ETV Bharat / state

ବର୍ଷକ ମଧ୍ୟରେ ଓଡ଼ିଶାରେ ଦୁଇ ଗୁଣା ବଢିବ ଇସ୍ପାତ ଉତ୍ପାଦନ କ୍ଷମତା: ନବୀନ ଜିନ୍ଦଲ - Naveen Jindal meets Mohan Majhi - NAVEEN JINDAL MEETS MOHAN MAJHI

JSP Naveen Jindal meets Odisha CM Mohan Majhi: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ । କହିଲେ ବର୍ଷକ ମଧ୍ୟରେ ଓଡ଼ିଶାରେ ଦୁଇ ଗୁଣା ବୃଦ୍ଧି ପାଇବ ଇସ୍ପାତ ଉତ୍ପାଦନ କ୍ଷମତା । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ (ETV Bharat Odisha)
author img

By ETV Bharat Odisha Team

Published : Jul 10, 2024, 12:51 PM IST

Updated : Jul 10, 2024, 2:34 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ । ଭାରତୀୟ ଇସ୍ପାତ ସଂଘ ପକ୍ଷରୁ ସୌଜନ୍ୟମୂଳକ ଭାବେ ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଅନୁଗୋଳ ଜିନ୍ଦଲ ପ୍ଲାଣ୍ଟ ବିଶ୍ବର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ହେବ ଏବଂ ଓଡ଼ିଶାରେ ବର୍ଷକ ମଧ୍ୟରେ ଇସ୍ପାତ ଉତ୍ପାଦନ କ୍ଷମତା ଦୁଇ ଗୁଣା ବୃଦ୍ଧି ପାଇବ ବୋଲି ଏହି ଅବସରରେ ନବୀନ ଜିନ୍ଦଲ କହିଛନ୍ତି ।

ନବୀନ ଜିନ୍ଦଲ (ETV Bharat Odisha)

ଜେଏସପିଏଲ ମୁଖ୍ୟ ଆହୁରି କହିଛନ୍ତି ଯେ, ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛୁ । ଭାରତରେ ଓଡ଼ିଶା ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଷ୍ଟିଲ କ୍ଷେତ୍ରରେ ବହୁ ବିନିଯୋଗ ଓଡ଼ିଶାରେ ହୋଇଛି । ଭାରତୀୟ ଷ୍ଟିଲ ସଂଘ ସଭାପତି ଭାବେ ଆଜି ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି । ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛି । ବିଜେପିର ସରକାର ଆସିଥିବାରୁ ସ୍ୱାଗତ କରୁଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳରେ ଓଡ଼ିଶାରେ ଆହୁରି ଅଧିକ ଶିଳ୍ପ ପ୍ରତିଷ୍ଠା ହେଉ ବୋଲି ଆମେ ଆଶାବାଦୀ ଅଛୁ । ଆମର ସହଯୋଗ ରହିବ । ଆହୁରି ଅଧିକ ଯୋଗଦାନ କରିବୁ । ଯୁବବର୍ଗଙ୍କୁ ନିଯୁକ୍ତି ସହ ରୋଜଗାର ବୃଦ୍ଧି ହେବ ।

ଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ
ଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ଲାଗୁ ହେଲା ପିଏମ୍ ଶ୍ରୀ ସ୍କୁଲ; ପ୍ରତି ବ୍ଲକ ଓ ପୌରାଞ୍ଚଳର ଦୁଇଟି ସ୍କୁଲ ସମେତ ୮୦୦ଟି ସ୍କୁଲ ହେବ ବିକଶିତ, ଜାଣନ୍ତୁ କଣ ମିଳିବ ସୁବିଧା - PM Shri Yojana

ଅନୁଗୋଳରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଓଡ଼ିଶାରେ ସବୁଠାରୁ ବଡ଼ ଷ୍ଟିଲ ପ୍ଲାଣ୍ଟ ୬ ନିୟୁତ ଟନ ପ୍ରତିଷ୍ଠା କରିଛି । ଆସନ୍ତା ବର୍ଷକ ମଧ୍ୟରେ ଏହାର ଉତ୍ପାଦନ କ୍ଷମତା ଦ୍ଵିଗୁଣିତ ହେବ । ଆସନ୍ତା ବର୍ଷକ ମଧ୍ୟରେ ବାର୍ଷିକ ୧୨ ନିୟୁତ ଟନ ଇସ୍ପାତ ଉତ୍ପାଦନ କରାଯିବ । ଆସନ୍ତା ୬ରୁ ୭ ମଧ୍ୟରେ ଏହାକୁ ବିଶ୍ୱର ସବୁଠାରୁ ବଡ଼ ଷ୍ଟିଲ ପ୍ଲାଣ୍ଟ ଭାବେ ସମ୍ପ୍ରସାରଣ କରିବାକୁ ଯୋଜନା କରୁଛୁ । ଯାହା କ୍ଷମତା ୨୫ ନିୟୁତ ଟନକୁ ବୃଦ୍ଧି ହେବ । ଏ ଦିଗରେ କାର୍ଯ୍ୟ ଚାଲିଛି ।

ନବୀନ ଜିନ୍ଦଲ ସିଭି ରମଣ ବିଶ୍ୱବିଦ୍ୟାଳୟ, ସେଣ୍ଟୁରିଆନ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ସେଠାରେ ହାଇଡ୍ରୋଲକ୍ସ, ରୋବଟିକ୍ସ, ଏଆଇ, ଅଟୋମେକାନିକ୍ସ ପରି ଅନେକ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ତାଲିମ ମିଳୁଛି । ଓଡ଼ିଶା ରୁଚିର ସହ ଏ ଦିଗରେ କାର୍ଯ୍ୟ କରୁଛି । ସାରା ଦେଶ ଓଡ଼ିଶାରୁ ବହୁତ କିଛି ଶିଖି ପାରିବ । ଏହି ବୈଷୟିକ ଜ୍ଞାନକୁ ମୁଁ ହରିୟାଣାକୁ ନେବାକୁ ଚାହୁଁଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 10, 2024, 2:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.