ଭୁବନେଶ୍ବର: ରାଜଧାନୀରେ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ । ଆୟକର ଫାଙ୍କିବା ଅଭିଯୋଗରେ ରେଡ ହୋଇଥିବାବେଳେ ମିଳିଲାଣି 3 କୋଟିରୁ ଊର୍ଦ୍ଧ୍ବ ଟଙ୍କା । ଏନେଇ ଭୁବନେଶ୍ୱରର ଲକ୍ଷ୍ମୀସାଗର ସ୍ଥିତ ବାସଭବନର ଚଢ଼ାଉ ହୋଇଛି । ମିଳିଥିବା ସୂଚନା ଅନୁସାରେ, ପ୍ରିଣ୍ଟିଂ ଓ ଫ୍ଲେକ୍ସ ବ୍ୟବସାୟୀ ରଞ୍ଜିତ ଜୈନଙ୍କ ଘରେ ରେଡ ବେଳେ ନଗଦ 3 କୋଟିରୁ ଉର୍ଦ୍ଧ୍ବ ଟଙ୍କା ମିଳିଛି । ଯାହାକୁ ଦେଖି ତାଜୁବ ଇନକମ ଟ୍ୟାକ୍ସ ଅଧିକାରୀ । କାରଣ ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା କାହିଁକି ସେ ଘରେ ରଖିଥିଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ନାହିଁ ସେନେଇ ଆୟକର ଅଧିକାରୀ ତଦନ୍ତ ଚଳାଇଛନ୍ତି।
ଆୟକର ଅଧିକାରୀଙ୍କ କହିବା ଅନୁସାରେ, "ଚଢାଉ ବେଳେ ସମ୍ପୃକ୍ତ ବ୍ୟବସାୟୀଙ୍କ ଘରେ କିଛି ଆଞ୍ଚଳିକ ଦଳର ଫ୍ଲେକ୍ସ ଓ ଲୋଗୋ ଥିବା ବ୍ୟାନର ପୋଷ୍ଟର ମଧ୍ୟ ଦେଖିବାକୁ ପାଇଛନ୍ତି । ତେବେ ନିର୍ବାଚନ ସମୟରେ ପ୍ରିଣ୍ଟ କରାଯାଉଥିବା ପୋଷ୍ଟର ବ୍ୟାନର ପାଇଁ ଏହି ସବୁ ଟଙ୍କା ଆସିଥିବା ସନ୍ଦେହ କରାଯାଉଛି । ଏତେ ପରିମାଣର ଟଙ୍କା ଅଫିସିଆଲ୍ ନା ଅନ ଅଫିସିଆଲ ସୂତ୍ରରୁ ଆସିଛି ତାହାକୁ ନେଇ ସନ୍ଦେହ ଉପୁଜିଛି । ଏନେଇ ଆୟକର ବିଭାଗ ଖୋଳତାଡ଼ ଜାରି ରଖିଛି । ଏଥିସହ କାଗଜ ପତ୍ର ମଧ୍ୟ ଯାଞ୍ଚ ଚାଲିଛି । ଦୀର୍ଘ ଦିନ ଧରି ଚାଲିଥିବା ବ୍ୟାଙ୍କ ଟ୍ରାନଜାକ୍ସନ ବିଭିନ୍ନ ଆକାଉଣ୍ଟରେ ଥିବା ଟଙ୍କା ଓ ଫିକ୍ସ ଡିପୋଜିଟ୍, କରେଣ୍ଟ ଟ୍ରାଜାକ୍ସନ ଓ ବ୍ୟବସାୟିକ କାରବାର କିଭଳି ହେଉଥିଲା, ଭାଉଚର ଓ ଅନଲାଇନ ଟ୍ରାନାଜାକ୍ସନ ଆଦିକୁ ନେଇ ମଧ୍ୟ ଯାଞ୍ଚ ଚାଲିଛି ।"
ଏହା ବି ପଢନ୍ତୁ...ଝାଡଖଣ୍ଡ ମନ୍ତ୍ରୀଙ୍କ ସହଯୋଗୀଙ୍କ ଘରେ ଟଙ୍କାର ପାହାଡ, ରେଡ ବେଳେ କୋଟି କୋଟି ଟଙ୍କା ଜବତ - ED Raids In Ranchi
ରାଜନୈତିକ ଲିଙ୍କ୍ ରହିଛି କି ନାହିଁ ଏଭଳି ଅନେକ ଦିଗକୁ ନେଇ ତନାଘନା ଚଳାଇଛି ଆଇଟି । ତେବେ ବୁଦ୍ଧେଶ୍ବର କଲୋନିରେ ଥିବା ଏହି ବ୍ୟବସାୟୀଙ୍କ ଘରେ ତଳ ମହଲାରେ ଚାଲିଥିଲା ପ୍ରିଣ୍ଟି ଓ ଫ୍ଲେକ୍ସ ବ୍ୟବସାୟ। ଉପର ମହଲାରେ ସେ ନିଜେ ରହୁଥିଲେ । ତାଙ୍କର ଏକ ଗଣମାଧ୍ୟମ ସଂସ୍ଥା ରହିଥିବା ମଧ୍ୟ ଆୟକର ପକ୍ଷରୁ ସୂଚନା ମିଳିଛି। ତାଙ୍କର ଅନ୍ୟାନ୍ୟ ବ୍ୟବସାୟ ଉପରେ ମଧ୍ୟ ଆୟକର ବିଭାଗ ନଜର ରଖିବା ସହ ସମସ୍ତ ଦିଗକୁ ନେଇ ଖୋଳତାଡ଼ ଜାରି ରଖିଛି ।
ଇଟିଭି ଭାରତ, ଭୁବନେଶ୍ବର