ETV Bharat / state

କର୍ତ୍ତବ୍ୟ ପଥକୁ ଡାକିନେଲା କର୍ମନିଷ୍ଠା: ଏଥର ସ୍ବାଧୀନତା ଦିବସରେ ଅତିଥି ହେବେ ଓଡ଼ିଶାର ଆଶା ଦିଦି ସୁକାନ୍ତି ଜେନା - Asha Worker Sukanti Jena

author img

By ETV Bharat Odisha Team

Published : Aug 12, 2024, 10:16 PM IST

ASHA Worker Sukanti Jena Invited As Special Guest: ଓଡିଶାର ଆଶା ଦିଦିଙ୍କୁ ଦିଲ୍ଲୀରୁ ଡକରା । କର୍ତ୍ତବ୍ୟନିଷ୍ଠତା ପାଇଁ ଦିଲ୍ଲୀରେ ସ୍ବାଧୀନତା ଦିବସରେ ଅତିଥି ହେବେ ପୁରୀର ଆଶା ଦିଦି ସୁକାନ୍ତି ଜେନା । ପଲ୍ଲୀରେ ବୁଲି ବୁଲି ସେବା ଯୋଗାଉଥିବା ଆଶା କର୍ମୀଙ୍କୁ ଦେଶର ଆଗଧାଡିରେ ସୁପରିଚିତ ବ୍ୟକ୍ତିତ୍ବଙ୍କ ଗ୍ରହଣରେ ବସି ପରେଡ ଦେଖିବାକୁ ମିଳିଛି ନିମନ୍ତ୍ରଣ । କିଏ ଏହି ଆଶା ଦିଦି । ଆସନ୍ତୁ ଜାଣିବା ।

ଆଶା ଦିଦି ସୁକାନ୍ତି ଜେନା
ଆଶା ଦିଦି ସୁକାନ୍ତି ଜେନା (ETV Bharat Odisha)

ପୁରୀ: ପଲ୍ଲୀରେ ବୁଲି ବୁଲି ସେବା କରୁଥିବା ଆଶା ଦିଦିଙ୍କୁ ଦିଲ୍ଲୀ ଡକରା । 78ତମ ସ୍ବାଧୀନତା ଦିବସରେ ସ୍ବତନ୍ତ୍ର ଅତିଥି ହେବେ ପୁରୀର ଆଶା କର୍ମୀ ସୁକାନ୍ତି ଜେନା । ଦେଶର ଆଗ ଧାଡିର ବିଶିଷ୍ଠ ବ୍ୟକ୍ତିତ୍ବ ଗହଣରେ ବସି ଦେଖିବେ ସ୍ବାଧୀନତା ଦିବସ ପରେଡ । ଏକ ପତ୍ର ମାଧ୍ୟମରେ ଜାତୀୟ ସ୍ଵାସ୍ଥ୍ୟ ମିଶନ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ଆସନ୍ତାକାଲି (୧୩ ଅଗଷ୍ଟ) ସେ ଓ ତାଙ୍କ ଝିଅ ରାଜଧାନୀ ଏକ୍ସପ୍ରେସ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିବେ ।

ଓଡ଼ିଶାର ଆଶା ଦିଦି ସୁକାନ୍ତି ଜେନା (ETV Bharat Odisha)
SUKANTI JENA

କିଏ ଏହି ଆଶା କର୍ମୀ ?

ପୁରୀ ସଦରବ୍ଲକ ତଳଜଙ୍ଗ ପଦ୍ମ ଚରଣ ଜେନା ଓ ନେତ୍ରମଣି ଜେନାଙ୍କ ଝିଅ ହେଉଛନ୍ତି ସୁକାନ୍ତି ଜେନା । ସୁକାନ୍ତି ସେହି ଗ୍ରାମର ଶ୍ରୀଧର ଜେନାଙ୍କୁ ବିବାହ କରିଥିଲେ । ତେବେ ସେ ପୁରୀ ଜିଲ୍ଲା ଚନ୍ଦନପୁରରେ ଆଶାକର୍ମୀ ଭାବେ କାର୍ଯ୍ୟରତ । ଗତ 2006ରୁ ସେ ଆଶା କର୍ମୀ ଭାବେ କାର୍ଯ୍ୟ କରୁ ଆସୁଛନ୍ତି । ତାଙ୍କ କର୍ମନିଷ୍ଠତା ପାଇଁ ଆଶା ଦିଦି ସୁକାନ୍ତି ଜେନା ସ୍ଥାନୀୟ ଅଞ୍ଚଳରେ ବେଶ୍ ଲୋକପ୍ରିୟ । ବିଶେଷ କରି 24 ଘଣ୍ଟା ଲୋକଙ୍କ ସେବାରେ କାର୍ଯ୍ୟ କରିବା, ନିଜର ଅସୁବିଧା ଥିବା ସତ୍ତ୍ବେ ତାକୁ ଖାତିର ନ କରି ଲୋକଙ୍କ ସେବା ଲାଗିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବାରେ ସେ ରାତି ଦିନ କାର୍ଯ୍ୟ କରୁଥିଲେ । ଏଣୁ ତାଙ୍କୁ ନୂଆଦିଲ୍ଲୀରେ ସ୍ଵାଧୀନତା ଦିବସ ପରେଡରେ ଅତିଥି ଭାବେ ଯୋଗ ଦେବାକୁ ଯେଉଁ ନିମନ୍ତ୍ରଣ ମିଳିଛି ତାକୁ ନେଇ ତଳଜଙ୍ଗ ଗ୍ରାମବାସୀ ବେଶ୍ ଖୁସି ଓ ଗର୍ବିତ ।

କାମ ପାଇଁ ପୂର୍ବରୁ ପାଇଛନ୍ତି ଅନେକ ପୁରସ୍କାର:

ସୁକାନ୍ତି ତାଙ୍କ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ଜିଲା ସ୍ତରରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଅନେକ ପୁରସ୍କାର ପାଇଛନ୍ତି । ଅନେକ ଥର ସେ କରିଥିବା ଜନହିତକାରୀ କାର୍ଯ୍ୟ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଛି । ଜାତୀୟ ସ୍ଵାସ୍ଥ୍ୟ ମିଶନର ଅନେକ ଯୋଜନା ଗୁଡ଼ିକୁ ସେ ଲୋକମାନଙ୍କ ପାଖେ ପହଞ୍ଚାଇଛନ୍ତି l ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା ଏବଂ ମାତୃ ଓ ଶିଶୁ ମାନଙ୍କ ସ୍ଵାସ୍ଥ୍ୟ ନିମିତ୍ତ ଥିବା ଅନେକ ଯୋଜନାର ସଫଳ ରୂପାୟନ ମଧ୍ୟ କରିଛନ୍ତି l

ସ୍ବାମୀ ପୁଅକୁ ହରାଇ ହାରି ନାହାନ୍ତି ସୁକାନ୍ତି:

ଗତ 2015 ମସିହାରେ ସୁକାନ୍ତି ଏକ ଦୁର୍ଘଟଣାରେ ନିଜ ସ୍ବାମୀଙ୍କୁ ହରାଇ ଥିବା ବେଳେ ଗତ ମାର୍ଚ୍ଚ ମାସ 13 ତାରିଖରେ ଏକ ମାତ୍ର ପୁଅକୁ ମଧ୍ୟ ହରାଇଥିଲେ । ତେବେ ତିନି ଝିଅଙ୍କୁ ନେଇ ଏବେ ସୁକାନ୍ତିଙ୍କ ପରିବାର । ନିଜ ବାପ ଘରେ ରହି ସେ ଚାଲୁଥିବା ବେଳେ ଭଲ ଘରଟିଏ ନାହିଁ । ଚାଳ ଘରେ ପଲିଥିନ ଟାଣି ସୁକାନ୍ତି ରହୁଛନ୍ତି । ସ୍ବଳ୍ପ ଦରମାରେ ତିନି ଝିଅଙ୍କୁ ନେଇ ଚାଲିବା ବେଶ୍ କଷ୍ଟକର ହୋଇଥିଲେ ମଧ୍ୟ ତାହାକୁ ସେ ଖାତିର ନ କରି ଲୋକଙ୍କ ସେବାରେ ସୁକାନ୍ତି ନିଜକୁ ଉତ୍ସର୍ଗ କରିଛନ୍ତି ।

‘ଖୁସିକୁ ଶବ୍ଦରେ କହିହେବନି’

ଏନେଇ ପ୍ରତିକ୍ରିୟା ଦେଇ ଆଶା ଦିଦି ସୁକାନ୍ତି ଜେନା କହିଛନ୍ତି,'ମୋର କାର୍ଯ୍ୟ ଭଲରେ କରିଥିବାରୁ ମତେ ଦିଲ୍ଲୀ ଡକାଯାଇଛି । ମତେ ବହୁତ ଖୁସି ଲାଗୁଛି ଯାହାକୁ କହିହେବନି । ମୁଁ ମୋର କାର୍ଯ୍ୟ ସଠିକ୍ ଭାବରେ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଅନେକ ସମୟରେ କଷ୍ଟ ହେଲେ ମଧ୍ୟ ଲୋକଙ୍କ ସେବା କରି ମୁଁ ସବୁ ଭୁଲି ଯାଉଛି। ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କୁ ଆଦର୍ଶ ଭାବି ନିଜ କାମ କରିଥାଏ ବୋଲି ସୁକାନ୍ତି କହିଛନ୍ତି । ଆଗାମୀ ଦିନରେ ମୋ ଗାଁକୁ ସ୍ବଚ୍ଛ, ସୁନ୍ଦର ଗ୍ରାମ କରିବା ସହ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଓ ସଚେତନତା କରିବା, ସରକାରଙ୍କ ପ୍ରତ୍ୟେକ ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚିବ ତାହା ମୋର ମୁଖ୍ୟ କାର୍ଯ୍ୟ ହେବ ବୋଲି ସୁକାନ୍ତି କହିଛନ୍ତି । ଏହି ଅବସରରେ ଆଶା ଦିଦି ସୁକାନ୍ତି କହିଛନ୍ତି ଯିଏ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରନ୍ତୁ କର୍ତ୍ତବ୍ୟ ନିଷ୍ଠ ଭାବରେ କାର୍ଯ୍ୟ କଲେ ତାହା ସଫଳ ହେବ। ତେବେ ଅନେକ ଆଶା ଦିଦି ମୋ ଭଳି ଦିନ ରାତି କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଆଉ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରାଗଲେ ଆଶା କର୍ମୀ ମାନେ ଅଧିକ ଉତ୍ସାହିତ ହୋଇ କାର୍ଯ୍ୟ କରିବା ସହ ସରକାରଙ୍କ ସେବା ଓ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବେ ।’

‘ମାଆ ସବୁବେଳେ ନିଜ କାମରେ ବୁଡି ରୁହନ୍ତି’

ସୁକାନ୍ତିଙ୍କ ଝିଅ ସଂଗୀତା ରାଣୀ ଜେନା କହିଛନ୍ତି, ‘ମା ସବୁବେଳେ ନିଜ କର୍ମକୁ ଭଲରେ କରନ୍ତି । ଏପରିକି ଘରକୁ ପ୍ରତିଦିନ ଖାଇବା ସମୟରେ ମଧ୍ୟ ପହଞ୍ଚି ପାରନ୍ତି ନାହିଁ । ସେ ସବୁ ବେଳେ ନିଜ କାମରେ ହିଁ ରହି ସମୟ ଅତିବାହିତ କରିଥାନ୍ତି । ଗତ 2020ରେ କଳିଙ୍ଗ ସେବା ସମ୍ମାନ, 2023ରେ ଏକ ନମ୍ବର ଆଶା କର୍ମୀ ଭାବରେ ଜିଲା ସ୍ତରୀୟ ସେବା ସମ୍ମାନ ମିଳିଥିଲା ବେଳେ ଚଳିତ ସ୍ଵାଧୀନତା ଦିବସରେ ଦିଲ୍ଲୀରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମିଳିବା ଆମ୍ ପାଇଁ ଗର୍ବର ବିଷୟ । ଏହାକୁ ନେଇ ଗାଁରେ ଖୁସିର ମାହୋଲ ରହିଛି। ଏହା ଆମ ଗ୍ରାମ ପାଇଁ ଗୌରବର କଥା । ବାପାଙ୍କ ଦେହାନ୍ତ ପରେ ଆମର ଆର୍ଥିକ ପରିସ୍ଥିତି ଭଲ ନଥିଲା । ତେବେ ମାଆ ସ୍ବଳ୍ପ ଦରମାରେ ମଧ୍ୟ ଆମ ପାଇଁ ସବୁ ଆବଶ୍ୟକ ଜିନିଷ ଯୋଗାଇ ଦେଇଛନ୍ତି । ସେଥିପାଇଁ ଆମେ ଗର୍ବିତ ।’

‘କାମର ଫଳ’

ଗ୍ରାମବାସୀ ଗୋବର୍ଦ୍ଧନ ଜେନା କହିଛନ୍ତି, ‘ଯେତେବେଳେ ମୁଁ ଶୁଣିଲି ସୁକାନ୍ତି ଦିଲ୍ଲୀରେ ସ୍ଵାଧୀନତା ଦିବସରେ ଅତିଥି ଭାବରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି ମୋର ମନ ଉଲ୍ଲସିତ ହୋଇଥିଲା । ତେବେ ସୁକାନ୍ତି ଯେଭଳି ସରକାରଙ୍କ ସବୁ କାର୍ଯ୍ୟ ଓ ଯୋଜନା ତୃଣ ମୂଳ ସ୍ତରରେ ସଫଳ ଭବେ ପହଞ୍ଚାଇ ପାରିଛି ସେଥି ପାଇଁ ଏହି ସମ୍ମାନ ମିଳିଛି। କୋଭିଡ ମହାମାରୀରେ ଲୋକଙ୍କ ସେବା, ଗାଁରେ ପରିମଳ ଓ ସ୍ଵାସ୍ଥ୍ୟ ସେବା ପାଇଁ କାର୍ଯ୍ୟ କରିବା, ସବୁ କାର୍ଯ୍ୟ ସେ ସୁଚାରୁରୂପେ କରିଛି। ତେବେ ଆଶା କର୍ମୀ ମାନେ ଅନେକ କାର୍ଯ୍ୟ କରୁଥିବା ବେଳେ ପାରିଶ୍ରମିକ ବହୁତ କମ୍ ପାଉଛନ୍ତି । ତେବେ ସ୍ବାସ୍ଥ୍ୟ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଉଥିବା ଆଶା କର୍ମୀଙ୍କୁ ଅଧିକ ପାରିଶ୍ରମିକ ଦିଆଯାଉ ।’

ଏହା ମଧ୍ୟ ପଢନ୍ତୁ: ହର ଘର ତ୍ରିରଙ୍ଗା: ୬୦ ହଜାରରୁ ଅଧିକ ତ୍ରିରଙ୍ଗା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ରାପଡାର ମହିଳା

ପଲ୍ଲୀରୁ ଦିଲ୍ଲୀ ଯିବା ବହୁତ ବଡ କଥା’

ଆଉ ଜଣେ ଗ୍ରାମବାସୀ ନବ କିଶୋର ଜେନା କହିଛନ୍ତି, ‘ଜଣେ ଝିଅ ଏକ ପଲ୍ଲୀରୁ ଦିଲ୍ଲୀ ଯିବା ବହୁତ ବଡ଼ କଥା। ତେବେ ସୁକାନ୍ତିର ଜୀବନ ବଡ ସଂଘର୍ଷମୟ । 9 ବର୍ଷ ତଳେ ନିଜ ସ୍ବାମୀଙ୍କୁ ସେ ହରାଇଥିଲେ । ସେହିପରି ଗତ କିଛି ମାସ ତଳେ ନିଜର ପୁଅକୁ ମଧ୍ୟ ସେ ହରାଇଛନ୍ତି । ତେବେ ଏହା ସତ୍ତ୍ବେ ସୁକାନ୍ତି ଧର୍ଯ୍ୟହରା ନ ହୋଇ ନିଜ କର୍ତ୍ତବ୍ୟ କରି ଲୋକଙ୍କ ସେବା ଜାରି ରଖିଛି । କୋଭିଡ ମହାମାରୀରେ ଲୋକେ ଘରୁ ବାହାରୁ ନଥିବା ବେଳେ ସେ ନିଜ ଜୀବନକୁ ଖାତିର ନ କରି ଲୋକଙ୍କୁ ସେବା ଯୋଗାଇଛି । ତେବେ ସୁକାନ୍ତିକୁ ଦିଲ୍ଲୀ ନିମନ୍ତ୍ରଣ ମିଳିବା ନିଶ୍ଚିତ ଗର୍ବ ବିଷୟ ।’

ସୁକାନ୍ତିଙ୍କୁ ଚାରିଆଡୁ ଛୁଟିଲା ଶୁଭେଚ୍ଛା:

ଅନ୍ୟପଟେ ଓଡ଼ିଶାର ସମସ୍ତ ଜିଲ୍ଲା ମଧ୍ୟରୁ ଜଣେ ମାତ୍ର ଆଶା କର୍ମୀ ଭାବରେ ସୁକାନ୍ତିଙ୍କୁ ଏହି ନିମନ୍ତ୍ରଣ ମିଳିଥିବାରୁ ପୁରୀ ଜିଲ୍ଲାର ସମସ୍ତ ଆଶାଦିଦି ମାନେ ଅନେକ ଉତ୍ସାହିତ ହେବାସହ ସୁକାନ୍ତି ଜେନାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି l ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରୂପଭାନୁ ମିଶ୍ର, ଜାତୀୟ ସ୍ଵାସ୍ଥ୍ୟ ମିଶନର ପ୍ରକଳ୍ପ ପ୍ରବନ୍ଧକ ଟି ନାରାୟଣ ରାଓ, ଜିଲ୍ଲା ଆଶା ମ୍ୟାନେଜର ଅଶୋକ ସାହୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚନ୍ଦନପୁରର ସମସ୍ତ କର୍ମକର୍ତ୍ତା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.