ୟ ହୋଇଥିବାରୁ ଶାସକ ଦଳ ‘ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା’ (ଜେଏମଏମ) ମଧ୍ୟ ଓଡିଆ ଭୋଟରଙ୍କ ସମର୍ଥନ ହାସଲ କରିବା ପାଇଁ ଲାଗିପଡିଛି । ଓଡ଼ିଶାରେ ଏବେ ‘ବିଜେପି’ ସରକାର କ୍ଷମତାରେ ଥିବାରୁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାର ବିଜେପି ନେତାମାନେ ପଡୋଶୀ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ନିର୍ବାଚନ ପ୍ରଚାର କରିବେ । ଏଥିପାଇଁ ବିଜେପି ଏକ ଚିଠା ପ୍ରସ୍ତୁତ କରିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଛାମୁଆ ନେତାମାନଙ୍କୁ ଦାୟିତ୍ୱ ଦେଇଛି ଦଳ ।

ଝାଡ଼ଖଣ୍ଡ ନିର୍ବାଚନରେ ନିର୍ଣ୍ଣାୟକ ହେବେ ଓଡ଼ିଆ ଭୋଟର (ETV Bharat odisha)
  • ଓଡ଼ିଆ ଭୋଟବ୍ୟାଙ୍କ ଉପରେ ସବୁ ଦଳର ନଜର

ଓଡ଼ିଆଙ୍କୁ ନିଜ ସପକ୍ଷରେ ନେବାକୁ ଆରମ୍ଭ ହୋଇ ସାରିଛି ଜୋରଦାର ପ୍ରୟାସ । ଝାଡଖଣ୍ଡରେ ବସବାସ କରୁଥିବା ଓଡ଼ିଆ ଏଥର ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ନେଇ ଚର୍ଚ୍ଚା ଜୋର ଧରିଛି । କାହାକୁ ଯିବ ଓଡ଼ିଆଙ୍କ ଭୋଟ । ସୁଯୋଗକୁ ହାତଛଡା କରିବାକୁ ତିଳେ ମାତ୍ର ସୁଯୋଗ ଛାଡୁନାହାନ୍ତି ପ୍ରମୁଖ ରାଜନୈତିକ ଦଳ । ଉଭୟ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟରେ କାଣ୍ଟେ କି ଟକ୍କର, ଯଦିଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବୃହତ ଆଞ୍ଚଳିକ ଦଳ ଭାବେ ଉଭା ହୋଇଛି । ଭାରତୀୟ ଜନତା ପାର୍ଟି-ବିଜେପି ‘ଜେଏମଏମ’ ହାତରୁ ସରକାର ଛଡାଇ ନେବାକୁ ଯୁଦ୍ଧଂ ଦେହୀ ଡାକରା ଦେଇଛି ।

ଝାଡଖଣ୍ଡ ନିର୍ବାଚନରେ ନିର୍ଣ୍ଣାୟକ ହେବ ଓଡିଆଙ୍କ ଭୋଟ, ଡେରା ପକାଇଲେଣି ତୁଙ୍ଗ ଓଡିଶା ନେତା (ETV Bharat Odisha)
  • ଏହି ସବୁ ଜିଲ୍ଲାରେ ଅଛନ୍ତି ଓଡିଆ ଭୋଟର:

ଝାଡ଼ଖଣ୍ଡର ପ୍ରାୟ ୧୮ଟି ବିଧାନସଭା କ୍ଷେତ୍ରରେ ଓଡ଼ିଆ ଭୋଟର ରହିଛନ୍ତି । ସେଥିରୁ ୧୪ ଆସନରେ ଓଡ଼ିଆ ଭୋଟରଙ୍କ ଦବଦବା ରହିଛି । କୋଲହଁନ ଡିଭିଜନର ୪ଟି ଜିଲ୍ଲା ଯଥା ପୂର୍ବ-ସିଂହଭୂମ, ପଶ୍ଚିମ-ସିଂହଭୂମ,ସରାଇକେଲା ଏବଂ ଖରସୁଆଁ ହେଉଛି ଓଡ଼ିଆଙ୍କ ପ୍ରଭାବୀ ଜିଲ୍ଲା । ଏହି ଜିଲ୍ଲାଗୁଡିକରେ ଅଧିକାଂଶ ଜନଜାତି ସମ୍ପ୍ରଦାୟର ଓଡ଼ିଆ ବସବାସ କରନ୍ତି ।

ଝାଡ଼ଖଣ୍ଡ ନିର୍ବାଚନରେ ନିର୍ଣ୍ଣାୟକ ହେବେ ଓଡ଼ିଆ ଭୋଟର

  • ବିଜେପି ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି:-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବରିଷ୍ଠ ହେଭିଓ୍ବେଟଙ୍କୁ ଷ୍ଟାର-ପ୍ରଚାରକ ଦାୟିତ୍ୱ ଦେଇଛି ବିଜେପି । ଝାଡଖଣ୍ଡ ଏକ ଆଦିବାସୀବହୁଳ ରାଜ୍ୟ ହୋଇଥିବାରୁ ମୋହନ ମାଝୀଙ୍କ ପ୍ରଚାର ସହାୟକ ହୋଇପାରେ । ସେହିପରି ଝାଡଖଣ୍ଡର ୪ରୁ ୫ଟି ଜିଲ୍ଲାରେ ଓଡିଆ ଅଧିବାସୀ ବସବାସ କରନ୍ତି । ତେଣୁ ଓଡ଼ିଆଙ୍କୁ ବିଜେପି ସପକ୍ଷରେ ଆଣିବାକୁ କେନ୍ଦ୍ରୀୟ ବିଜେପି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଷ୍ଟାର-ପ୍ରଚାରକ ତାଲିକାରେ ସ୍ଥାନ ଦେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

  • ଏଥର ପ୍ରାର୍ଥୀ ହୋଇଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ :-

ସେପଟେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବାହାରିଛି ଓଡିଶା ପ୍ରଦେଶ କଂଗ୍ରେସ । ଓଡିଶା ପ୍ରଭାରୀ ତଥା ଝାଡଖଣ୍ଡ ଜାମସେଦପୁର-ପୂର୍ବ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଡ଼ ଅଜୟ କୁମାରଙ୍କ ପାଇଁ ପ୍ରଚାର କରିବେ ଓଡ଼ିଆ କଂଗ୍ରେସ ନେତା । ଖାଲି ଅଜୟ କୁମାର ନୁହନ୍ତି, ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଓଡ଼ିଶା କଂଗ୍ରେସର ଏକାଧିକ ବରିଷ୍ଠ ନେତା ।

  • କଂଗ୍ରେସ ପାଇଁ ପ୍ରଚାର କରିବେ ଜୟଦେବ, ମୋକିମଙ୍କ ସମେତ ତୁଙ୍ଗ ନେତା

ଝାଡ଼ଖଣ୍ଡରେ ପ୍ରଚାର କରିବେ ରାଜ୍ୟ କଂଗ୍ରେସ ତୁଙ୍ଗ ନେତା । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଗ୍ରାଉଣ୍ଡରେ ପ୍ରଚାର କରି ଭୋଟ ମାଗିବେ । କଂଗ୍ରେସ ଏବଂ JMM ପ୍ରାର୍ଥୀ କିଭଳି ବାଜିମାତ କରିବେ, ସେନେଇ ରଣନୀତି ପ୍ରସ୍ତୁତ ହେଉଛି । କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟ କିଭଳି ରାଜ୍ୟ ଦଖଲ କରିବ ପ୍ରଦେଶ କଂଗ୍ରେସର ବଡ ରଣନୀତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ଝାଡଖଣ୍ଡ ଗସ୍ତ କରି ସାରିଛନ୍ତି । ମହମ୍ମଦ ମୋକିମ ମଧ୍ୟ ପ୍ରଚାର କରୁଛନ୍ତି । ଆଗକୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଦଳର ଅନ୍ୟ ତୁଙ୍ଗ ଝାଡ଼ଖଣ୍ଡରେ ପ୍ରଚାରକୁ ବ୍ୟାପାକ କରିବେ । ସେହିପରି ରାଜ୍ୟ କଂଗ୍ରେସର ବିଧାୟକଙ୍କମାନେ ମଧ୍ୟ ଝାଡଖଣ୍ଡ ନିର୍ବାଚନର ପ୍ରଚାର କରିବେ । ବିଶେଷ କରି ଝାଡଖଣ୍ଡରେ ଓଡ଼ିଆ ଭାଷାଭାଷୀ ବସବାସ କରୁଥିବା ବିଧାନସଭା କ୍ଷେତ୍ରରେ ପ୍ରଚାର କରି ରାଜ୍ୟ କଂଗ୍ରେସର ନେତା ।

ଏହା ମଧ୍ୟ ପଢନ୍ତୁ :- ଜବର ଦଖଲ ଜମିରେ ଚାଲିବ ବୁଲଡୋଜର: ରାଜସ୍ବ ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ-ଅନୁଗୋଳର ବିକାଶ ନେଇ ନିଆଯିବ ପଦକ୍ଷେପ, ଜମି ସେଟଲମେଣ୍ଟର ହେବ ସମାଧାନ: ରାଜସ୍ୱ ମନ୍ତ୍ରୀ - Suresh Pujari Visits Anugul

ଏହା ମଧ୍ୟ ପଢନ୍ତୁ: ପିସି କାରବାର କରୁଥିଲେ ସାବଧାନ; ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

  • 2019 ଝାଡ଼ଖଣ୍ଡ ନିର୍ବାଚନ:-

୨୦୧୯ ବିଧାନସଭା ନିର୍ବାଚନରେ ଝାଡଖଣ୍ଡରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବହୁମତ ହାସଲ କରିବା ସହ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୯ରେ ଜାମସେଦପୁର ପଶ୍ଚିମ ଆସନରୁ ବିଜେପି ନେତା ସରୟୁ ରାୟଙ୍କୁ ଟିକେଟ ଦେଇନଥିଲା ଭାରତୀୟ ଜନତା ପାର୍ଟି । ଫଳରେ ସରୟୁ ରାୟ ରଘୁବର ଦାଶ ବିପକ୍ଷରେ ଜାମସେଦପୁର-ପୂର୍ବ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ଲଢ଼ିଥିଲେ ଓ ରଘୁବର ଦାଶଙ୍କୁ ପରାସ୍ତ କରିଥିଲେ । ଜାମସେଦପୁର-ପୂର୍ବ ନିର୍ବାଚନ ମଣ୍ଡଳୀଟି ରାଜ୍ୟ ରାଜନୈତିକ ମାନଚିତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆସନ ଭାବେ ଉଭା ହୋଇଛି ।

  • ଚଳିତ ନିର୍ବାଚନ ସମ୍ପର୍କରେ :-

ଝାଡଖଣ୍ଡ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ । ଚଳିତମାସ (ନଭେମ୍ବର) ୧୩ ତାରିଖ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ୮୧ ବିଶିଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନର ଫଳାଫଳ ନଭେମ୍ବର ୨୩ ତାରିଖରେ ଘୋଷଣା ହେବ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଜାତୀୟ କଂଗ୍ରେସ ,ରାଷ୍ଟ୍ରୀୟ ଜନତା ଦଳ ଏବଂ କମ୍ୟୁନିଷ୍ଟ ପାର୍ଟି ଗଠବନ୍ଧନ ସହ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟର ମୁକାବିଲା ହେବାକୁ ଯାଉଛି ।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ

  • ଦୁଇଟି ପର୍ଯ୍ୟାୟରେ ମତଦାନ
  • ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍
  • ନଭେମ୍ବର ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍
  • ୮୧ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଫଳାଫଳ ନଭେମ୍ବର ୨୩ ତାରିଖରେ ପ୍ରକାଶ ପାଇବ

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 9, 2024, 1:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.