ETV Bharat / state

ବିପୁଳ ଟଙ୍କା ଥିବା ଖବର ପାଇ ଚଢ଼ାଉ, ବିଲଡରଙ୍କ ଘରେ ପଶିଲା ଆୟକର ବିଭାଗ - Income Tax Raid

author img

By ETV Bharat Odisha Team

Published : May 11, 2024, 8:55 PM IST

Income Tax Raid: ବିଲଡରଙ୍କ ଘରେ ଆୟକର ଚଢ଼ାଉ । ଆୟକର ଅଧିକାରୀମାନେ ସମ୍ପୃକ୍ତ ବିଲଡରଙ୍କ ଘର ସମେତ ଅଫିସରେ ମଧ୍ୟ ଛାନଭିନ କରିଛନ୍ତି । ଅଧିକ ଖବର ଜାଣନ୍ତୁ

Income Tax Raid
Income Tax Raid (ETV Bharat Odisha)

Income Tax Raid (ETV Bharat Odisha)

ଭୁବନେଶ୍ୱର: ବିଲଡରଙ୍କ ଘରେ ଆୟକର ଚଢ଼ାଉ । ବିପୁଳ ଟଙ୍କା ଥିବା ଅଭିଯୋଗରେ ଆୟକର ବିଭାଗ ରେଡ୍ କରିଛି । ଶୈଳଶ୍ରୀ ବିହାର ସ୍ଥିତ ତୁଳସୀ ନଗରରେ ଜଣେ ବିଲଡରଙ୍କ ଘରେ ଛାନଭିନ ହୋଇଛି । ଏନେଇ ଆୟକର ଅଧିକାରୀମାନେ ସମ୍ପୃକ୍ତ ବିଲଡରଙ୍କ ଘର ସମେତ ଅଫିସରେ ମଧ୍ୟ ଛାନଭିନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ଥିବାରୁ ଆର୍ଥିକ କାରବାର ଉପରେ ନଜର ରଖିଛନ୍ତି ଆୟକର ଅଧିକାରୀ । ଏନେଇ ବିଭିନ୍ନ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖିଛି ଆୟକର ବିଭାଗ । ଏହାରି ଭିତରେ ରାଡାରକୁ ଆସିଛି ଏକ ବିଲଡର ସଂସ୍ଥା । ବିପୁଳ ଟଙ୍କା ଗଚ୍ଛିତ ରଖାଯାଇଥିବା ସନ୍ଦେହରେ ରେଡ୍ କରିଥିଲା ଟିମ୍ ।

ସୂଚନା ଅନୁସାରେ, ପ୍ରାୟ ୪ ରୁ ୫ଜଣ ଅଧିକାରୀମାନେ ମିଶି ଶୈଳଶ୍ରୀବିହାର ସ୍ଥିତ ତୁଳସୀ ନଗରରେ ଥିବା ଅଫିସ ତଥା ଘରେ ରେଡ୍ କରିଥିଲେ । ଏନେଇ ବିଲଡରଙ୍କ ଘରେ ବିଭିନ୍ନ ଦିଗକୁ ନେଇ ଛାନଭିନ ସହ ନଗଦ ଟଙ୍କା ଖୋଜିଥିଲେ ଆୟକର ଅଧିକାରୀ । କେତେ ଟଙ୍କା ମିଳିଛି ସେନେଇ ଖୁବଶୀଘ୍ର ସୂଚନା ମିଳିବ ବୋଲି କହିଛନ୍ତି ଆୟକର ଅଧିକାରୀ । ତେବେ ମିଳିଥିବା ସୂଚନା ମୁତାବକ, ଷ୍ଟଲ ଓ୍ବାର୍ଟ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ ସଂସ୍ଥା ନାଁରେ ବିଭିନ୍ନ ସ୍ଥାନରେ ପ୍ରୋଜେକ୍ଟ ସରିଛି । ମିନିଷ୍ଟାରି ଅଫ କର୍ପୋରେଟ୍ ଆଫାୟାରର ସୂଚନା ଅନୁସାରେ, ଏହି ସଂସ୍ଥାର ଦୁଇ ଜଣ ନିର୍ଦ୍ଦେଶକ ରହିଛନ୍ତି । ଶରତ ଚନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ ସମିନା ବେହେରା ନିର୍ଦ୍ଦେଶକ ଦାୟିତ୍ବରେ ରହିଛନ୍ତି । 2011ରୁ ରେଜିଷ୍ଟର ହୋଇଥିବା ଏହି କମ୍ପାନୀ ଦୀର୍ଘ ୧୨ ବର୍ଷ ଭିତରେ ଏକାଧିକ ପ୍ରୋଜେକ୍ଟ ଚଳାଇଛି ।

ଏପରିକି ପଟିଆରେ ଷ୍ଟଲଓ୍ବାର୍ଟ ସ୍କାଏସିଟି, ନିଳାଦ୍ରୀ ବିହାରରେ ଷ୍ଟଲ୍ ଓ୍ବାର୍ଟ କେୟାର, ଶ୍ରୀବିହାରରେ ଷ୍ଟଲ୍ ଓ୍ବାର୍ଟ ଶ୍ରୀ, ସୋଭାଗ୍ୟ ନଗରରେ ଷ୍ଟଲଓ୍ବାର୍ଟ ହାଇଟ୍ ଭଳି ୟୁନିଟ ୪ ଭୈମ ନଗରରେ ଷ୍ଟଲଓ୍ବାର୍ଟ କମ୍ପ୍ଲେକ୍ସ ଭଳି ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଷ୍ଟଲ ଓ୍ବାର୍ଟ ଯଯାତି ଭଳି ହୋଟେଲ, ଓଲଡ୍ ଟାଉନ ରଥରୋଡରେ ଷ୍ଟଲ ଓ୍ବାର୍ଟ ପ୍ୟାଲେସ ଭଳି ସୁଉଚ୍ଚ କୋଠାର ପ୍ରୋଜେକ୍ଟ କରାଯାଇଛି । ସେହିପରି ଲକ୍ଷ୍ମୀସାଗର କେନାଲ ରୋଡରେ ଷ୍ଟଲ ଓ୍ବାର୍ଟ ପ୍ରତିମା ନିବାସ, ଝାରପଡ଼ା ନିକଟରେ ଷ୍ଟଲ ଓ୍ବାର୍ଟ୍ ପ୍ରିମିୟମ ଭଳି ଜ୍ୟୋସ୍ନା ଷ୍ଟଲ ଓ୍ବାର୍ଟ ପ୍ରାଇଡ ମଧ୍ୟ ପ୍ରୋଜେକ୍ଟ ଜାରି ରହିଛି । ଓଡିଶାରର ଏକ ବଡ଼ ବିଲଡର ସଂସ୍ଥା ଭାବେ ଜଣାଶୁଣା ଏହି ସଂସ୍ଥା ଏବେ ଆୟକର ବିଭାଗ ସ୍କାନରରେ ରହିଛି ।

ଏହା ବି ପଢନ୍ତୁ...ଟ୍ରକ-ଟାଟା ଏସି ମୁହାଁମୁହିଁ ଧକ୍କା, ରାସ୍ତାରେ ଗଦା ହେଲା 7 କୋଟି ନଗଦ ଟଙ୍କା - 7crores Recovered In Accident

ଏହି ସଂସ୍ଥାର ବିଭିନ୍ନ ବଡ଼ବଡ଼ ପ୍ରୋଜେକ୍ଟ ଥିବାରୁ ବିପୁଳ ପରିମାଣର ଟଙ୍କା ଥିବା ନେଇ ଆୟକର ବିଭାଗ ସୂଚନା ପାଇଁ ରେଡ୍ କରିଥିଲା। ହେଲେ ରେଡ୍ ବେଳେ ଏଯାଏଁ ବଡ଼ ଧରଣ ଟଙ୍କା ମିଳିନଥିବା ଜଣାପଡ଼ିଛି । ନିର୍ବାଚନ ସମୟରେ ନଗଦ ଟଙ୍କା କାରବାର ଓ ସୁନା ଆଦି ଗହଣା ଭଳି କାରବାର କରୁଥିବା ସଂସ୍ଥା ଉପରେ ନଜର ରଖିବାକୁ ଇଲେକ୍ସନ କମିଶନଙ୍କ ନିର୍ଦ୍ଦେଶ ରହିଥିଲା । ଏଥିପାଇଁ ପ୍ରଭାବଶାଳୀ ଲୋକମାନଙ୍କୁ ସ୍କାନରକୁ ଆଣିଛି ଆୟକର ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.