ETV Bharat / state

ଟଙ୍କା ଭଳି ମେସିନରୁ ବାହାରିବ ରାସନ ଚାଉଳ, ରାଜଧାନୀରେ ଖୋଲିଲା ଚାଉଳ ATM - rice ATM in Bhubaneswar

author img

By ETV Bharat Odisha Team

Published : Aug 8, 2024, 11:00 PM IST

INDIA'S FIRST RICE ATM: ଦେଶର ପ୍ରଥମ ଚାଉଳ ଏଟିଏମ ଭୁବନେଶ୍ୱରର ମଞ୍ଚେଶ୍ବର ଠାରେ ଶୁଭାରମ୍ଭ ହୋଇଛି । ଏହାକୁ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ କରିଛନ୍ତି । ଆଉ ଚାଲିବନି ଡିଲରଙ୍କ ମନମାନି । ଅଧିକ ପଢନ୍ତୁ

RICE ATM IN BHUBANESWAR
RICE ATM IN BHUBANESWAR (ETV Bharat Odisha)

ଭୁବନେଶ୍ୱର: ମଞ୍ଚେଶ୍ବରରେ ଖୋଲିଲା ଦେଶର ପ୍ରଥମ ଚାଉଳ ଏଟିଏମ । ଯାହା ଜଣେ ହିତାଧିକାରୀ ଏକା ଏକା ଅପରେଟିଂ କରି ଆଣି ପାରିବ ଚାଉଳ । ନିଜେ ନିଜେ ନିଜର ରାସନ କାର୍ଡ ନମ୍ବର ପକାଇ ଆଣିପାରିବେ ଚାଉଳ । ଆଉ ଚାଲିବନି ଡିଲରଙ୍କ ମନମାନି । ଚାଉଳ ଚୋରିରେ ଲାଗିବ ରୋକ୍ ସମୟ ବଞ୍ଚିବା ସହିତ ଉପକୃତ ହେବେ ଖାଉଟି । ଭୁବନେଶ୍ୱରରେ ଖୋଲିଛି ଦେଶର ପ୍ରଥମ ଚାଉଳ ଏଟିଏମ୍ ।ଏହାକୁ ଶୁଭାରମ୍ଭ କରିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଚାଉଳ ଏଟିଏମର ଶୁଭାରମ୍ଭ :

ଭୁବନେଶ୍ୱର ମଞ୍ଚେଶ୍ବରରେ ଖୋଲିଲା ଦେଶର ପ୍ରଥମ ଚାଉଳ ଏଟିଏମ । ଯାହା ଜଣେ ହିତାଧିକାରୀ ଏକା ଏକା ଅପରେଟିଂ କରି ଆଣି ପାରିବ ଚାଉଳ । ପ୍ରଥମ ପର୍ଯ୍ୟାୟରେ ଚାଉଳ ମିଳିବ ତାପରେ ଅନ୍ୟ ଶସ୍ୟ ସମାଗ୍ରୀ ମିଳିପାରିବ । ଏନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,"ରାସନ କାର୍ଡ ଧାରୀ ଆଉ ଡିଲର୍ ପାଖକୁ ଯିବା ଦରକାର ନାହିଁ । ପୂର୍ବ ସରକାରରେ ଚାଉଳ ଏଟିଏମ ଥିଲା କିନ୍ତୁ ଏହାକୁ ଚଳାଇବା ପାଇଁ ଲୋକମାନେ ଉପସ୍ଥିତ ରହୁଥିଲେ କିନ୍ତୁ ଏବେ ନିଜେ ହିତାଧିକାରୀ ଚାଉଳ ଘରକୁ ନେଇପାରିବ । ରାଜ୍ୟରେ ଏବେ ରାସନ ଚାଉଳ ଚୋରି କିମ୍ବା ଦଲାଲି ମଧ୍ୟ ବନ୍ଦ କରିବ ଏହି ଚାଉଳ ଏଟିଏମ୍‌ । ଏହାର ଯଦି ଇଣ୍ଟରନେଟ ଲିଙ୍କ କଟିଯାଏ ସେଥିପାଇଁ ଉନ୍ନତ ମାନର ୱାଇଫାଇ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ଯେଉଁ କଥା କହିଥିଲେ ୱାନ୍ ନେସନ୍ସ ୱାନ୍ ରାସନ ଏହାର କାର୍ଯ୍ୟକରି ହେଉଛି । ଅନ୍ୟ ଜିଲ୍ଲା କିମ୍ବା ଅନ୍ୟ ରାଜ୍ୟର ଲୋକମାନେ ଚାଉଳ ନେଇପାରିବେ । "

ଏହା ମଧ୍ୟ ପଢନ୍ତୁ ....ରାଜ୍ୟରେ ଖୋଲିବନି ନୂଆ ମଦ ଦୋକାନ, ନୂଆ ଅବକାରୀ ନୀତିିକୁ ନେଇ ବଡ଼ ସଙ୍କେତ ଦେଲେ ଅବକାରୀ ମନ୍ତ୍ରୀ - No more new liquor shops

ଟଙ୍କା ଭଳି ମେସିନରୁ ବାହାରିବ ରାସନ ଚାଉଳ:

ମଞ୍ଚେଶ୍ବର ସ୍ଥିତ ଚାଉଳ ଗୋଦାମଠାରେ ଖୋଲିଛି ଏହି ଚାଉଳ ଏଟିଏମ୍‌ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଏଟିଏମରୁ ଜଣେ ହିତାଧିକାରୀ ନିଜ କାର୍ଡ ନମ୍ବର ମାରି ଥମ୍ବ ସ୍କାନ କରି ଚାଉଳ ନେଇପାରିବେ ।ଏଟିଏମ୍‌ ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଏହା ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ । ଜଣେ ଖାଉଟି ସର୍ବାଧିକ ୨୫ କେଜି ଯାଏ ଚାଉଳ ATMରୁ ବାହାର କରିପାରିବେ । ପ୍ରଥମ ପର୍ଯ୍ୟାୟରେ ସକାଳ 6ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏହି ଏଟିଏମ୍ କାର୍ଯ୍ୟକାରୀ ହେବ । ପରବର୍ତ୍ତୀ ସମୟରେ 24 ଘଣ୍ଟିଆ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି ବିଭାଗ । ଏହି ବ୍ୟବସ୍ଥାରେ ହିତାଧିକାରୀ ରାଜ୍ୟର ଯେଉଁ ସ୍ଥାନରେ ଥିଲେ ନିଜ କାର୍ଡ ମାଧ୍ୟମରେ ଚାଉଳ ଉଠାଇ ପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.