ETV Bharat / state

ଉତ୍କଳରେ ଆରମ୍ଭ ହେବ ଅନ୍ତଃ ବିଶ୍ଵବିଦ୍ୟାଳୟ ଆଥଲେଟିକ ପ୍ରତିଯୋଗିତା, ଭାଗ ନେବେ 38 ବିଶ୍ଵବିଦ୍ୟାଳୟ

author img

By ETV Bharat Odisha Team

Published : Feb 12, 2024, 9:21 PM IST

Inter University Athletics Competition: ଉତ୍କଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ଅନ୍ତଃ ବିଶ୍ଵବିଦ୍ୟାଳୟ ଆଥଲେଟିକ ପ୍ରତିଯୋଗିତା ।

Etv Bharat
Etv Bharat
ଅନ୍ତଃ ବିଶ୍ଵବିଦ୍ୟାଳୟ ଆଥଲେଟିକ ପ୍ରତିଯୋଗିତା

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ଅନ୍ତଃ ବିଶ୍ଵବିଦ୍ୟାଳୟ ଆଥଲେଟିକ ପ୍ରତିଯୋଗିତା । ଏହି ପ୍ରତିଯୋଗିତା ପାଇଁ ପ୍ରାଥମିକ ସ୍ତରରେ 80 ଲକ୍ଷ ଟଙ୍କା ଅନୁଦାନ କରିଛନ୍ତି ରାଜ୍ୟ ସରକାର । ଏଥିରେ 13 ଟି ପ୍ରତିଯୋଗିତାର ଆୟୋଜନ କରାଯିବ । ରାଜ୍ୟରେ ଥିବା 38 ଟି ବିଶ୍ଵବିଦ୍ୟାଳୟ ଏଥିରେ ଭାଗ ନେବାକୁ ଥିବା ବେଳେ ପ୍ରାୟ 1 ହଜାର ଛାତ୍ରୀଛାତ୍ର ଏଥିରେ ଅଂଶ ଗ୍ରହଣ କରିବେ ।

ଆସନ୍ତା ଫେବୃଆରୀ 15 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ ଅନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ ପ୍ରତିଯୋଗିତା । ଏହା ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଷ୍ଟାଡିଅମରେ ଅନୁଷ୍ଠିତ ହେବ । ଡିସ୍କସ ଥ୍ରୋ, ଜାଭେଲିନ, ହର୍ଡଲଷ, ରିଲେ ଓ ରନିଂ ଭଳି 13ଟି ପ୍ରତିଯୋଗିତାର ଆୟୋଜନ କରାଯିବ । ଏଥିରେ ଓଡ଼ିଶାର 38ଟି ବିଶ୍ଵବିଦ୍ୟାଳୟ ଭାଗ ନେବେ । ଯେଉଁଥିରୁ 18ଟି ସରକାରୀ ଓ ବାକି ବେସରକାରୀ ବିଶ୍ୱବିଦ୍ୟାଳୟ ରହିଛନ୍ତି । ପ୍ରତି ବିଶ୍ୱବିଦ୍ୟାଳୟରୁ ଗୋଟିଏ ଇଭେଣ୍ଟ ପାଇଁ ଜଣେ ଛାତ୍ର ଓ ଜଣେ ଛାତ୍ରୀ ମୋଟ ଦୁଇଜଣ ଅଂଶ ଗ୍ରହଣ କରିବେ । ସେମାନଙ୍କ ଜୋନ ସ୍ତରୀୟ ପ୍ରତିଯୋଗିତାରୁ ବଛା ଯାଇଛି । ପ୍ରତିଯୋଗୀମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ଉତ୍କଳ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଏହି ପ୍ରତିଯୋଗିତା ପାଇଁ ରାଜ୍ୟ ସରକାର ସମୁଦାୟ 80 ଲକ୍ଷ ଟଙ୍କା ଅନୁଦାନ କରିଛନ୍ତି । ପ୍ରଥମ ପୁରସ୍କାର 30 ହଜାର ଟଙ୍କା, ଦ୍ଵିତୀୟ 20 ହଜାର ଟଙ୍କା ଓ ତୃତୀୟ ପୁରସ୍କାର ପାଇଁ 15 ହଜାର ରଖାଯାଇଛି । ଏହି ପ୍ରତିଯୋଗିତାରେ ଉଚ୍ଚଶିକ୍ଷା ମନ୍ତ୍ରୀ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ସଚିବ ଏବଂ କ୍ରୀଡ଼ାବିତ ଅନୁରାଧା ବିଶ୍ୱାଳ ଯୋଗ ଦେବେ । ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପ୍ରତିଭା ଓ ଦକ୍ଷତାର ବିକାଶ ହିଁ ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ । ଏନେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ, ପ୍ରତି ବିଶ୍ଵବିଦ୍ୟାଳୟରୁ କେବଳ ଦୁଇ ଜଣ ଛାତ୍ରଛାତ୍ରୀଙ୍କ ସମେତ ଜଣେ ଶିକ୍ଷକ ଓ ଶିକ୍ଷୟତ୍ରୀ ଆସିବେ। ଯେଭଳି ଭାବରେ କୌଣସି ପିଲାଙ୍କର ଅସୁବିଧା ନହୁଏ ସେନେଇ ପଦକ୍ଷେପ ନିଆଯାଉଛି । ଏପଟେ ପ୍ରତିଯୋଗିତା ସମୟରେ ପରୀକ୍ଷା ଚାଲୁରହିଥିବା ନେଇ ମଧ୍ୟ ଏକ ଆଶଙ୍କା ରହିଛି । ତେଣୁ ପ୍ରତିଯୋଗିତାରେ ଭାଗ ନେଇଥିବା ପିଲାମାନେ ପରୀକ୍ଷା ସମୟରେ ସେମାନଙ୍କୁ ପ୍ରତିଯୋଗିତାରେ କୋହୋଳ କରାଯିବ ବୋଲି କହିଛନ୍ତି କୁଳପତି ସବିତା ଆଚାର୍ଯ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.