ETV Bharat / state

ଜୀବନ ନେଉଛି ସଡ଼କ ଦୁର୍ଘଟଣା, 'ସୋଲାସିୟମ' ଅନୁଦାନ ସ୍ୱପ୍ନ - SOLATIUM FUND ISSUE

କେନ୍ଦ୍ରାପଡ଼ା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ସୋଲାସିୟମ ସହାୟତା ରାଶି ମିଳୁନଥିବା ଅଭିଯୋଗ ।

Solatium Fund Scheme issue
Solatium Fund Scheme issue (ETV Bharat Odisha)
author img

By ETV Bharat Odisha Team

Published : Nov 23, 2024, 1:45 PM IST

କେନ୍ଦ୍ରାପଡ଼: ଉପକୂଳ ଓଡିଶାର ଏକ ପ୍ରମୁଖ ଜିଲ୍ଲା କେନ୍ଦ୍ରାପଡ଼ା । ଏହି ଜିଲ୍ଲାକୁ ସଂଯୋଗ କରିଛି ଉଭୟ ରାଜ୍ୟ ଓ ଜାତୀୟ ରାଜପଥ । ୫୩ ନଂ ଜାତୀୟ ରାଜପଥ ଦୈତାରୀଠାରୁ ପାରାଦ୍ୱୀପ ସଂଯୋଗ କରୁଥିବା ବେଳେ ରାଜ୍ୟ ରାଜପଥ ୯ (ଏ) କଟକ-ଚାନ୍ଦବାଲି ରାସ୍ତା ନାମରେ ପରିଚିତ । ତେବେ ଏହି ରାସ୍ତାରେ ସଡ଼ତ ଦୁର୍ଘଟଣା ଦ୍ବାରା ଅନେକ ଧନ,ଜୀବନ ହାନୀ ହେଉଛି । ହେଲେ ମୃତକଙ୍କ ପରିବାରକୁ "ସୋଲାସିୟମ" ଯୋଜନାରେ ମିଳିବାକୁ ଥିବା ସହାୟତା ରାଶି ମିଳୁନଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ୪୦ରୁ ଉର୍ଦ୍ଧ୍ବ "ସୋଲାସିୟମ" ମାମଲା ରହିଥିବା ବେଳେ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳଙ୍କ ନିକଟରେ କୌଣସି ତଥ୍ୟ ନାହିଁ ।

"ସୋଲାସିୟମ" ସହାୟତା କ'ଣ ?:
ସେକ୍ସନ ୧୬୩ (୧),୧୯୮୮ ମୋଟର ଭେଇକିଲ ଆକ୍ଟ ଅନୁଯାୟୀ, ସଡ଼କ ଦୁର୍ଘଟଣାରେ ଯଦି କୌଣସି ବ୍ୟକ୍ତିଙ୍କ ଅଙ୍ଗ ଅଚଳ ହୁଏ ବା ଦୁର୍ଘଟଣାରେ ମୃତ୍ୟୁ ହୁଏ । ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ "ସୋଲାସିୟମ" ଫଣ୍ଡ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ପାଇଁ ୪ ଲକ୍ଷ ଓ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କ ପାଇଁ ୨ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯାଉଛି ।"

Solatium Fund Scheme issue (ETV Bharat Odisha)

'ଉପଜିଲ୍ଲାପାଳଙ୍କ ନିକଟରେ ପଡିରହିଛି 'ସୋଲାସିୟମ' ଫାଇଲ':
ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସଡ଼କ ନିରାପତ୍ତା କମିଟି ସଦସ୍ୟ ବିଧୁଭୂଷଣ ମହାପାତ୍ର କହିଛନ୍ତି," ଯେ ପର୍ଯ୍ୟନ୍ତ ମୁଁ ସଡକ ନିରାପତ୍ତା ସମିତିର ସଦସ୍ୟ ଥିଲି ସେ ସମୟରେ 'ସୋଲାସିୟମ' ପଇସା ଦେବାର ବ୍ୟବସ୍ଥା ନଥିଲା । ସେତେବେଳେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଓ ଆହତ ସମ୍ପର୍କରେ କ୍ଷତିପୂରଣ ପାଇଁ ପିଟିସନ ଦେଇଥିବା ବେଳେ ସରକାର ଶୁଣିନଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଲୋକମାନଙ୍କୁ ଚିହ୍ନଟ କରାଯାଇ କ୍ଷତିପୂରଣ ଦେବାକୁ ସ୍ଥିର କରାଯାଇଥିଲା । ହେଲେ କେନ୍ଦ୍ରାପଡା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୦ରୁ ଉର୍ଦ୍ଧ୍ବ 'ସୋଲାସିୟମ' ଫଣ୍ଡ ଅନୁଦାନ ପାଇବା ପାଇଁ ଆବେଦନ ହୋଇଥିଲେ ମଧ୍ୟ ଜଣଙ୍କୁ ବି କ୍ଷତିପୂରଣ ମିଳିନାହିଁ । ଉପଜିଲ୍ଲାପାଳଙ୍କ ନିକଟରେ ଫାଇଲ ପଡିରହିଛି ।"

Solatium Fund Scheme issue
Solatium Fund Scheme issue (ETV Bharat Odisha)

ଏମିତି କହିଲେ ଉପଜିଲ୍ଲାପାଳ:
ଏନେଇ ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ କହିଛନ୍ତି,"ସୋଲାସିୟମ ମାମଲା ଆରଟିଓ(RTO) ଅଫିସରେ ହୁଏ । ନୂଆ ଗାଇଡ ଲାଇନ ଅନୁଯାୟୀ ଉପଜିଲ୍ଲାପାଳଙ୍କ ପାଖକୁ ଆସିଛି । ଏପର୍ଯ୍ୟନ୍ତ ଆମେ ୧୦-୧୫ଟି ଫାଇଲ ଜିଲ୍ଲାପାଳଙ୍କ ନିକଟଙ୍କୁ ପଠାଇଛୁ ।"

ଏହା ମଧ୍ୟୟ ପଢନ୍ତୁ...ଟ୍ରକ ଧକ୍କାରେ 4 ବାଇକ ଆରୋହୀ ମୃତ

ଏହା ମଧ୍ୟୟ ପଢନ୍ତୁ...ରାସ୍ତା ପାର୍‌ ହେଉଥିଲେ, ମହିଳାଙ୍କ ଉପରେ ମାଡିଗଲା ଟ୍ରକ

ଏହା ମଧ୍ୟୟ ପଢନ୍ତୁ...ଟ୍ରକ ଧକ୍କାରେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ପ୍ରତିଶ୍ରୁତି ଦେଲା ପ୍ରଶାସନ

୫ ବର୍ଷରେ ଦୁର୍ଘଟଣା ଓ ମୃତକଙ୍କ ତାଲିକା:
ଜିଲ୍ଲା ପରିବହନ ବିଭାଗ ଓଭରଲୋଡ୍, ଓଭର ସ୍ପିଡ୍, ଡ୍ରଙ୍କ ଡ୍ରାଇଭିଂ, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ, ଗାଡି ଚାଳନା ବେଳେ ମୋବାଇଲ ଫୋନ ବ୍ୟବହାର,ବିନା ସିଟ ବେଲ୍ଟରେ ଗାଡି ଚାଳନା ଏବଂ ବିନା ହେଲାମେଟରେ ବାଇକ ଡ୍ରାଇଭିଂ ପାଇଁ ମୋଟ ୧୦୫୩ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇଛି । କେବଳ ୨୦୨୩ ରେ ୧୪୫୯ ଜଣଙ୍କର ଲାଇସେନ୍ସ ରଦ୍ଧ କରାଯାଇଥିବା ସୂଚନା ମିଳିଛି ।

୨୦୧୮ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୮୬ଟି ଦୁର୍ଘଟଣା ଘଟିଥିଲା ବେଳେ ୧୧୫ ଜଣକ ମୃତ୍ୟୁ ହୋଇଥିଲା । ସେହିପରି ୨୦୧୯ ରେ ୮୩ଟି ଦୁର୍ଘଟଣା ଘଟିଥିବା ବେଳେ ୧୩୫ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୦ରେ ୧୦୫ଟି ଦୁର୍ଘଟଣା ଘଟିଥିବା ବେଳେ ୧୦୮ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୨୧ ମସିହା ତୁଳନାରେ ୨୦୨୨ରେ ୧୧ ପ୍ରତିଶତରୁ ଉର୍ଦ୍ଧ୍ଵ ଦୁର୍ଘଟଣା ହାର ବଢିଥିଲା । ୨୦୨୧ ମସିହା ତଥ୍ୟ ଅନୁଯାୟୀ କେନ୍ଦ୍ରାପଡ଼ାରେ ୨୪୪ଟି ଦୁର୍ଘଟଣା ଘଟିଥିବା ବେଳେ ସେଥିରୁ ୯୮ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୮୨ ଜଣ ଗୁରୁତର ଆହତ ହୋଇଥିଲେ ।

୨୦୨୨ ମସିହାରେ ୨୭୧ଟି ଦୁର୍ଘଟଣା ଘଟିଥିଲା । ସେଥିରେ ୧୦୯ ଜଣ ମୃତ୍ୟୁ ବରଣ କରିଥିବାବେଳେ ୧୯୭ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ୨୦୨୧ ତୁଳନାରେ ୨୦୨୨ରେ ଦୁର୍ଘଟଣା ୧୧ ପ୍ରତିଶତ ବଢ଼ିଥିବାବେଳେ, ସମାନ ସଂଖ୍ୟକ ମୃତ୍ୟହାର ମଧ୍ୟ ବଢିଥିଲା । ୨୦୨୩ରେ ମିଳିଥିବା ତଥ୍ୟ ଅନୁଯାୟୀ ୧୨୮ଟି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୧୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.