ETV Bharat / state

ଭାରତର ସ୍ବାଧୀନତା ଆନ୍ଦୋଳନରେ ଓଡ଼ିଆ ସଂଗ୍ରାମୀଙ୍କ ଭୂମିକା, ଏହି ସେନାନୀ ଦେଇଥିଲେ ଇଂରେଜ ବିରୋଧରେ ରଣହୁଙ୍କାର - Odia freedom fighters

author img

By ETV Bharat Odisha Team

Published : Aug 14, 2024, 4:28 PM IST

Role of Odisha freedom fighters: ଦେଶ ସ୍ବାଧୀନ ପାଇଁ ହୋଇଥିବା ଆନ୍ଦୋଳନରେ ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା ଥିଲା । ଗୋରା ସରକାର ବିରୋଧରେ ଦେଇଥିଲେ ରଣ ହୁଙ୍କାର । 78 ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଜାଣିନିଅନ୍ତୁ ସେହି ସଂଗ୍ରାମୀଙ୍କ ବିଷୟରେ । ଅଧିକ ପଢନ୍ତୁ

freedom fighters
freedom fighters (ETV Bharat Odisha)

ହାଇଦ୍ରାବାଦ: ଦେଶ ପାଳିବ 78 ତମ ସ୍ବାଧୀନତା ଦିବସ । ଏଥି ପାଇଁ ସବୁଠି ଚାଲିଛି ପ୍ରସ୍ତୁତି । 1947 ମସିହାରେ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ଏହାକୁ ମନେ ପକାଇ ପ୍ରତିବର୍ଷ ଅଗଷ୍ଟ 15 ତାରିଖରେ ଦେଶ ପାଳୁଛି ସ୍ବାଧୀନତା ଦିବସ । ଦେଶକୁ ଗୋରା ସରକାର କବଳରୁ ରକ୍ଷା କରିବାକୁ ଅନେକ ବୀରପୁତ୍ର ଦେଇଥିଲେ ନିଜ ପ୍ରାଣବଳୀ । ଆଉ ସେହି ବୀର ପୁତ୍ରଙ୍କ ତ୍ୟାଗ ଓ ବଳିଦାନ ଆଜି ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ । ଦେଶକୁ ସ୍ବାଧୀନତା ଦେବାରେ ହୋଇଥିବା ଅନେକ ଆନ୍ଦୋଳନରେ ଓଡ଼ିଆ ମାଟିର ପୁଅଙ୍କ ଯୋଗଦାନ ମହତ୍ବପୂର୍ଣ୍ଣ ଥିଲା । ସ୍ବାଧୀନତା ଦିବସ ପୂର୍ବରୁ ଜାଣି ନିଅନ୍ତୁ ଓଡ଼ିଶାର କିଛି ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ । ଯାହାଙ୍କ ବଳିଦାନରେ ଦେଶ ପରାଧିନତାରୁ ମୁକୁଳିଥିଲା ।

ଜୟୀ ରାଜଗୁରୁ:

ଓଡିଶା ସ୍ବାଧୀନତା ସଂଗ୍ରାମର ଅନ୍ୟତମ ବିନ୍ଧାଣି ସିପାହୀ ହେଉଛନ୍ତି ଜୟୀ ରାଜଗୁରୁ । ଯାହାଙ୍କ ନାମ ଶୁଣିଲେ ଥରୁଥିଲେ ଗୋରା ସରକାର । ବ୍ରିଟିଶର ମାନେ 1803 ମସିହାରେ ଓଡିଶା ଦଖଲ କରିଥିଲେ ଏବଂ ଗୋଟିଏ ବର୍ଷ ପରେ, ବିଦେଶୀଙ୍କ ବିରୁଦ୍ଧରେ ପ୍ରଥମ ବିଦ୍ରୋହର ସ୍ବର ଉଠିଥିଲା । ଗଜପତି ମୁକୁନ୍ଦ ଦେବ-2ଙ୍କ ସମୟରେ 1805 ଜାନୁଆରୀରେ ଖୋର୍ଦ୍ଧା ଗଡ ଉପରେ ଆକ୍ରମଣ କରିଥିଲେ ଗୋରା ସାହେବ । ସେହି ସମୟରେ ରାଜଗୁରୁଙ୍କୁ ବନ୍ଦୀ କରାଯାଇଥିଲା । ମେଦିନାପୁର ବାଗୀତୋଟାରେ ବରଗଛରେ ଜୟୀ ରାଜଗୁରୁଙ୍କୁ ବାନ୍ଧୀ ନୃଶଂସ ଭାବରେ ହତ୍ୟା କରିଥିଲେ ଇଂରେଜମାନେ । ଏହାପରେ ସେ ହୋଇଯାଇଥିଲେ ଓଡିଶାର ପ୍ରଥମ ଶହୀଦ ସ୍ବାଧିନତା ସଂଗ୍ରାମୀ ।

ବକ୍ସି ଜଗବନ୍ଧୁ:

ଭାରତ ସ୍ବାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା ଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାଏ ମହାପାତ୍ର । ସେଥିଲେ ଓଡିଶାର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ଓ ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ଯୋଦ୍ଧା । ବ୍ରିଟିଶ ବିରୋଧରେ ସେ ଦେଇଥିଲେ ରଣହୁଙ୍କାର । ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ ସେ । 1857ର ସିପାହୀ ବିଦ୍ରୋହର ବହୁ ପୂର୍ବରୁ ଵ୍ରିଟିଶ ଶାସନ ଵିରୋଧରେ ଆରମ୍ଭ ହୋଇଥିଵା ଖୋର୍ଦ୍ଧାର ଏହି ପାଇକ ଵିଦ୍ରୋହର ନାୟକ ଵକ୍ସି ଜଗଵନ୍ଧୁ ମାତ୍ର 4 ଶହ କନ୍ଧ ସୈନିକଙ୍କ ସହାୟତାରେ ଵାଣପୁର ଓ ଘୁମୁସରରୁ ଵ୍ରିଟିଶ ସୈନ୍ୟଙ୍କୁ ତଡି ଦେଇଥିଲେ । ଆନ୍ଦୋଳନ ଜୋରଦାର ହେବାରୁ ହଠାତ୍ ପାଇକ ବିଦ୍ରୋହ ହେବାରୁ ଇଂରେଜ କର୍ତ୍ତୃପକ୍ଷ ବିବ୍ରତ ହୋଇ ପଡ଼ିଲେ । ପାଇକମାନେ ବାଣପୁର ଓ ଖୋର୍ଦ୍ଧାରେ ଥିବା ସବୁ ସରକାରୀ ଅଫିସ୍ ଭାଙ୍ଗି ଦେଲେ, ଖଜଣାଖାନା ଲୁଟ୍ କଲେ । ପାଇକମାନଙ୍କ ସାଙ୍ଗରେ ଇଂରେଜ ସୈନ୍ୟଙ୍କର ଗଙ୍ଗପଡ଼ା, ବାଳକାଟି, ପିପିଲି ଇତ୍ୟାଦି ସ୍ଥାନମାନଙ୍କରେ ସଂଘର୍ଷ ହୋଇଥିଲା । ତଦ୍ଦ୍ୱାରା ପାଇକମାନଙ୍କର ଗତିରୋଧ ହୋଇ ପାରିଲା ନାହଁ । ପାଇକମାନେ ପୁରୀ ଆଡ଼କୁ ଅଗ୍ରସର ହେଲେ । ପୁରୀରେ ପାଇକମାନେ ଇଂରେଜ ସୈନ୍ୟଙ୍କ ପ୍ରତିରୋଧ କରି ପାରିଲେ ନାହଁ । ଇଂରେଜମାନେ ରାଜା ମୁକୁନ୍ଦ ଦେବଙ୍କୁ ବନ୍ଦୀ କରି କଟକ ଆଣିଲେ । ୧୮୧୭ ମସିହା ଏପି୍ରଲ ମାସ ୧୨ ତାରିଖରେ ସାମରିକ ଆଇନ ପ୍ରବର୍ତ୍ତନ କରାଗଲା । କ୍ରମେ ସେ ଆଇନ ପୁରୀ ଓ ପିପିଲିରେ ପ୍ରବର୍ତ୍ତନ କରାଗଲା । ସେହିବର୍ଷ ଅକ୍ଟୋବର ମାସ ଶେଷ ବେଳକୁ ଇଂରେଜମାନେ ବିଦ୍ରୋହକୁ ସମ୍ପୂର୍ଣ୍ଣ ଭାବରେ ଦମନ କରି ଦେଇଥିଲେ । କିନ୍ତୁ ଇଂରେଜ କର୍ତ୍ତୃପକ୍ଷ ଶାନ୍ତିରେ ନିଃଶ୍ୱାସ ମାରି ପାରିଲେ ନାହଁ । କାରଣ ଜଗବନ୍ଧୁ ବିଦ୍ୟାଧର, କୃଷ୍ଣଚନ୍ଦ୍ର ଭ୍ରମରବର ଓ ସେମାନଙ୍କ ଅନୁଚରମାନେ ଜଙ୍ଗଲରେ ଆତ୍ମଗୋପନ କରି ରହିଲେ । ପୁଣି କେତେବେଳେ ବିଦ୍ରୋହର ନିଆଁ ଜଳି ଉଠିବ ଏହି ଭୟରେ କତ୍ତର୍ପୃକ୍ଷ ସବୁବେଳେ ସତର୍କ ହୋଇ ରହିଥିଲେ । 1825 ମସିହାରେ ବ୍ରିଟିଶ ସେନା ନିକଟରେ ଵକ୍ସି ଜଗଵନ୍ଧୁ ନିଜକୁ ଆତ୍ମ ସମର୍ପଣ କରିଥିଲେ । 1829 ମସିହା ଜାନୁଆରୀ 24 ତାରିଖରେ ଇହଲୀଳା ତ୍ୟାଗ କରିଥିଲେ ବକ୍ସି ।

ଚାଖି ଖୁଣ୍ଟିଆ:

୧୮୫୭ ମସିହା ପ୍ରଥମ ସ୍ବାଧୀନତା ସଂଗ୍ରାମ ସିପାହୀ ବିଦ୍ରୋହର ପ୍ରମୁଖ ଭୂମିକା ନେଇଥିଥିଲେ ବିପ୍ଳବୀ ଚାଖି ଖୁଣ୍ଟିଆ ତଥା ଚନ୍ଦନ ହଜୁରୀ । ସେ ପୁରୀ ଜଗନ୍ନାଥ ମନ୍ଦିରକୁ ଆସୁଥିବା ନେପାଳୀ ଭକ୍ତମାନଙ୍କର ପଣ୍ଡା ଥିଲେ । ସିପାହୀ ବିଦ୍ରୋହ ବେଳେ ସେ ଉତ୍ତର-ପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀ ସୈନ୍ୟଙ୍କୁ ଇଂରେଜମାନଙ୍କ ବିପକ୍ଷରେ ଉତ୍ତେଜିତ କରିଥିଲେ । ପରେ ସେ ଧରାପଡ଼ି ବ୍ରିଟିଶମାନଙ୍କଦ୍ୱାରା ନିହତ ହୋଇଥିଲେ । ମହାନ୍ ବିପ୍ଳବୀ ଚାଖି ଖୁଣ୍ଟିଆ ୧୮୨୨ ମସିହା ଜାନୁଆରୀ ୨୨ ତାରିଖ ଶାମ୍ବ ଦଶମୀ ତିଥିରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ଶ୍ରୀକ୍ଷେତ୍ରର ପରମ୍ପରା, କୁସ୍ତି ବା ମଲ୍ଲଯୋଦ୍ଧା ବିଦ୍ୟାରେ ନିଜକୁ ସାମିଲ କରି ସେଥିରେ ବେଶ୍ ସିଦ୍ଧହସ୍ତ ହୋଇଥିଲେ । ଉତ୍ତର ପ୍ରଦେଶ ଝାନ୍ସିର ରାଣୀ ଲକ୍ଷ୍ମୀବାଇ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ଚାଖି ଖୁଣ୍ଟିଆଙ୍କ ସାହାଯ୍ୟ ମାଗିଥିଲେ । ୧୮୫୭ ମସିହାରେ ଚାଖି ଖୁଣ୍ଟିଆ ରାଣୀ ଲକ୍ଷ୍ମୀବାଇଙ୍କ ସହ ଯୋଗଦେଇ ଇଂରେଜ ସରକାରଙ୍କ ବିରୋଧରେ ଲଢ଼େଇ କରିଥିଲେ । ସେହି ସମୟରେ ଥିବା ବିଭିନ୍ନ ପ୍ରସିଦ୍ଧ ସ୍ବାଧିନତା ସଂଗ୍ରାମୀ ତାନ୍ତିଆ ଟୋପେ ସହ ମିଶି ଇଂରେଜ ସରକାରଙ୍କ ବିରୋଧରେ ଜୋରଦାର ଲଢେ଼ଇ କରିଥିଲେ । ଚାଖି ଖୁଣ୍ଟିଆ ଛଦ୍ମବେଶ ଧାରଣ କରି ଇଂରେଜ ସରକାରର ପ୍ରତିଟି ଗତିବିଧି ଉପରେ ନଜର ରଖୁଥିଲେ । ୧୮୮୧ ମସିହା ନଭେମ୍ବର ୧୭ ତାରିଖରେ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କର ତିରୋଧାନ ଘଟିଥିଲା । ମହାନ୍ ବିପ୍ଳବୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କ ବୀରତ୍ବ ଇତିହାସରେ ବେଶ୍ ଚର୍ଚ୍ଚିତ ।

ସାରଳା ଦେବୀ:

ଓଡ଼ିଶାର ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ସରଳା ଦେବୀ ଥିଲେ ଅନ୍ୟତମ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ସହ ଲେଖିକା ମଧ୍ୟ ଥିଲେ । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଇଂରେଜ ସରକାର ଅଧୀନରେ ଥିବା ବେଳେ ଭାରତରେ, ନାରୀମାନଙ୍କର ସାମାଜିକ ଓ ରାଜନୈତିକ ଅଧିକାର ପାଇଁ ଆନ୍ଦୋଳନ ଦେଖା ଦେଇଥିଲା । ସେହି ସମୟରେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାରଳା ଦେବୀ ମଧ୍ୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । 1921 ଅସହଯୋଗ ଆନ୍ଦୋଳନରେ ତାଙ୍କର ଭୂମିକା ମଧ୍ୟ ରହିଥିଲା । ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବିଧାୟିକା ହେଉଛନ୍ତି ସାରଳା ଦେବୀ । ସାରଳା ଦେବୀ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ସେ ପ୍ରଥମ ଓଡିଆ ମହିଳା ଯିଏକି ଭାରତୀୟ ଜାତୀୟ କଂଗ୍ରେସରେ ପ୍ରତିନିଧୀ ଭାବରେ ମନୋନୀତ ହୋଇଥିଲେ।

ସ୍ବାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏ:

ଭାରତର ତଥା ଓଡି଼ଶାର ଅନ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ । ସେ ଥିଲେ ଗରିଲା ଯୁଦ୍ଧରେ ପାରଙ୍ଗମ, ବିଚକ୍ଷଣ ବୁଦ୍ଧିର ଅଧିକାରୀ, ଚୌହାନ ରାଜବଂଶର ଦାୟାଦ । ତାଙ୍କ ନାଁ ଶୁଣିଲେ ମନେପଡେ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମର କାହାଣୀ । ତାଙ୍କ ଗର୍ଜନରେ ଥରହର ହୋଇ ଉଠିଥିଲା ଗୋରା ସରକାର । 1809 ମସିହା ଜାନୁଆରୀ 23 ତାରିଖରେ ଜନ୍ମ ଏହି ବୀରପୁତ୍ର ଇଂରେଜମାନଙ୍କ ବିରୁଦ୍ଧରେ ଦୀର୍ଘ 20 ବର୍ଷ ଧରି ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ କରିଥିଲେ । ଆଉ ଜୀବନର 37 ବର୍ଷ ଜେଲରେ ବିତେଇଥିଲେ । ଆଉ ସବୁଠାରୁ ବଡ଼ କଥା ହେଲା 1857ର ସିପାହୀ ବିଦ୍ରୋହ ପୂର୍ବରୁ ମାତ୍ର 18 ବର୍ଷ ବୟସରେ ସେ 1827 ମସିହାରୁ ଏହି ସମ୍ବଲପୁର ମାଟିରେ ଇଂରେଜ ମାନଙ୍କ ବିରୁଦ୍ଧରେ ଆରମ୍ଭ କରିଥିଲେ ଗରିଲା ଯୁଦ୍ଧ । ସେ 1827-1864 ମସିହା ଜାନୁଆରୀ 23 ତାରଖି ପର୍ଯ୍ୟନ୍ତ ଇଂରେଜଙ୍କ ବିରୋଧରେ ବିଦ୍ରୋହର ବହ୍ନିକୁ ପ୍ରଜ୍ଜ୍ୱଳତି କରି ରଖିଥିଲେ । ସୁରେନ୍ଦ୍ର ସାଏ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଓ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟରେ ୨୦ ବର୍ଷ ଇଂରେଜ ସରକାରଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବରେ ଲଢ଼େଇ କରିଥିଲେ । ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ, ବିଚକ୍ଷଣ ବୃଦ୍ଧି ଓ ଗୋଟି ଚାଳନା ଇଂରେଜ ସରକାରଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଥିଲା ।

ସୁଭାଷ ଚନ୍ଦ୍ର ବୋଷ:

ଭାରତର ଜଣେ ଟାଣୁଆ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓଡି଼ଶା ମାଟିର ପୁଅ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ଦେଶକୁ ସ୍ବାଧୀନତା କରାଇବାଇରେ ତାଙ୍କର ଭୂମିକା ଅତୁଳନୀୟ । ସେ ହେଉଛନ୍ତି ବିଶ୍ବର ନେତାଜୀ । 1939 ମସିହାରେ ଫରଓ୍ବାର୍ଡ ବ୍ଲକ ନାମକ ଏକ ରାଜନୈତିକ ଦଳ ଗଠନ କରି ଇଂରେଜ ବିରୋଧରେ ସେ ବିଦ୍ରୋହ ଆରମ୍ଭ କରିଥିଲେ। ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି ଆହ୍ବାନ ଦେଇଥିଲେ ସୁଭାଷ ଚନ୍ଦ୍ର ବୋଷ । 1941 ମସିହାରେ ବର୍ଲିନ ଯାଇଥିଲେ ସେ । ସେଠାରେ ଆଜାଦ ହିନ୍ଦ ରେଡିଓ ଦ୍ବାରା ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ବାନ ଦେଇଥିଲେ । ଏହାପରେ ସେ ଆଜାଦ ହିନ୍ଦ ଫୌଜ ଗଠନ କରି ଏହାର ଦାୟିତ୍ବ ନେଇଥିଲେ । ଦେଶକୁ ସ୍ବାଧୀନତା ଫେରାଇ ଆଣିବା ପାଇଁ ସେ ଦିଲ୍ଲୀ ଚଲୋ ଆହ୍ବାନ ଦେଇଥିଲେ । ତେବେ 1945 ମସିହାରେ ନେତାଜୀଙ୍କ ଦେହାନ୍ତ ହୋଇଥିଲା । ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସୁଭାଷ ବୋଷ ।

ଏହା ମଧ୍ୟ ପଢନ୍ତୁ: କର୍ତ୍ତବ୍ୟ ପଥକୁ ଡାକିନେଲା କର୍ମନିଷ୍ଠା: ଏଥର ସ୍ବାଧୀନତା ଦିବସରେ ଅତିଥି ହେବେ ଓଡ଼ିଶାର ଆଶା ଦିଦି ସୁକାନ୍ତି ଜେନା

ଉତ୍କଳ ଗୌରବ ମଧୁସୂଦନ ଦାସ:

ଓଡିଆ ଜାତିର ଚିରସ୍ମରଣୀୟ ବ୍ୟକ୍ତିତ୍ବ ହେଉଛନ୍ତି ମଧୁସୂଦନ ଦାସ । ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ମଧୁସୂଦନ ଦାସ ଥିଲେ ପ୍ରଥମ ଓଡିଆ ଯିଏ କି ପ୍ରଥମ ଓଡିଆ ସ୍ନାତକୋତ୍ତର, ପ୍ରଥମ ଓଡିଆ ଓକିଲ, ପ୍ରଥମ ଓଡିଆ ମନ୍ତ୍ରୀ, ପ୍ରଥମ ଓଡିଆ ବିଲାତଯାତ୍ରୀ ଥିଲେ ମଧୁବାରିଷ୍ଟର । କିନ୍ତୁ 1881ରେ ନିଜ ମାତୃଭୂମିକୁ ଫେରିଆସି ଅର୍ଦ୍ଧ ଶତାଦ୍ଦୀରୁ ଅଧିକ ସମୟ ଓଡିଆ ଭାଷା ଓ ଓଡିଆ ଜାତି ପାଇଁ କାମ କରିଥିଲେ । ଓକିଲାତି ସହ ରାଜ୍ୟ ରାଜନୀତି ସହ ଶିକ୍ଷାରେ ମଧ୍ୟ ଥିଲା ତାଙ୍କର ଅବଦାନ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ଉଦ୍ଦେଶ୍ୟରେ ସେ ପ୍ରତିଷ୍ଠା କରିଥିଲେ ଉତ୍କଳ ସମ୍ମିଳନୀ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ:

ଓଡିଶା ରଜନୀତିର ପୁରୋଧା ବିଜୁ ପଟ୍ଟନାୟକ । ସେ ଥିଲେ ଓଡ଼ିଆ ମାଟିର ଗୌରବ, ନୂଆ ଓଡିଶାର ନିର୍ମାତା, ରାଜନୀତିର ମାହଦ୍ରୁମ, ଦକ୍ଷ ପାଇଲଟ ଓ ଶିଳ୍ପପତି । ରାଜନୀତି ଯୁଦ୍ଧରେ ସେ ଥିଲେ ଜଣେ ସଫଳ ଯୋଦ୍ଧା । ବିଜୟାନନ୍ଦ ପଟ୍ଟନାୟ ବା ବିଜୁ ବାବୁ, ଓଡିଶା ପ୍ରତି ତାଙ୍କ ମହାନ ଅବଦାନ ପାଇଁ ତାଙ୍କୁ ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର ଆଖ୍ୟା ଦିଆଯାଇଛି । ତାଙ୍କ ଦୁଃସାହାସିକ ପଦକ୍ଷେପ ଓଡିଶାକୁ ନୂଆ ପରିଚୟ ଦେଇଛି । ଅଦମ୍ୟ ସାହାସିକତା ଯୋଗୁଁ ସେ ରାଜ୍ୟ, ଦେଶ ତଥା ଦେଶ ବାହାରେ ବେଶ ପରିଚିତ । ଦେଶ ସ୍ବାଧୀନତାରେ ବିଜୁଙ୍କ ଅବଦାନ ଅତୁଳନୀୟ । 1943ରେ ଗୋରା ସରକାର ବିଜୁଙ୍କୁ ଗିରଫ ମଧ୍ୟ କରିଥିଲା । 1940-42 ଯୁଦ୍ଧ ସମୟରେ ବାୟୁ ପରିବହନ କମାଣ୍ଡର ମୁଖ୍ୟ ଥିଲେ ସେ । ଜୟପ୍ରକାଶ ନାରାୟଣ ଏବଂ ଡକ୍ଟର ରାମମୋହନଙ୍କ ସହ ଦେଶର ସ୍ୱାଧୀନତା ପାଇଁ ଭୂତଳ ଆନ୍ଦୋଳନର ନେତୃତ୍ବ ନେଇଥିଲେ ।

ବାଜି ରାଉତ:-

ଓଡିଶାର ସର୍ବ କନିଷ୍ଠ ଶହୀଦଙ୍କ କଥା ଆସିଲେ ଆଗ ମନେପଡନ୍ତି ସେ । ନାଁଟି ଯେମିତି, କର୍ମ ମଧ୍ୟ କରିଥିଲେ ସେମିତି । ସେ ଥିଲେ ବାଜି ରାଉତ । ମାତ୍ର ୧୨ ବର୍ଷ ବୟସରେ ଗୋରା ସାହେବଙ୍କ କବଳରୁ ଓଡିଆଙ୍କୁ ରକ୍ଷା କରିବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ସମଗ୍ର ଓଡ଼ିଆ ଜାତିର ପ୍ରାଣ ରକ୍ଷା କରିବାକୁ ଯାଇ ବ୍ରିଟିଶ ଗୁଳିରେ ଟଳି ପଡିଥିଲେ ବାଜି ରାଉତ । ୧୯୩୮ ମସିହା ଅକ୍ଟୋବର ୧୧ ତାରିଖ । ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେଦିନ ସେ ସାଜିଥିଲେ ପ୍ରଜାମଣ୍ଡଳର ସିପାହୀ । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୂରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜମାନେ ଯେପରି ନଦୀ ପାର ନ ହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାର୍ କରାଇବ । ଆଶଙ୍କା ସତ ହେଲା ପ୍ରଜାମଣ୍ଡଳ ଦମନ କରିବାକୁ ଆସି ପହଁଞ୍ଚିଥିଲେ ଗୋରା ଫଉଜ । ସେମାନଙ୍କ ଆଦେଶ ସତ୍ତ୍ବେ ଘାଟରୁ ଡଙ୍ଗା ଫିଟାଇଲେ ନାହିଁ ବାଜି । ଧମକର କୌଣସି ଫରକ ବାଜିଙ୍କ ଉପରେ ନପଡିବା ଦେଖି ତାଙ୍କ ଉପରେ ଗୁଳି ଚଳାଇଥିଲେ ଗୋରା ଫଉଜ । ଆଉ ବ୍ରାହ୍ମଣୀ ନଦୀକୁଳରେ ବଳିଦାନ ଦେଇଥଲା ବାଜିଆ ।

ହରେକୃଷ୍ଣ ମହତାବ:-

ରେଭେନ୍ସାରେ ପାଠ ପଢା ସମୟରେ ସ୍ବାଧୀନତା ଆନ୍ଦୋଳରେ ଯୋଗଦେବାକୁ ମନ ବଳାଇଥିଲେ ହରେକୃଷ୍ଣ ମହତାବ । ପଢା ଛାଡି ୧୯୨୯ ରେ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୨୩-୨୪ ମଧ୍ୟରେ ଓଡିଶା ପ୍ରଜା ଆନ୍ଦୋଳନର ନେତୃତ୍ବ ନେଇ ଜେଲ୍ ଯାଇଥିଲେ । ଏହାପରେ ପୁନର୍ବାର ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ି ଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିଥିଲେ । ୧୯୩୭ ରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସମିତିରେ ଯୋଗଦାନ କରିଥିଲେ । ଭାରତର ସ୍ବାଧୀନତା କ୍ଷେତ୍ରରେ ମହତାବଙ୍କ ଅବଦାନ ଥିଲା ମହନୀୟ । ସର୍ବୋପରି ଓଡିଶା ରାଜ୍ୟକୁ ସମୃଦ୍ଧ କରିବା ପାଇଁ ସଦା ଚେଷ୍ଟିତ ଥିଲେ ଏହି ମହାନୟାକ । ଓଡିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା କାଳରେ ଗଡ଼ଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକରେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ବୀରମାଟି ବସୁପୁର, ସ୍ବାଧୀନତା ପାଇଁ ବ୍ରିଟିଶ ବିରୋଧରେ କରିଥିଲେ ସଂଗ୍ରାମ, ୪ ବୀରପୁତ୍ରଙ୍କୁ ମନେ ପକାଇଲା ମାଆ-ମାଟି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.