ETV Bharat / state

ପୂର୍ବାଞ୍ଚଳ ରେଞ୍ଜ ଆଇଜି ଭାବରେ ଦାୟୁତ୍ବ ଗ୍ରହଣ କଲେ ସତ୍ୟବ୍ରତ ଭୋଇ - ବାଲେଶ୍ବର ଖବର

East Zone New IG: ପୂର୍ବାଞ୍ଚଳ ପୋଲିସ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ସତ୍ୟବ୍ରତ ଭୋଇ । ଆଜିଠାରୁ ସେ ଏହି ଦାୟୁତ୍ୱ ଗ୍ରହଣ କରିଛନ୍ତି । ଅଧିକ ପଢ଼ନ୍ତୁ

ସତ୍ୟବ୍ରତ ଭୋଇ
ସତ୍ୟବ୍ରତ ଭୋଇ
author img

By ETV Bharat Odisha Team

Published : Feb 2, 2024, 8:56 PM IST

ସତ୍ୟବ୍ରତ ଭୋଇ

ବାଲେଶ୍ବର: ପୂର୍ବାଞ୍ଚଳ ପୋଲିସ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ସତ୍ୟବ୍ରତ ଭୋଇ । ଆଜି ଠାରୁ ସେ ଏହି ଦାୟୁତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି । ୨୦୦୪ ବ୍ୟାଚର ଆଇପିଏସ ଅଧିକାରୀ ସତ୍ୟବ୍ରତ ଭୋଇ । ଆଇଜି ହିମାଂଶୁ ଲାଲଙ୍କ ବଦଳି ପରେ ସତ୍ୟବ୍ରତ ଭୋଇ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ତେବେ ସତ୍ୟବ୍ରତ ଜଣେ ନିଷ୍ଠାପର ଓ ଦାୟିତ୍ୱବାନ ଆଇପିଏସ ଅଧିକାରୀ ଭାବେ ପୂର୍ବରୁ ବ୍ରହ୍ମପୁରରେ ପୋଲିସ ମହାନିରୀକ୍ଷକ ଭାବେ ନିଜର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି । ଗତକାଲି ସନ୍ଧ୍ୟାରେ ସତ୍ୟବ୍ରତ ଭୋଇ ବାଲେଶ୍ୱର ଆଇଜି କାର୍ଯ୍ୟାଳୟରେ ପହଞ୍ଚିବା ପରେ ବାଲେଶ୍ୱର, ମୟୁରଭଞ୍ଜ ଏବଂ ଭଦ୍ରକର ଆରକ୍ଷୀ ଅଧୀକ୍ଷକ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଦାୟିତ୍ୱ ନେବା ପରେ ସତ୍ୟବ୍ରତ କହିଛନ୍ତି, "ପୂର୍ବାଞ୍ଚଳର ୩ ଜିଲ୍ଲାର ପୋଲିସ ଟିମ୍ ପୁରା ସକ୍ରିୟ ରହିଛନ୍ତି । ତେଣୁ ଏଠାରେ ବିଶେଷ କୌଣସି ସମସ୍ୟା ନାହିଁ । ଯେଭଳି ଆଇନ ଶୃଙ୍ଖଳା ପରିସ୍ଥିତି ସ୍ବଭାବିକ ରହିବ, ଅପରାଧିକ କାର୍ଯ୍ୟକଳାପ କିପରି ନିୟନ୍ତ୍ରଣ କରାଯାଇ ପାରିବ ଏବଂ ଲୋକମାନଙ୍କ ପାଖରେ କିପରି ପୋଲିସ ସେବା ପହଞ୍ଚି ପାରିବ ସେଥିପାଇଁ ଚେଷ୍ଟା କରିବୁ । ସମସ୍ତ ପୋଲିସ କର୍ମଚାରୀ ୟୁନିଟ ହୋଇ କାମ କରିବୁ, ଯାହା ଫଳରେ ଯେପରି ଲୋକଙ୍କ ପାଖରେ ପୋଲିସ ସେବା ଭଲରେ ପହଞ୍ଚି ପାରିବ ।"

ସତ୍ୟବ୍ରତ ଭୋଇ ଏହା ମଧ୍ୟ କହିଛନ୍ତି, "ପୂର୍ବାଞ୍ଚଳ ରେଞ୍ଜରେ ଚାଲିଥିବା ବେଆଇନ ନିଶା କାରବାର ଓ ବିଭିନ୍ନ ପ୍ରକାର ଅପରାଧିକ ଗତିବିଧିକୁ କିଭଳି ରୋକାଯିବ ସେନେଇ ଗୁରୁତ୍ୱ ଦିଆଯିବ । ଚଳିତବର୍ଷ ସାଧାରଣ ନିର୍ବାଚନ ଥିବାରୁ ତାହା କିପରି ଠିକ ଭାବେ ପରିଚାଳିତ ହେବ ସେ ନେଇ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବ । ଜିଲ୍ଲାରେ ପୁଲିସ ଟିମ୍ ଠିକଠାକ କାମ କରୁଛି । ଏଣୁ ଅପରାଧକୁ ମୂଳପୋଛ କରିବା ଲାଗି ପ୍ରୟାସକୁ ଆହୁରି ଜୋରଦାର କରାଯିବ । ଏହାସହ ମୁ୍ଖ୍ୟମନ୍ତ୍ରୀଙ୍କ ୫T ମନ୍ତ୍ରକୁ ମଧ୍ୟ ପ୍ରାଧାନ୍ୟ ଦେଇ ୫T ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ.....ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଭାବେ ଦାୟିତ୍ବ ନେଲେ ଜୟନାରାୟଣ ପଙ୍କଜ

ସୂଚନାଯୋଗ୍ୟ, ସତ୍ୟବ୍ରତ ଦକ୍ଷିଣାଞ୍ଚଳ ଜୋନ୍‌ରେ କାର୍ଯ୍ୟ କରିବା ସମୟରେ ଗଞ୍ଜାମ, ଗଜପତି, କନ୍ଧମାଳ ଏବଂ ବୌଦ୍ଧ ପୋଲିସ ଜିଲ୍ଲା ମାଓ ପ୍ରଭାବିତ ଅଞ୍ଚଳରେ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହାସହ କମିଶନରେଟ ପୋଲିସର ଡିସିପି ଦାୟିତ୍ୱରେ ଥିବା ବେଳେ ଅପରାଧୀଙ୍କ ମନରେ ଛନକା ପଶାଇ ଦେଇଥିଲେ । ଏବେ ବାଲେଶ୍ୱର, ମୟୁରଭଞ୍ଜ ଏବଂ ଭଦ୍ରକ ଅଞ୍ଚଳରେ ଅପରାଧୀକ କାର୍ଯ୍ୟକଳାପକୁ ମଧ୍ୟ ଦମନ କରିବାରେ ସଫଳ ହେବେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.