ETV Bharat / state

‘ରତ୍ନଭଣ୍ଡାର ଗଣତି ବେଳେ ସିସିଟିଭି ଲଗାଅ, ଜଷ୍ଟିସ ରଘୁବର ଦାସ କମିଶନ ରିପୋର୍ଟ ସାର୍ବଜନୀନ କର’ - ratna bhandar issue

author img

By ETV Bharat Odisha Team

Published : Jul 9, 2024, 7:43 PM IST

Ratna bhandar Open issue: ରତ୍ନଭଣ୍ଡାର ଗଣତି ବେଳେ ସିସିଟିଭି ଲଗାଇବା ଜରୁରୀ । ସାର୍ବଜନୀନ କରାଯାଉ ରଘୁବର ଦାସ ରିପୋର୍ଟ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲା ଶ୍ରୀଜଗନ୍ନାଥ ସେନା । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଶ୍ରୀଜଗନ୍ନାଥ ସେନାର ଦାବି
ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଶ୍ରୀଜଗନ୍ନାଥ ସେନାର ଦାବି (ETV Bharat Odisha)

ପୁରୀ: ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲାଯିବା ନେଇ ସରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କିମିଟି ଏନେଇ ସରକାରଙ୍କୁ ତାରିଖ ମଧ୍ୟ ସୁପାରିଶ କରିସାରିଲାଣି । ଏହାରି ମଧ୍ୟରେ ଏହି ଗଣତି ପ୍ରକ୍ରିୟାକୁ ସ୍ବଚ୍ଛତାର ସହ ଶେଷ କରିବା ପାଇଁ ଦାବି ଉଠିଛି । ରତ୍ନଭଣ୍ଡାର ଅଳଙ୍କାର ଗଣତି କଡ଼ା ସୁରକ୍ଷା ମଧ୍ୟରେ କରାଯିବା ସହ ରତ୍ନଭଣ୍ଡାର ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ‘ଜଗନ୍ନାଥ ସେନା’ ପକ୍ଷରୁ ଦାବି କରାଯାଇଛି ।

ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମିଡ଼ିଆକୁ ସୂଚନା ଦେଇ କହିଛନ୍ତି, "ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ସେଥିରେ ଥିବା ରତ୍ନ ଅଳଙ୍କାରର ଗଣତି ସମୟରେ ସ୍ୱଚ୍ଛତା ପାଇଁ ସିସିଟିଭି କ୍ୟାମେରା ଲଗାଯାଉ । ଭବିଷ୍ୟତରେ ରତ୍ନ ଅଳଙ୍କାରର ଭିଡିଓ ଫୁଟେଜ କେହି ଭାଇରାଲ କଲେ 10ବର୍ଷ ଜେଲ ଦଣ୍ଡାଦେଶ ଓ ଏକ କୋଟି ଟଙ୍କାର ଜରିମାନା ବ୍ୟବସ୍ଥା ହେଉ । ଏହି ପ୍ରମୁଖ ଦାବି ସହ ଏକ 7ଦଫା ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ସେନା ପକ୍ଷରୁ ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ପ୍ରଦାନ କରଯାଇଛି ।"

ଜଗନ୍ନାଥ ସେନାର ଅନ୍ୟ ଦାବିଗୁଡିକ ମଧ୍ୟରେ, ଉଭୟ ଭିତର ତଥା ବାହାର ତଥା ସମସ୍ତ ରତ୍ନ ଭଣ୍ଡାରମାନଙ୍କର ସୁରକ୍ଷା, ମରାମତି, ଗଣତି-ମଣତି ଓ ମହାପ୍ରଭୁଙ୍କ ପ୍ରତି ସର୍ମପିତ ଭାବ ଥିବା ସ୍ଵର୍ଣ୍ଣକାରଙ୍କ ମାଧ୍ୟମରେ ରଘୁନାଥ ବେଶ ସମେତ ସମସ୍ତ ରତ୍ନ ଅଳଙ୍କାର ମୂଲ୍ୟାୟନ କରାଯାଉ । କଡ଼ା ସୁରକ୍ଷା ବଳୟରେ ଏହା କରାଯିବା ସହ ସ୍ଵଚ୍ଛତା ରକ୍ଷା ପାଇଁ କ୍ୟାମେରା ଲଗାଇବାର ବ୍ୟବସ୍ଥା କରାଯାଉ । କିନ୍ତୁ ଉତ୍ତୋଳିତ ଫଟୋ ଯଦି ସାର୍ବଜନୀନ ହୁଏ କିମ୍ବା ବାହାରେ ପ୍ରଘଟ ହୁଏ, ତେବେ ସମ୍ପୃକ୍ତ ଅଧିକାରୀ କିମ୍ବା ଦାୟୀ ବ୍ୟକ୍ତିବିଶେଷଙ୍କୁ ସର୍ବନିମ୍ନ ୧୦ବର୍ଷ ଜେଲ ଦଣ୍ଡ ସହିତ ଏକ କୋଟି ଟଙ୍କା ଜୋରିମାନା ଦେବାର ବିଧିବ୍ୟବସ୍ଥା କରାଯାଉ । ମରାମତି, ଗଣତି-ମଣତି ପରେ ଭଣ୍ଡାରକୁ ଅଧିକ ସୁରକ୍ଷିତ ରଖାଯିବା ସହ ଶ୍ରୀମନ୍ଦିର ଭିତର ସମେତ ୪ଦ୍ବାର ଓ ସିଂହଦ୍ବାର ଥାନାରେ ଉଚ୍ଚଶକ୍ତି ସମ୍ପନ୍ନ ସାଇରନ ବାଜିବାର ବ୍ୟବସ୍ଥା କରାଯାଉ । ଏକ ସମ୍ପୂଣ୍ଣ ସୁରକ୍ଷିତ ସ୍ଥାନରେ ଅସ୍ଥାୟୀ ରତ୍ନଭଣ୍ଡାର ତିଆରି କରାଯାଇ ସେଠାରେ ରତ୍ନ ଅଳଙ୍କାର ଗଣତିମଣତି କରିବାର ବ୍ୟବସ୍ଥା କରାଯାଉ ।

ଏହା ମଧ୍ୟ ପଢନ୍ତୁ :-ଜଗତ ଦେଖିବ କାଳିଆ ଗହଣା: ଶେଷ ଥର କେବେ ଖୋଲିଥିଲା ରତ୍ନଭଣ୍ଡାର, ମିଳିଥିଲା କେତେ ରତ୍ନ - know about Ratna Bhandar

ଭଣ୍ଡାରର ମେକାପ ସେବାୟତଙ୍କୁ ରଖାଯିବା ସହ ସୁରକ୍ଷା ପୁରୀ ଏସ୍.ପି ଓ ପୋଲିସ ଡିଜି, ଶ୍ରୀମନ୍ଦିରର ପ୍ରତିହାରୀ ସେବକଙ୍କ ଉପସ୍ଥିତରେ ଏହି କାର୍ଯ୍ୟ ହେଉ । କାରଣ ୧୯୭୮ ମସିହାରେ ଗଣତିମଣତି ପାଇଁ ୭୦ଦିନରୁ ଅଧିକ ସମୟ ଲାଗିଥିଲା । ରତ୍ନଭଣ୍ଡାର ଖୋଲାଯିବା ପାଇଁ ସେତେବେଳେ ଗଠନ ହୋଇଥିବା ଜଷ୍ଟିସ୍ ରଘୁବର ଦାସଙ୍କ ‘ରତ୍ନଭଣ୍ଡାର’ର ତଦନ୍ତ କମିଶନ ରିପୋର୍ଟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ସାର୍ବଜନୀନ କରାଯାଉ ବୋଲି ସଂଗଠନର ମୁଖ୍ୟ ତଥା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.