ETV Bharat / state

ବରଯାତ୍ରୀ ବଦଳରେ ଆସିଲେ କନ୍ୟାଯାତ୍ରୀ, ଜେଲରେ ହେଲା ବାହାଘର

author img

By ETV Bharat Odisha Team

Published : Feb 27, 2024, 1:27 PM IST

Updated : Feb 27, 2024, 2:23 PM IST

Marriage in Jail: ଝାରପଡ଼ା ଜେଲରେ ନିଆରା ବିବାହ । ଜେଲ ପରିସରରେ କଏଦୀଙ୍କ ପଡ଼ିଲା ହାତଗଣ୍ଠି । କନ୍ୟାକୁ ଧରି ଜେଲରେ ପହଞ୍ଚିଥିଲେ କନ୍ୟାପକ୍ଷ । ଅଧିକ ପଢନ୍ତୁ,

ଜେଲରେ ବିବାହ
Inmate Ties Knot With a Woman
Marriage in Jail

ଭୁବନେଶ୍ୱର: ମଣ୍ଡପରେ ନୁହଁ ଜେଲରେ ହେଲା ବିବାହ ବେଦୀ । ବରଯାତ୍ରୀ ବଦଳରେ ଆସିଥିଲେ କନ୍ୟାଯାତ୍ରୀ । ରୋଷଣି କରି କନ୍ୟା ସହ ଜେଲରେ ପଞ୍ଚିଥିଲେ କନ୍ୟାପକ୍ଷ । ଜେଲ ପରିସରରେ ହୋଇଥିବା ମଣ୍ଡପରେ ପଡିଲା ହାତଗଣ୍ଠି । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେଲେ ବର କନ୍ୟା । ଭୁବନେଶ୍ବର ସ୍ଥିତ ଝରପଡା ଜେଲରେ ଜଣେ କଏଦୀଙ୍କ ଏପରି ନିଆରା ଢଙ୍ଗରେ ବିବାହ ଅନୁଷ୍ଠିତ ହୋଇଛି । ପ୍ରଶାସନର ଅନୁମତିରେ ସମ୍ପୂର୍ଣ୍ଣ ହୋଇଛି ବାହାଘର । ଏନେଇ ସୂଚନା ଦେଇଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ବାଇଁ ।

ଏହା ମଧ୍ୟ ପଢନ୍ତୁ-ଧୋକା ଦେଇଥିବା ପ୍ରେମିକକୁ ଚୌଦ୍ୱାର ଜେଲରେ ବିବାହ କଲା ପ୍ରେମିକା

ସୂଚନା ମୁତାବକ ଝରପଡା ଜେଲର ଜଣେ ଅନ୍ତେବାସୀଙ୍କର ବିବାହ ନେଇ ପୂର୍ବରୁ ମିଳିଥିଲା ଅନୁମତି । ଏହାପରେ ଜେଲ ପରିସରରେ ଏକ ବେଦୀ କରାଯାଇ ସାଜସଜ୍ଜା କରା ଯାଇଥିଲା । ପରେ କଏଦୀଙ୍କୁ ବିବାହ କରିବାକୁ ଜେଲରେ ପହଞ୍ଚିଥିଲେ କନ୍ୟାଯାତ୍ରୀ । ହାତରେ ଚୁଡି, ପାଦରେ ଅଳତା, ନୂଆ ଶାଢୀ ପିନ୍ଧିବା ସହ ଟିପି ଟିପି କୁକୁମରେ ସଜେଇ ହୋଇ କନ୍ୟା ପହଞ୍ଚିଥିଲେ ଜେଲ ପରିସରରେ । ସେପଟେ ବର ବେଶରେ ସଜେଇ ହୋଇ କନ୍ୟାକୁ ଅପେକ୍ଷା କରିଥିଲେ କଏଦୀ ଜଣଙ୍କ । କନ୍ୟା ପହଞ୍ଚିବା ପରେ ବେଦୀରେ ଆରମ୍ଭ ହୋଇଥିବା ମନ୍ତ୍ରପାଠ, ଜଳୁଥିଲା ହୋମ ନିଆଁ । ଏହାପରେ ବେଦୀରେ ବସିଥିଲେ କନ୍ୟା ଓ ବର । ପଣ୍ଡିତଙ୍କ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହୋଇଥିଲା ଜେଲ୍ ପରିସର । ବୈଦିକ ରୀତିନୀତି ଅନୁସାରେ ବର କନ୍ୟାଙ୍କ ପଡିଥିଲା ହାତଗଣ୍ଠି ।

ଏହା ମଧ୍ୟ ପଢନ୍ତୁ-ହଟିଲା ହାତକଡି ପଡିଲା ହାତଗଣ୍ଠି, ପୀଡିତା-କଏଦୀ ହେଲେ ସାତଜନ୍ମର ସାଥୀ

ଶାଳକର ବିଧା ମାଡ଼ ଓ ଶାଳିଙ୍କ ହାତଗଣ୍ଠି ରୀତିନୀତି ମଧ୍ୟ ହୋଇଥିଲା । ବିବାହରେ ନିମନ୍ତ୍ରିତ ଅତିଥି ଭାବେ ଜେଲ କର୍ତ୍ତୃପକ୍ଷ ଏଡିଏମ ଓ ବିଭିନ୍ନ ସାମାଜିକ ସଂଗଠନ, ସାମାଜିକ କର୍ମୀ ସହ କୋର୍ଟର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । ନବବିବାହିତ ବର ଓ କନ୍ୟାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ସମ୍ପର୍କୀୟ । ବିବାହ କରିଥିବା କଏଦୀ ଜଣଙ୍କ ଖୋର୍ଦ୍ଧା ଟାଙ୍ଗି ଅଞ୍ଚଳର ହୋଇଥିବା ବେଳେ ନାବଳିକା ଦୁଷ୍କର୍ମ ଓ ଅପହରଣ ମାମଲାରେ ସେ ଗତ ଫେବୃଆରୀ 1 ତାରିଖରେ ଗିରଫ ହୋଇ ଜେଲ ଯାଇଥିଲେ । ସୂଚନା ଅନୁସାରେ ସେହି ଗ୍ରାମର ଯୁବତୀଙ୍କୁ ଜେଲରେ ବିବାହ କରିଛନ୍ତି ସଂପୃକ୍ତ ଯୁବକ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 27, 2024, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.