ETV Bharat / state

ଡିପଥେରିଆ-ଡେଙ୍ଗୁ-ଜଣ୍ଡିସ ନିୟନ୍ତ୍ରଣ ପାଇଁ ତର୍ଜମା କରୁଛୁ: ସ୍ବାସ୍ଥ୍ୟମନ୍ତ୍ରୀ - Mukesh Mahaling Reaction - MUKESH MAHALING REACTION

Inspection Underway To Control Health Issues: ରାଜ୍ୟର ସ୍ବସ୍ଥ୍ୟସେବା ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ ଉତ୍ତମ ସ୍ବାସ୍ଥ୍ୟସେବା ଦେବା ପାଇଁ ପ୍ରତିଶୃତି ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ,

MUKESH MAHALING REACTION
MUKESH MAHALING REACTION (ETV Bharat Odisha)
author img

By ETV Bharat Odisha Team

Published : Jun 23, 2024, 9:15 PM IST

ଭୁବନେଶ୍ବର: ରାୟଗଡ଼ରେ ଘାତକ ସାଜିଛି ଡିପଥେରିଆ । ଜଣଙ୍କ ପରେ ଜଣେ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାୟଗଡ଼ାର ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, "ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଉଛି । ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁ ସମସ୍ତ ସମସ୍ୟା ବା ଅସୁବିଧା ରହିଛି ତାହା ଉପରେ ତର୍ଜମା କରାଯାଉଛି । ପ୍ରତ୍ୟେକଟି ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେପରି ସ୍ବାସ୍ଥ୍ୟକେନ୍ଦ୍ର ହେଉ ବା ରୋଗୀ ସେବା ହେଉ, ସମସ୍ତ ସମସ୍ୟା ଉପରେ ଅନୁଧ୍ୟାନ କରାଯାଉଛି । ଆଗାମୀ ଦିନରେ ଉତ୍ତମ ସ୍ବାସ୍ଥ୍ୟସେବା ଯେମିତି ଅନ୍ତିମ ଧାଡ଼ିରେ ରହିଥିବା ଲୋକମାନଙ୍କ ପାଖରେ ପହଞ୍ଚିପାରିବ ସେନେଇ ପ୍ରଚେଷ୍ଟା କରାଯାଉଛି ।"

MUKESH MAHALING REACTION (ETV Bharat Odisha)

ଏପଟେ ରାୟଗଡ଼ାରେ ଡିପଥେରିଆ ଏବଂ ଜାପାନୀ ଏନସେଫାଲାଇଟ୍ସକୁ ନେଇ ଦୁଇଟି ଜିଲ୍ଲାରେ ଆଇସୋଲେସନକୁ ଗୁରୁତ୍ଵ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ରାୟଗଡା ଜିଲ୍ଲା ଡିପଥେରିଆ ଓ ଅନୁଗୋଳ ଜିଲ୍ଲା ଜାପାନୀ ଏନସେଫାଲାଇଟ୍ସ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଦୁଇଟି ଜାଗାରେ ସଂଘରୋଧକୁ ଗୁରୁତ୍ଵ ଦିଆଯାଇଛି । ଏହାସହ RMRC ବିଶେଷଜ୍ଞମାନଙ୍କ ଦ୍ଵାରା ଅନୁଧ୍ୟାନ କରାଯାଉଛି । ବର୍ତ୍ତମାନ ଏହାର ସ୍ଥିତି ନିୟନ୍ତ୍ରଣରେ ରହିଛି । ଡିପଥେରିଆ ଯୋଗୁଁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକକୁ ଆଇସୋଲେଟ କରାଯାଇଛି । ସେହିପରି ସମ୍ବଲପୁରରେ ଜଣ୍ଡିସ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସମସ୍ତ ସ୍ଥିତି ଉପରେ ତର୍ଜମା ଚାଲିଛି ।"

ଏହା ମଧ୍ୟ ପଢ଼ନ୍ତୁ.. ଡିପଥେରିଆ ବ୍ୟାପିବା ଘଟଣା; ଟୀକାକରଣ ଆରମ୍ଭ, କଣ୍ଟେନମେଣ୍ଟ୍‌ ଜୋନରେ ୩ ଗାଁ - Diphtheria Vaccination

ସେହିପରି ଅନୁଗୋଳ ଜିଲ୍ଲା ଜାପାନୀ ଏନସେଫାଲାଇଟ୍ସ ନେଇ RMRC ଚୂଡାନ୍ତ ରିପୋର୍ଟ ଦେଇଛି ବୋଲି ମନ୍ତ୍ରୀ କହିଛନ୍ତି । ଖୁବଶୀଘ୍ର ତା'ଉପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସୂଚନା ଅନୁଯାୟୀ, ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ବର୍ଷାଦିନ ସମୟରେ ବିଭିନ୍ନ ରୋଗ ଦେଖିବାକୁ ମିଳିଥାଏ । ଯେପରିକି ଥଣ୍ଡା, ଜ୍ବର, କାଶ ସହିତ ଡେଙ୍ଗୁ ମ୍ୟାଲେରିଆ ଭଳି ଜଳବାହିତ ରୋଗ ମଧ୍ୟ ନଜରକୁ ଆସିଥାଏ । ଏହାକୁ କିଭଳି ଭାବରେ ନିୟନ୍ତ୍ରଣ କରାଯିବ ସେନେଇ ବିଭାଗରେ ବାରମ୍ବାର ବୈଠକ ଅନୁଷ୍ଠିତ ହୋଇଛି ।

ଅନ୍ୟପଟେ ଚଳିତ ବର୍ଷ ଏପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଜଣ ଡେଙ୍ଗୁ ରୋଗୀ । ରାଜ୍ୟରେ ଅନେକ ଜିଲ୍ଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ବରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଡେଙ୍ଗୁ ନେଇ ସତର୍କ ରହିବାକୁ ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସମସ୍ତ CDMOଙ୍କୁ କୁହାଯାଇଛି । ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । ପ୍ଲେଟଲେଟ ଉପଲବ୍ଧ କରିବାକୁ କୁହାଯାଇଛି । ଏନେଇ ହସ୍ପିଟାଲଗୁଡିକୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.