ETV Bharat / state

ଟିଟିଲାଗଡ ପାଲଟିଲା ତତଲାଗଡ଼, ୪୬.୫ ଡିଗ୍ରୀ ସହ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର - Heat Wave Grips Odisha - HEAT WAVE GRIPS ODISHA

IMD Odisha Weather Forecast: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ 46 ଡିଗ୍ରୀ ଟପିଛି ତାପମାତ୍ରା । 46.5 ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ଅଧିକ ପଢ଼ନ୍ତୁ

ଟିଟିଲାଗଡ ପାଲଟିଲା ତତଲାଗଡ଼
ଟିଟିଲାଗଡ ପାଲଟିଲା ତତଲାଗଡ଼ (ETV Bharat Odisha)
author img

By ETV Bharat Odisha Team

Published : May 31, 2024, 9:14 PM IST

ଭୁବନେଶ୍ବର: ଅସହ୍ୟ ତାତି ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସିଜୁଛି ସମ୍ପୂର୍ଣ୍ଣ ଓଡ଼ିଶା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ 46 ଡିଗ୍ରୀ ଟପିଛି ତାପମାତ୍ରା । 46.5 ଡିଗ୍ରୀ ସେଲ୍ସିୟସ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି 4ଟି ସହରର ତାପମାତ୍ରା 46 ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି ।

ଆଜି ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ୪ ସହରରେ ୪୬ ଡିଗ୍ରୀ ତାପମାତ୍ରା ଛୁଇଁଛି । ସେହିପରି ୪ ସହରରେ ୪୫ ଡିଗ୍ରୀ ଉପରେ ତାପମାତ୍ରା ରହିଛି । ଏହାସହ ୧୬ ସହରରେ ୪୦ ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରା ରେକର୍ଡ ହୋଇଛି । ୪୬.୫ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ । ଏହା ପଛକୁ ବଲାଙ୍ଗୀରରେ 46.4 ଡିଗ୍ରୀ, ସୋନପୁରରେ 46.2 ଡିଗ୍ରୀ ଓ ବରଗଡ଼ରେ 46 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ଭବାନୀପାଟଣା ଓ ନୂଆପଡ଼ାରେ 45 ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି ।

ଟିଟିଲାଗଡ ପାଲଟିଲା ତତଲାଗଡ଼
ଟିଟିଲାଗଡ ପାଲଟିଲା ତତଲାଗଡ଼ (IMD)

ଆଜି ବିଭିନ୍ନ ସହରରେ ରେକର୍ଡ କରାଯାଇଥିବା ତାପମାତ୍ରା:

ଟିଟିଲାଗଡ଼: 46.5 ଡିଗ୍ରୀ

ବଲାଙ୍ଗୀର : 46.4 ଡିଗ୍ରୀ

ସୋନପୁର: 46.2 ଡିଗ୍ରୀ

ବରଗଡ଼: 46 ଡିଗ୍ରୀ

ସମ୍ବଲପୁର: 45.2 ଡିଗ୍ରୀ

ଝାରସୁଗୁଡ଼ା: 45 ଡିଗ୍ରୀ

ଭବାନୀପାଟଣା: 45 ଡିଗ୍ରୀ

ନୂଆପଡ଼ା: 45 ଡିଗ୍ରୀ

ହୀରାକୁଦ: 44.7 ଡିଗ୍ରୀ

ବୌଦ୍ଧ: 44 ଡିଗ୍ରୀ

ମାଲକାନଗିରି: 43.7 ଡିଗ୍ରୀ

ଫୁଲବାଣୀ: 43 ଡିଗ୍ରୀ

ସୁନ୍ଦରଗଡ଼: 42 ଡିଗ୍ରୀ

ପାରଳାଖେମୁଣ୍ଡି: 40.5 ଡିଗ୍ରୀ

ନବରଙ୍ଗପୁର: 40.5 ଡିଗ୍ରୀ

ରାୟଗଡ଼ା: 40 ଡିଗ୍ରୀ

ଭୁବନେଶ୍ବର: 34 ଡିଗ୍ରୀ

କଟକ: 35 ଡିଗ୍ରୀ

ପୁରୀ: 34.1 ଡିଗ୍ରୀ

ଅନୁଗୋଳ: 38.7 ଡିଗ୍ରୀ

ବାଲେଶ୍ବର: 31.6 ଡିଗ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ଆହୁରି ୩ ଦିନ କଲବଲ କରିବ ଗ୍ରୀଷ୍ମ ପ୍ରବାହ, ଅରେଞ୍ଜ ଆଲର୍ଟ ଜାରି - Odisha Weather

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଆହୁରି 3 ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବା । କିଛି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ତାତି ରହିବ । ଆସନ୍ତାକାଲି ଅର୍ଥାତ ଜୁନ୍‌ 1 ତାରିଖରେ ହିଟୱାଭ ସହ ୱାର୍ମ ନାଇଟ ରହିବା ସମ୍ଭାବନା ରହିଛି । ଯାହାକୁ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି । ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି ଓ କନ୍ଧମାଳ । ଆସନ୍ତା 2 ତାରିଖରେ ନୂଆପଡା, ବଲାଙ୍ଗୀର, ବୌଦ୍ଧ ଓ ସୋନପୁରକୁ ମଧ୍ୟ ଆର୍ଲଟ ଜାରି କରାଯାଇଛି । ଏହାସହ ଆଗାମୀ 5 ଦିନ ପର୍ଯ୍ୟନ୍ତ ମୁଖ୍ୟତଃ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଓଡ଼ିଶାରେ ୮୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଥିବାରୁ ଅସହ୍ୟ ଗୁଳୁଗୁଳି ଲାଗିରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.