ETV Bharat / state

Rain Alert: ଫିକା ପଡ଼ିବ ଗଣେଶ ପୂଜା ! ପ୍ରବଳ ବର୍ଷାରେ ଭାସିବ ଏସବୁ ଜିଲ୍ଲା, ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ ଜାରି - Odisha Weather Update

author img

By ETV Bharat Odisha Team

Published : Sep 6, 2024, 7:36 PM IST

IMD Odisha Weather: ପ୍ରବଳ ବର୍ଷାରେ ଭିଜିବ ଓଡ଼ିଶା । ଫିକା ପଡ଼ିଯିବ ପୂଜା ମାହୋଲ । ଗଣେଶ ପୂଜା ସହ ଭସାଣୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ଏସବୁ ଜିଲ୍ଲାକୁ ୱାର୍ଣ୍ଣି ଜାରି । ଅଧିକ ପଢ଼ନ୍ତୁ

IMD Odisha Weather
IMD Odisha Weather (ETV Bharat Odisha)

ଭୁବନେଶ୍ବର: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ । ବର୍ତ୍ତମାନ ଲଘୁଚାପ କେନ୍ଦ୍ରୀୟ ଓ ତତ୍‌ସଲଗ୍ନ ଉତ୍ତର ବଙ୍ଗୋପସାଗରରେ ରହିଛି । ଏହା ଧୀରେ ଧୀରେ ଉତ୍ତର ଦିଗକୁ ଗତି କରିବା ସହ ତୀବ୍ର ହୋଇ ୯ ତାରିଖ ପାଖାପାଖି ଅବପାତରେ ପରିଣତ ହେବ । ପରେ ୩ରୁ ୪ ଦିନ ମଧ୍ୟରେ ଏହାର ଗତି ପଶ୍ଚିମ-ଉତ୍ତର ଓ ପଶ୍ଚିମ ଦିଗକୁ ରହିବ । ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ତତ୍‌ସଂଲଗ୍ନ ଉତ୍ତର ଓଡିଶା, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଗତି କରିବ । ଏହା ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ ।

IMD Odisha Weather (ETV Bharat Odisha)

ଆଜି ପାଇଁ ୱାର୍ଣ୍ଣିଂ:

ଆଜି ଦକ୍ଷୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି । ସେହିପରି ବିଜୁଳି ଘଡ଼ଘଡ଼ିକୁ ନେଇ ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଗଣେଶ ପୂଜାରେ ଭିଜିବ ଓଡ଼ିଶା:

ସେହିପରି ଆସନ୍ତାକାଲି ଅର୍ତାତ ୭ ତାରିଖ ଗଣେଶ ପୂଜାରେ ପ୍ରବଳ ବର୍ଷାକୁ ନେଇ ପୁରୀ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି ହୋଇଛି । ସେହିପରି ବିଜୁଳି ଘଡ଼ଘଡ଼ିକୁ ନେଇ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Heavy Rain Alert: ବଙ୍ଗୋପସାଗରରେ ଲଘୁଚାପ, 12 ଜିଲ୍ଲାକୁ ୟେଲୋ ଆଲର୍ଟ - Low Pressure Formed

୮ରେ ଅତି ପ୍ରବଳ ବର୍ଷା:

୮ ତାରିଖ ରବିବାର ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ ୧୨ରୁ ୨୦ ସେମି ବର୍ଷା ପାଇଁ ଅନୁଗୋଳ ଓ ସମ୍ବଲପୁର ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ଅର୍ଥାତ ୭ରୁ ୧୧ ସେମି ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଯାଜପୁର, ଦେବଗଡ଼, ସମ୍ବଲପୁର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...Low Pressure Rain: ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୮ ଜିଲ୍ଲାକୁ ୱେଲୋ ଆଲର୍ଟ - Heavy Rain Alert In Odisha

ଆଗାମୀ ଦିନ ପାଇଁ ୱାର୍ଣ୍ଣିଂ:

୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ ୧୨ରୁ ୨୦ ସେମି ବର୍ଷା ପାଇଁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ଅର୍ଥାତ ୭ରୁ ୧୧ ସେମି ବର୍ଷା ପାଇଁ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଚେତାବନୀ ଜାରିଛି ପାଣିପାଗ ବିଭାଗ । ୧୦ ତାରିଖରେ ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି ହୋଇଛି । ୧୧ ଓ ୧୨ ତାରିଖରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ; ସାହାଯ୍ୟର ହାତ ବଢାଇଲେ ସାଉଥ ସେଲିବ୍ରିଟି, କୋଟିଏ ଟଙ୍କା ସହାୟତା ରାଶି ଦେଲେ Jr NTR - Telangana Andhra Pradesh Heavy Rain

ଏମାନଙ୍କୁ ସତର୍କ ସୂଚନା:

୯ ତାରିଖରୁ ପ୍ରବଳ ବର୍ଷା ସହ ପବନର ବେଗ ବଢିବ । ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କିମି ରହିବ । ସେଥିପାଇଁ ୮, ୯ ଏବଂ ୧୦ ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ଅବପାତଟି ଉତ୍ତର ଓଡିଶା ଦେଇ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ମୁହାଁ ହେବ । ଫଳରେ ଉପର ମହାନଦୀ ଏବଂ ତଳ ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...Eenadu Relief Fund; ଜଳ ପ୍ରଳୟରେ ଉବୁଟୁବୁ ଆନ୍ଧ୍ର-ତେଲେଙ୍ଗାନା; ବନ୍ୟା ପୀଡିତଙ୍କୁ 5 କୋଟି ସହାୟତା ଦେଲା ରାମୋଜୀ ଗ୍ରୁପ୍, ଜନତାଙ୍କୁ ଖୋଲାହସ୍ତରେ ଦାନ ପାଇଁ ଅପିଲ୍ - RAMOJI GROUP FLOOD DONATION

ନିଅଣ୍ଟିଆ ବର୍ଷା:

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୮୫୫.୨ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୧୨ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୯୭୩.୯ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସେପଟେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ହଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ମାଲକାନଗିରି ମାଥିଲିରେ ସର୍ବାଧିକ ୮୨.୦୦ ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.