ETV Bharat / state

ଆଇପିଏସ୍‌ ସ୍ତରରେ ଛୋଟ ପରିବର୍ତ୍ତନ; ଦୀପକ-ସତ୍ୟବ୍ରତ, ବି. ଯୁଗଳ-ସିଦ୍ଧାର୍ଥଙ୍କ ଅଦଳବଦଳ - IPS reshuffle in Odisha

IPS reshuffle: ଆଇପିଏସ୍‌ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଡକ୍ଟର ଦୀପକ କୁମାର ଓ ପୂର୍ବାଞ୍ଚଳ ଆଇଜି ଥିବା ସତ୍ୟବ୍ରତ ଭୋଇଙ୍କୁ ପରସ୍ପର ଭିତରେ ଅଦଳବଦଳ କରାଯାଇଛି । କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଏସ୍‌ପି ମଧ୍ୟ ବଦଳିଲେ । ଅଧିକ ପଢ଼ନ୍ତୁ

IPS reshuffle
IPS reshuffle
author img

By ETV Bharat Odisha Team

Published : Mar 1, 2024, 10:30 PM IST

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇପିଏସ୍‌ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁସାରେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ତଥା ଅନୁଗୋଳ ପିଟିସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଥିବା ଡକ୍ଟର ଦୀପକ କୁମାର ଓ ପୂର୍ବାଞ୍ଚଳ ଆଇଜି ଥିବା ସତ୍ୟବ୍ରତ ଭୋଇଙ୍କୁ ପରସ୍ପର ଭିତରେ ଅଦଳବଦଳ କରାଯାଇଛି । ସେହିଭଳି କେନ୍ଦ୍ରାପଡ଼ା ଏସ୍‌ପି ଥିବା ବି. ଯୁଗଳ କିଶୋର ଓ ଖୋର୍ଦ୍ଧା ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ଆଇପିଏସ୍‌ ସିଦ୍ଧାର୍ଥ କଟାରିଆଙ୍କ ମଧ୍ୟରେ ବଦଳି ହୋଇଛି ।

IPS reshuffle
IPS reshuffle

ଗୃହ ବିଭାଗ ବିଜ୍ଞପ୍ତି ଅନୁସାରେ, ବଦଳିଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଡକ୍ଟର ଦୀପକ କୁମାର । ୨୦୦୪ ବ୍ୟାଚ୍‌ର ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ତଥା ଅନୁଗୋଳ ପିଟିସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଥିବା ଡକ୍ଟର ଦୀପକ କୁମାରଙ୍କୁ ବଦଳି କରିଛନ୍ତି ସରକାର । ପୂର୍ବାଞ୍ଚଳ ଆଇଜି ଭାବେ ତାଙ୍କୁ ବଦଳି କରାଯାଇଛି । ସେହିପରି ପୂର୍ବାଞ୍ଚଳ ଆଇଜି ଥିବା ୨୦୦୪ ବ୍ୟାଚ୍‌ର ସତ୍ୟବ୍ରତ ଭୋଇଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି । ତା’ ସହିତ ତାଙ୍କୁ ଅନୁଗୋଳ ପିଟିସିର ଅଧ୍ୟକ୍ଷ ଭାବେ ସତ୍ୟବ୍ରତ ଭୋଇଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେହିଭଳି ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ତଥା କେନ୍ଦ୍ରାପଡ଼ା ଏସ୍‌ପି ଥିବା ବି. ଯୁଗଳ କିଶୋରଙ୍କୁ ବଦଳି କରାଯାଇଛି । ଖୋର୍ଦ୍ଧା ଏସ୍‌ପି ଭାବେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ଖୋର୍ଦ୍ଧା ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ୨୦୧୭ ବ୍ୟାଚ୍‌ର ଆଇପିଏସ୍‌ ସିଦ୍ଧାର୍ଥ କଟାରିଆଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ଭାବେ ବଦଳି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବଦଳିଲେ ପୁରୀ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାପାଳ; ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପୁରୀର ନୂଆ ଜିଲ୍ଲାପାଳ

ଏହା ପୂର୍ବରୁ ଗତ ଫେବୃଆରୀ ୨୮ ତାରିଖରେ ରାଜ୍ୟରେ ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ ହୋଇଥିଲା । ପୁରୀ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ପରିବର୍ତ୍ତନ ହୋଇଥିଲେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବାଲେଶ୍ଵରର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ ଆଶିଷ ଠାକରେ । ୨୦୧୧ ବ୍ୟାଚ୍‌ର ଏହି ଅଫିସର ନିକଟରେ ମୟୂରଭଞ୍ଜ ଜିଲ୍ଲାପାଳ ଭାବରେ ବଦଳି ହୋଇଥିଲେ । ତାହା ପୂର୍ବରୁ ସେ କେନ୍ଦୁଝର ଜିଲ୍ଲାପାଳ ଭାବେ ଦୀର୍ଘ ଦିନ ହେଲା କାର୍ଯ୍ୟ କରୁଥିଲେ । ପୁରୀ ଜିଲ୍ଲାପାଳ ଥିବା ବିଜୟ କୁମାର ଦାସଙ୍କୁ କଟକ ମହାନଗର ନିଗମ ବା ସିଏମ୍‌ସି କମିଶନର ଭାବେ ବଦଳି କରାଯାଇଥିଲା । ଏହା ସହିତ ସେ କଟକ ଉନ୍ନୟନ ପରିଷଦ ବା ସିଡିଏର ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ । ପୁରୀ ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ବ ପାଇଥିଲେ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ୨୦୧୪ ବ୍ୟାଚ୍‌ର ଏହି ଅଫିସର କଟକ ମହାନଗର ନିଗମ ବା ସିଏମସି କମିଶନର ଥିବା କାର୍ଯ୍ୟ କରୁଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.