ETV Bharat / state

ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ, ଖଣି ଅଞ୍ଚଳ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ପାଇଁ ବାଟ ଦେଖାଇଲା ଯୋଜନା - Skill Development Programme

Skill Development Programme: ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନରେ ଓରମାସ ପକ୍ଷରୁ ଦକ୍ଷତା ବିକାଶ ତାଲିମ ପାଇ ନିଯୁକ୍ତି ପାଇଥିବା ପ୍ରଶିକ୍ଷାର୍ଥୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

Skill Development Programme
Skill Development Programme
author img

By ETV Bharat Odisha Team

Published : Mar 9, 2024, 7:55 AM IST

ଭୁବନେଶ୍ବର: କେବଳ ନିଜେ ରୋଜଗାରକ୍ଷମ ବା ଆତ୍ମନିର୍ଭରଶୀଳ ହେଲେ, ବେକାରୀ ସମସ୍ୟା ଦୂର ହେବ ନାହିଁ, ବରଂ ନିଜ ଭଳି ଅନ୍ୟମାନଙ୍କୁ ରୋଜଗାରକ୍ଷମ ହେବା ଦିଗରେ ସଚେତନ କରାଇବା ଏବଂ ଏଥିରେ ସଫଳତା ହାସଲ କରିପାରିଲେ, ସରକାରଙ୍କ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ସଫଳ ହୋଇପାରିବ । ଯାହା କି ସମାଜର ସାମୂହିକ ବିକାଶ ଦିଗରେ ଏକ ଉଦାହରଣ ସୃଷ୍ଟି କରିପାରିବ । ତେବେ ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନରେ ଓରମାସ ପକ୍ଷରୁ ଦକ୍ଷତା ବିକାଶ ତାଲିମ ପାଇ ନିଯୁକ୍ତି ପାଇଥିବା ପ୍ରଶିକ୍ଷାର୍ଥୀଙ୍କୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପରାମର୍ଶ ଦିଆଯାଇଛି ।

sdgf
sdgf

ଓରମାସ-ଓଏମସିର ମିଳିତ ଆନୁକୂଲ୍ୟରେ ରାଜ୍ୟର ଖଣି ଅଞ୍ଚଳରେ ବସବାସ କରୁଥିବା ଗରିବ ପରିବାରର ଅଳ୍ପ ଶିକ୍ଷିତ ବେରୋଜଗାର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ ଯୋଜନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓରମାସର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଯୋଗ ଦେଇଥିଲେ । ତେବେ ନିଷ୍ଠା ଏବଂ ଦୃଢ଼ ଆତ୍ମବିଶ୍ୱାସର ସହିତ କର୍ମକ୍ଷେତ୍ରରେ ନିଜର ଦାୟିତ୍ୱ ସମ୍ପାଦନ କରିବାକୁ ପ୍ରଶିକ୍ଷାର୍ଥୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ଏଥିସହ ନିଜର ବ୍ୟକ୍ତିଗତ ଦାୟିତ୍ୱ ସହ ପରିବାରର ଆର୍ଥିକ ବିକାଶ ଦିଗରେ ମଧ୍ୟ ସଚେତନ ହେବା ପାଇଁ କହିଥିଲେ । ସେହିପରି ଓଡ଼ିଶା ଖଣି ନିଗମର ମାନବ ସମ୍ୱଳ ବିଭାଗର ନିର୍ଦ୍ଦେଶକ ଆଲୋକ କୁମାର ପାଲ ପ୍ରଶିକ୍ଷାର୍ଥୀଙ୍କୁ ସ୍ୱାବଲମ୍ୱୀ ହେବା ସହ ଆଗାମୀ ଦିନରେ ନିଜ ଅଞ୍ଚଳର ଅନ୍ୟ ବେରୋଜଗାର ଯୁବବର୍ଗଙ୍କୁ ଏହି ଯୋଜନାର ସୁଯୋଗ ହାସଲ କରିବା ପାଇଁ ସଚେତନ କରିବା ଦିଗରେ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ - ଗ୍ରାମୀଣ ବିକାଶ ଦିଗରେ ଅଭିନବ ପଦକ୍ଷେପ, 6 ସଂସ୍ଥା ସହ ଓରମାସର ଚୁକ୍ତି

ତେବେ ଓରମାସ - ଓଏମସି ଦ୍ୱାରା ପରିଚାଳିତ ଏହି ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ 390 ଜଣ ଯୁବକ ଯୁବତୀ ଯାଜପୁର, ରାୟଗଡ଼ା, ସୁନ୍ଦରଗଡ଼ ଏବଂ ଭୁବନେଶ୍ୱରର 7ଟି ତାଲିମ କେନ୍ଦ୍ରରେ ତାଲିମ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ତାଲିମ ଶେଷ କରିଥିବା ଯାଜପୁର ଏବଂ କେନ୍ଦୁଝର ଜିଲ୍ଲା ଖଣି ଅଞ୍ଚଳ ପ୍ରାୟ 90 ଜଣ ଛାତ୍ରୀ ଏହି କାର୍ଯକ୍ରମରେ ଯୋଗ ଦେଇଥିଲେ । ସିଲେଇ ମେସିନ ଅପରେଟର ଏବଂ ରିଟେଲ ସେଲସ୍‌ ଟ୍ରେଡରେ ତାଲିମ ନେଇଥିବା ଏ ପ୍ରଶିକ୍ଷାର୍ଥୀ 3 ମାସର ତାଲିମ ନେଇ ଏବେ ବେଙ୍ଗାଲୁରୁ, ଭୁବନେଶ୍ୱର, ସମ୍ବଲପୁର, କଟକ ଆଦି ସ୍ଥାନରେ ବିଭିନ୍ନ ଘରୋଇ ସଂସ୍ଥାରେ ନିଯୁକ୍ତି ସୁଯୋଗ ପାଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ପ୍ରଶିକ୍ଷାର୍ଥୀଙ୍କ ସହିତ ବାର୍ତ୍ତାଳାପ କରିବା ସହ ସେମାନଙ୍କ ବ୍ୟକ୍ତିଗତ ଅନୁଭୂତି କଥା ଶୁଣିଥିଲେ । ଏହି ଅବସରରେ ସମସ୍ତ ଅଂଶଗ୍ରହଣକାରୀ ପ୍ରଶିକ୍ଷାର୍ଥୀଙ୍କୁ ଓରମାସ ତରଫରୁ ହାଇଜିନ କିଟ ବ୍ୟାଗ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନର ନିର୍ଦ୍ଦେଶକ, ଓରମାସ ଅଧିକାରୀ ଏବଂ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ପିଆଇଏ ସଂସ୍ଥା, ସାହି ଏକ୍ସପୋର୍ଟସ, ସେଫ ଏଜୁକେଟ ଏବଂ ନିଅମ ଏଜୁକେସନାଲ ଫାଉଣ୍ଡେସନର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.