ETV Bharat / state

କେରେଙ୍ଗ ବସ୍ତ୍ରକୁ ଜିଆଇ ଟ୍ୟାଗ୍ ପ୍ରଦାନ ପାଇଁ ଉଦ୍ୟମ, ପ୍ରଶାସନ-ଇନଟାକ୍ ଟିମ୍ ସମୀକ୍ଷା - INTAC Team

Kareng Textile in Koraput: କୋରାପୁଟ ଗସ୍ତ କରି କେରେଙ୍କ ଟେକ୍ସଟାଇଲର ସମୀକ୍ଷା କଲା ଇନଟାକ୍ ଟିମ୍ । ଜିଆଇ ଟ୍ୟାଗ ପାଇବା ପାଇଁ କେରେଙ୍ଗ ବସ୍ତ୍ର ପ୍ରଯୁଜ୍ୟ ବୋଲି କହିଲେ ବିଶିଷ୍ଟ ଗବେଷକ ଅନୀଲ ଧୀର । ଅଧିକ ପଢନ୍ତୁ,

Kareng Textiles
Kareng Textiles
author img

By ETV Bharat Odisha Team

Published : Mar 1, 2024, 11:55 AM IST

INTAC Team

କୋରାପୁଟ: କେରେଙ୍ଗ ବୃକ୍ଷର ଛାଲିରୁ ପ୍ରସ୍ତୁତ ହେଉଥିବା କେରେଙ୍ଗ ବସ୍ତ୍ରକୁ ନୂଆ ପରିଚୟ ଦେବାକୁ ଆରମ୍ଭ ହୋଇଛି ପ୍ରୟାସ । ଗଦବା ଜନଜାତିର ଲୁପ୍ତ ପ୍ରାୟ କେରେଙ୍ଗ ବସ୍ତ୍ର ଓ ତନ୍ତକୁ ପୁନଃଜୀବିତ କରିବା ପାଇଁ ଇନ୍ଟାକ, କୋଟସ ଓ କୋରାପୁଟ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜାରି ରହିଛି ପ୍ରକଳ୍ପ କାର୍ଯ୍ୟ । ଏହାରି ମଧ୍ୟରେ ଗୁରୁବାର ଦିନ ଇନଟାକ୍‌ର ରାଜ୍ୟ କର୍ମକର୍ତ୍ତା ରାଇପାଡୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ । ନିକଟରେ ନୂତନ ଭାବେ ବସ୍ତ୍ର ବୁଣା ଆରମ୍ଭ କରିଥିବା ଯୋଗୁଁ ଲମତାପୁଟର ରାଇପଡା ଗ୍ରାମର ମହିଳା ଓ ପୁରୁଷ ବୁଣାକାରଙ୍କୁ କୋରାପୁଟ ସ୍ଥିତ ଆଦିବାସୀ ଗବେଷଣା କେନ୍ଦ୍ର କୋଟସ ଦ୍ୱାରା ସମ୍ମାନିତ କରାଯାଇଥିଲା ।

ରାଜ୍ୟ ଇନଟାକ୍‌ ଶାଖାର ସଦସ୍ୟ ତଥା ବିଶିଷ୍ଟ ଗବେଷକ ଅନୀଲ ଧୀର କହିଛନ୍ତି, ''କେରେଙ୍ଗ ବସ୍ତ୍ରକୁ ପୁନଃଜୀବିତ କରିବା ପାଇଁ ଆରମ୍ଭ ହୋଇଥିବା ମିଳିତ ଅଭିନବ ପ୍ରକଳ୍ପ ସଫଳତା ହାସଲ କରିଛି । କେରାଙ୍ଗ ବସ୍ତ୍ରର 6ଟି ପେୟାର ଆମ ପାଖକୁ ଆସିଛି । ଆଗକୁ କେରାଙ୍ଗ ପାଇଁ ଜିଆଇ ଟ୍ୟାଗ ମାନ୍ୟତା ଲାଗି ଆବେଦନ କରାଯିବ । ଏହାକୁ ଆରାମରେ ଜିଆଇ ଟ୍ୟାଗ ସହଜରେ ମିଳିବ । ଏହାର କପଡାର ରଙ୍ଗରୁ ଆହୁରି ଗାଢ ଓ କୋମଳ କଲେ କେରାଙ୍ଗ ବସ୍ତ୍ରର ଉନ୍ନତି ହେବ । ''

ଇନଟାକ୍‌ର ବରିଷ୍ଠ ସଦସ୍ୟ ସଞ୍ଜୀବ ହୋତା କହିଛନ୍ତି, ''କେରେଙ୍ଗ ବସ୍ତ୍ରକୁ ପୁନରୁଦ୍ଧାର କରିବା ପାଇଁ ଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଛି । କେରେଙ୍ଗ ବୃକ୍ଷ ରୋପଣ ତଥା ପ୍ରାକୃତିକ ରଙ୍ଗ ପ୍ରଦାନ କରିଥିବା ଜାଫରା ଗଛ, ସିନ୍ଦୁର, ସିଉନା ବୃକ୍ଷ ପ୍ରଭୃତିର ବ୍ୟାପକ ପ୍ରସାର ପାଇଁ ଗଦବା ଜନଜାତି ମଧ୍ୟରେ ଇଚ୍ଛାଶକ୍ତିର ପୁନଃ ପ୍ରତିଷ୍ଠା କରାଯାଉଛି । ଫଳ ସ୍ୱରୂପ ବହୁ ଦିନ ପରେ ଗଦବା ଜନଜାତିର ବୁଣାକାର ପାରମ୍ପରିକ ତନ୍ତକୁ ବ୍ୟବହାର କରି ଚାରୋଟି ନୂତନ ବସ୍ତ୍ର ବୁଣିପାରିଛନ୍ତି । କେରେଙ୍ଗ ବସ୍ତ୍ର ବୟନର ପରିମାଣ ବିଗତ ଦିନ ଗୁଡିକରେ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସାମୁହିକ ପ୍ରୟାସରେ ଏହା ଗଦବା ଜନଜାତି ପାଇଁ ଆୟର ପନ୍ଥା ଖୋଲିଦେଵ । ''

ଇନଟାକ୍ ରାଜ୍ୟ ଶାଖାର ଆବାହକ ତଥା ଅବସରପ୍ରାପ୍ତ ପୋଲିସ ମହାନିର୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ କହିଛନ୍ତି, '' କିଛିଦିନ ପୂର୍ବେ ଇନଟାକ୍‌ ଓଡ଼ିଶା ରାଜ୍ୟ ଶାଖାର ବରିଷ୍ଠ କର୍ମକର୍ତ୍ତା, କୋରାପୁଟ ଜିଲ୍ଲା ପ୍ରଶାସନର ଓରମାସ, ହସ୍ତତନ୍ତ ବିଭାଗ ଓ ଆଇଟିଡିଏର ବରିଷ୍ଠ ଅଧିକାରୀ କାଙ୍ଗରାପଡା, ଗୋଡ଼ିହଞ୍ଜର, ସୁଏଲପଡା ଓ ରାଇପଡାରେ ଗଦବା ଜନଜାତିର ମହିଳା ଓ ପୁରୁଷଙ୍କ ସହିତ ଆଲୋଚନା କରିଥିଲେ। କୋରାପୁଟ ଜିଲ୍ଲାର ବିଶେଷ କରି ପଟ୍ଟାଙ୍ଗି, ନନ୍ଦପୁର ଓ ଲମତାପୁଟ ବ୍ଲକରେ ରହୁଥିବା ଗଦବା ଜନଜାତିର ଲୋକେ ଦୀର୍ଘ ବର୍ଷ ହେବ କେରେଙ୍ଗ ଗଛର ଛାଲିରୁ ପ୍ରସ୍ତୁତ ସୂତାରେ ବସ୍ତ୍ର ବୁଣି ପରିଧାନ କରିଥାନ୍ତି । ଗତ କିଛି ବର୍ଷ ହେବେ ସେମାନଙ୍କ ପାଖରେ ଏହି ପାରମ୍ପରିକ ବସ୍ତ୍ର ଓ ଏହାକୁ ବୁଣିବା ପାଇଁ ବ୍ୟବହାର କରାଯାଉଥିବା ତନ୍ତର ବ୍ୟବହାର କମି ଯାଇଥିଲା । ଯାହା ଫଳରେ ରାଇପଡାର ମହିଳା ବୁଣାକାରଙ୍କୁ ସହାୟତା ପ୍ରଦାନ କରାଯାଇ ଏହି ବିରଳ ଐତିହ୍ୟକୁ ସୁରକ୍ଷା ପ୍ରଦାନ କରାଯାଇଛି । ''

ଏହା ମଧ୍ୟ ପଢନ୍ତୁ-ବିଶ୍ବ ଦରବାରରେ ଚମକିବ ଗଦବା ଜନଜାତିର କେରେଙ୍ଗ ବସ୍ତ୍ର

ନୂତନ ପ୍ରକଳ୍ପ ମାଧ୍ୟମରେ ଜଙ୍ଗଲରେ କେରେଙ୍ଗ ବୃକ୍ଷର ସୁରକ୍ଷା ତଥା ପୁନଃ ପ୍ରସାର ନିମନ୍ତେ ପ୍ରୟାସ କରାଯିବା ସହ ତନ୍ତର ମରାମତି କରିବା ଓ କେରେଙ୍ଗ ସୂତା ର ଉତ୍ପାଦନ ବୃଦ୍ଧି କରାଯାଇ ପାରିଛି । ବର୍ତ୍ତମାନ ଉତ୍ପାଦର ବଜାର ଯୋଗାଇଦେବା ପାଇଁ ବିଭିନ୍ନ ଅନୁଷ୍ଠାନ ସହ ସମ୍ପର୍କ ସ୍ଥାପନ କରାଯାଇ ପ୍ରୟାସ କରାଯିବ ବୋଲି ଇନଟାକ୍ର‌ର କୋରାପୁଟ ସଂଯୋଜକ ତଥା କୋଟସର ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଜଣାଇଛନ୍ତି । ଏହି ଯୋଜନାର ସଫଳ ରୂପାୟନ କରି ଲୁପ୍ତ ପ୍ରାୟ କଳା ଓ ବସ୍ତ୍ରକୁ ପୁନର୍ଜୀବିତ କରିବା ପାଇଁ ଇନଟାକ୍‌ , ରାଜ୍ୟ ସରକାର ଓ ଗଦବା ଜନଜାତିର ଲୋକଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଭରି ଦେଇଛି ।

କୋରାପୁଟ ଜିଲ୍ଳାପାଳ ଭି. କେ.ୱାସନ କହିଛନ୍ତି ''ଓଡ଼ିଶା ମାଟିରେ ଇନଟାକ୍‌ ଦ୍ଵାରା ଏପରି ଏକ ଯୋଜନା ପ୍ରଥମ ଥର ପାଇଁ କରାଯାଉଥିବା ଯୋଗୁଁ ଏହାର ସଫଳତା ପରେ ରାଜ୍ୟରେ ଅନ୍ୟାନ୍ୟ ଲୁପ୍ତ ପ୍ରାୟ କଳାକୁ ଜୀବନ ଦେବା ପାଇଁ ବାଟ ଖୋଲିଯିବା ସମ୍ଭାବନା ଉଜ୍ଜ୍ବଳ ରହିଛି । ବର୍ତ୍ତମାନ ରାଜ୍ୟ ସରକାର ଏହି ବସ୍ତ୍ରର ପୁନରୁଦ୍ଧାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଓ ଭବିଷ୍ୟତରେ ବନ ବିଭାଗ, ଆଦିବାସୀ ସମନ୍ୱୟ ବିଭାଗ ତଥା ବୟନ ଶିଳ୍ପ ବିଭାଗ ର ମିଳିତ ପ୍ରୟାସରେ ଏହା ଏକ ନୂତନ ଦିଗ ପାଇବ । ''ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଇନଟାକର କର୍ମକର୍ତ୍ତାଙ୍କ ଆଲୋଚନା ଶେଷ ହୋଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.