ETV Bharat / state

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର, ଭୁବନେଶ୍ବରରେ ଖୋଲିବ ସର୍ବବୃହତ ଆମ୍ୟୁଜମେଣ୍ଟ ପାର୍କ ୱଣ୍ଡେର୍ଲା - Park Wonderla - PARK WONDERLA

Park Wonderla Chain Expands Into Bhubaneswar: ମେ' 24ରୁ ଭୁବନେଶ୍ବରରେ ଖୋଲିବାକୁ ଯାଉଛି ଭାରତର ସର୍ବବୃହତ ଆମୋଦପ୍ରମୋଦ ପାର୍କ ୱଣ୍ଡେର୍ଲା । ଅଧିକ ପଢ଼ନ୍ତୁ

ଭୁବନେଶ୍ବରରେ ଖୋଲିବ ଭାରତର ସର୍ବବୃହତ ଆମ୍ୟୁଜମେଣ୍ଟ ପାର୍କ ୱଣ୍ଡେର୍ଲା
ଭୁବନେଶ୍ବରରେ ଖୋଲିବ ଭାରତର ସର୍ବବୃହତ ଆମ୍ୟୁଜମେଣ୍ଟ ପାର୍କ ୱଣ୍ଡେର୍ଲା (ETV Bharat Odisha)
author img

By ETV Bharat Odisha Team

Published : May 17, 2024, 10:29 PM IST

ଭୁବନେଶ୍ବରରେ ଖୋଲିବ ଭାରତର ସର୍ବବୃହତ ଆମ୍ୟୁଜମେଣ୍ଟ ପାର୍କ ୱଣ୍ଡେର୍ଲା (ETV Bharat Odisha)

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ଵରରେ ଖୋଲିବ ଭାରତର ସର୍ବବୃହତ ଆମୋଦପ୍ରମୋଦ (ଆମ୍ୟୁଜମେଣ୍ଟ) ପାର୍କ ୱଣ୍ଡେର୍ଲାର ନୂଆ ବ୍ରାଞ୍ଚ୍ । କୋଚି, ବେଙ୍ଗାଲୁର ଓ ହାଇଦ୍ରାବାଦ ପରେ ଭୁବନେଶ୍ଵରରେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆ ବ୍ରାଞ୍ଚ ଖୋଲାଯାଇଛି । ଓଡ଼ିଶା ସରକାରଙ୍କ ସହାୟତାରେ ରାଜଧାନୀରେ ୫୦ ଏକର ଜମିରେ ପ୍ରାୟ ୧୯୦ କୋଟି ଟଙ୍କା ବ୍ୟୟରେ ଭିର୍ତ୍ତିଭୂମି ନିର୍ମାଣ ହୋଇଥିବା ବେଳେ ଦିନକୁ ଏଠାରେ ୩ ହଜାର ୫୦୦ ଲୋକଙ୍କ ମନୋରଞ୍ଜନର ବ୍ୟବସ୍ଥା କରାଯାଇଛି ।

ମେ' ୨୪ ତାରିଖରୁ ଭୁବନେଶ୍ବବରେ ଆନୁଷ୍ଠାନିକ ଭାବେ ଖୋଲିବାକୁ ଯାଉଛି ପାର୍କ ୱଣ୍ଡେର୍ଲା । ଏନେଇ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ୱଣ୍ଡେର୍ଲା ପକ୍ଷରୁ ସୂଚନା ଦିଆଯାଇଛି । ଗ୍ରାହକମାନଙ୍କୁ ୱଣ୍ଡେର୍ଲାର ଏହି ନୂଆ ଠିକଣା ରୋମାଞ୍ଚକର ଅନୁଭୁତି ପ୍ରଦାନ କରିବା ସହ ସ୍ଥାନୀୟ ଅଞ୍ଚଳର ଅର୍ଥନୀତିରେ ମଧ୍ୟ ଅଭିବୃଦ୍ଧି ଆଣିବାରେ ସହାୟକ ହେବ । ସ୍ଥାନୀୟ ଅଞ୍ଚଳର ଅନେକ ବାସିନ୍ଦାଙ୍କୁ ମଧ୍ୟ ଏଠାରେ ନିଯୁକ୍ତି ପ୍ରଦାନ ଲକ୍ଷ୍ୟ ଥିବା କୁହାଯାଉଛି । ଅନଲାଇନ ପ୍ରି-ବୁକିଙ୍ଗ ଦ୍ୱାରା ୭୪୯ ଟଙ୍କାରେ ଟିକଟ ଉପଲବ୍ଧ ହେବ । ନିୟମିତ ଟିକଟର ମୂଲ୍ୟ ୯୯୯ ଟଙ୍କା ରହିଥିବା ବେଳେ ପିକ ୱିକେଣ୍ଡ ଗୁଡିକରେ ଟିକଟର ମୂଲ୍ୟ ୧୧୦୦ ଟଙ୍କା ରହିବ । ଷ୍ଟୁଡେଣ୍ଡ ଆଇଡି ଅଫର ସହ ବାର୍ଥ ଡେ ଅଫର, ମୋ ବସ ଓ ଟ୍ରେନ ଟିକେଟ ରିହାତି ଆଦି ଅଫର ମଧ୍ୟ ପ୍ରଚଳନ ହେବ । ରେଞ୍ଜର ରାଇଡ଼ ଏହି ପାର୍କର ମୁଖ୍ୟ ଆକର୍ଷଣ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆସନ୍ତା ୨୭ରୁ ରାଜ୍ୟସ୍ତରୀୟ ଯୋଗ ଅଲମ୍ପିୟାଡ୍, ଭାଗନେବେ ୪୦୦ ଛାତ୍ରଛାତ୍ରୀ - Yoga Olympiad 2024

ଭୁବନେଶ୍ୱର ଠାରୁ ମାତ୍ର ୨୨.୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପାର୍କ ୱଣ୍ଡେର୍ଲା । ଏନଏଚ ୧୬ ନିକଟରେ ରହିଛି ଏହି ପାର୍କ । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରାକୃତିକ ବୈଭବ ପ୍ରତି ସମ୍ମାନ ଜଣାଇବାକୁ ଡିଜାଇନ କରାଯାଇଥିବା ୱଣ୍ଡେର୍ଲା ଭୁବନେଶ୍ୱର ୫୦ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ଏହି ଅଞ୍ଚଳର ଇତିହାସ ଓ ସଂସ୍କୃତି ଦ୍ୱାରା ଅନୁପ୍ରେରିତ ହୋଇ ଅନୁଭୂତିସମ୍ପନ୍ନ ଦିଗ ଗୁଡିକ ଜରିଆରେ ଯାତ୍ରା ଆରମ୍ଭ କରୁଛି ଏହି ପାର୍କ । ରୋମାଞ୍ଚକାରୀ ଅନୁଭୂତି ପ୍ରଦାନ ସହିତ ୱଣ୍ଡେର୍ଲା ଆମ୍ୟୁଜମେଣ୍ଟ ପାର୍କ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇନେବା ନିମନ୍ତେ ପ୍ରତିବଦ୍ଧ ରହିଛି । ପ୍ରାୟ ୪୫୦ ଜଣଙ୍କୁ ନିଯୁକ୍ତି କରିବା ସହ ବିଶେଷକରି ଅଣକୁଶଳୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଯୋଗାଇବା ସହିତ ଏହି ପାର୍କ ଭୁବନେଶ୍ୱର ଏବଂ ତାହାର ଚତୁର୍ପାଶ୍ୱ ଅଞ୍ଚଳର ଅନେକ ବାସିନ୍ଦାଙ୍କ ପାଇଁ ଜୀବିକା ଯୋଗାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.