ETV Bharat / state

ରାଜ୍ୟରେ ୪୬ ଡିଗ୍ରୀ ପାର ହେଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ବଲାଙ୍ଗୀର - Heat Wave Grips Odisha - HEAT WAVE GRIPS ODISHA

Odisha Weather Update: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ 46 ଡିଗ୍ରୀ ଟପିଛି ତାପମାତ୍ରା । ୪୬.୩ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗୀର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ଅଧିକ ପଢ଼ନ୍ତୁ

ରାଜ୍ୟରେ ୪୬ ଡିଗ୍ରୀ ପାର ହେଲା ତାପମାତ୍ରା
ରାଜ୍ୟରେ ୪୬ ଡିଗ୍ରୀ ପାର ହେଲା ତାପମାତ୍ରା (ETV Bharat Odisha)
author img

By ETV Bharat Odisha Team

Published : May 29, 2024, 11:07 PM IST

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ହେଲାଣି ତାତି । ଗ୍ରୀଷ୍ମ ପ୍ରବାହରେ ସିଜୁଛି ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ 46 ଡିଗ୍ରୀ ଟପିଛି ତାପମାତ୍ରା । ୪୬.୩ ଡିଗ୍ରୀ ସେଲ୍ସିୟସ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ୧୦ ସହରରେ ଦିନର ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଥିବା ବେଳେ 21ଟି ସହରରେ ତାପମାତ୍ରା 40 ଡିଗ୍ରୀ ପାର କରିଛି ।

ରାଜ୍ୟରେ ୪୬ ଡିଗ୍ରୀ ପାର ହେଲା ତାପମାତ୍ରା (ETV Bharat Odisha)

ଆଜି ରାଜ୍ୟର 4ଟି ସହରରେ ତାପମାତ୍ରା 46 ଡିଗ୍ରୀ ଅତିକ୍ରମ କରିଛି । ୪୬.୩ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗୀର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ବଲାଙ୍ଗୀର ପରେ ସୋନପୁରରେ 46.2 ଡିଗ୍ରୀ, ଟିଟିଲାଗଡ଼ରେ 46 ଡିଗ୍ରୀ ଓ ଝାରସୁଗୁଡାରେ 46 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁର, ବୌଦ୍ଧ ଓ ଦୀରାକୁଦରେ ମଧ୍ୟ 45 ଡିଗ୍ରୀ ପାର କରିଛି ତାପମାତ୍ରା । ମୁଖ୍ୟତଃ ପଶ୍ଚିମ ଓଡ଼ିଶା ସହର ଗୁଡିକରେ ଅଧିକ ତାପମାତ୍ରା ଦେଖିବାକୁ ମିଳିଛି ।

ଆଜି ବିଭିନ୍ନ ସହରରେ ରେକର୍ଡ କରାଯାଇଥିବା ତାପମାତ୍ରା:

ରାଜ୍ୟରେ ୪୬ ଡିଗ୍ରୀ ପାର୍ ହେଲା ତାପମାତ୍ରା
ରାଜ୍ୟରେ ୪୬ ଡିଗ୍ରୀ ପାର୍ ହେଲା ତାପମାତ୍ରା (IMD)

ବଲାଙ୍ଗୀର: 46.3 ଡିଗ୍ରୀ

ସୋନପୁର: 46.2 ଡିଗ୍ରୀ

ଟିଟିଲାଗଡ଼: 46 ଡିଗ୍ରୀ

ଝାରସୁଗୁଡା:46 ଡିଗ୍ରୀ

ସମ୍ବଲପୁର:45.6 ଡିଗ୍ରୀ

ବୌଦ୍ଧ:45.3 ଡିଗ୍ରୀ

ହୀରାକୁଦ:45.1 ଡିଗ୍ରୀ

ଭବାନୀପାଟଣା:44.5 ଡିଗ୍ରୀ

ନୂଆପଡା:44 ଡିଗ୍ରୀ

ବରଗଡ଼:44 ଡିଗ୍ରୀ

ଫୁଲବାଣୀ:43.5 ଡିଗ୍ରୀ

ସୁନ୍ଦରଗଡ଼:43.4 ଡିଗ୍ରୀ

ତାଳଚେର:43 ଡିଗ୍ରୀ

ମାଲକାନଗିରି:42.5 ଡିଗ୍ରୀ

ଅନୁଗୋଳ:42.1 ଡିଗ୍ରୀ

ପାରଳାଖେମୁଣ୍ଡି:41.9 ଡିଗ୍ରୀ

ରାୟଗଡ଼ା:41.2 ଡିଗ୍ରୀ

କେନ୍ଦୁଝର:41.2 ଡିଗ୍ରୀ

ନୟାଗଡ଼:40.4 ଡିଗ୍ରୀ

ଖୋର୍ଦ୍ଧା:40 ଡିଗ୍ରୀ

ନବରଙ୍ଗପୁର:40 ଡିଗ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟକୁ ଲେଉଟିଛି ତାତି, ସ୍ଥିତି ଆହୁରି ହେବ ସାଙ୍ଘାତିକ - Odisha Weather

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ବେଳେ ପରେ ୨ରୁ ୪ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆସନ୍ତା 48 ଘଣ୍ଟା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବ । ଜିଲ୍ଲାଗୁଡିକ ହେଲା ବଲାଙ୍ଗୀର, ସୋନପୁର, ଝାରସୁଗୁଡା, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି । ସେହିପରି ଅନୁଗୋଳ, କେନ୍ଦୁଝର ନୂଆପଡା ଓ ସୁନ୍ଦରଗଡରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ରହିବ । ଏହାସହ ଉଷ୍ମ ରାତ୍ରିର ଅନୁଭୂତି ହେବାର ସମ୍ଭାବନା ରହିଛି । ସେହିପରି ୩୧ ତାରିଖରେ କିଛି ଜିଲ୍ଲା ଯେପରିକି ଝରୁସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ,ବୌଦ୍ଧ, ସୋନପୁର ,ବଲାଙ୍ଗୀର ନୂଆପଡା ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ରହିବାର ସମ୍ଭାବନା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.