ETV Bharat / state

Heavy Rain Alert: ବଙ୍ଗୋପସାଗରରେ ଲଘୁଚାପ, 12 ଜିଲ୍ଲାକୁ ୟେଲୋ ଆଲର୍ଟ - Low Pressure Formed

author img

By ETV Bharat Odisha Team

Published : Sep 5, 2024, 2:29 PM IST

Updated : Sep 6, 2024, 7:19 AM IST

Heavy Rain And Thunderstorm Alert To Odisha: ଆଜିଠାରୁ ଓଡ଼ିଶାରେ ବଢିବ ବର୍ଷା ପରିମାଣ । ଯାହାର ପ୍ରଭାବରେ ଗଣେଶ ପୂଜାରେ ଭିଜିବ ଉପକୂଳ ଓ ଦକ୍ଷିଣ ଓଡ଼ିଶା । ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି । କେଉଁସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ, ଆସନ୍ତୁ ଜାଣନ୍ତୁ ।

Heavy Rainfall
Heavy Rainfall (ETV Bharat Odisha)

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ବୁଧବାର ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗତକାଲି ଲଘୁଚାପ ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟରେ ବଢିବ ବର୍ଷା ପରିମାଣ । ଗଣେଶ ପୂଜାରେ ଭିଜିବ ଉପକୂଳ ଓଡ଼ିଶା । ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

Heavy Rain And Thunderstorm Alert To Odisha (ETV Bharat Odisha)

ଆଲର୍ଟରେ ଏସବୁ ଜିଲ୍ଲା:
ଆଜିଠୁ ଘଡଘଡି ବିଜୁଳି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ଏବଂ ବଲାଙ୍ଗିରକୁ ସତର୍କତା ଜାରି ହୋଇଛି । ସେହିପରି ୬ ତାରିଖରେ ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୨ଟି ଜିଲ୍ଲାକୁ ବଜ୍ରପାତ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଗଣେଶ ପୂଜାରେ ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ଅନୁଗୋଳ ଏବଂ ଢେଙ୍କାନାଳକୁ ମଧ୍ୟ ସତର୍କ ସୂଚନା ଜାରି ହୋଇଛି ।ଏହାସହ ରାଜ୍ୟରେ ୭୦ ରୁ ୯୦ ପ୍ରତିଶତ ଆଦ୍ରତାର ପରିମାଣ ରହୁଥିବାରୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଏହା ବି ପଢନ୍ତୁ...Low Pressure Rain: ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୮ ଜିଲ୍ଲାକୁ ୱେଲୋ ଆଲର୍ଟ - Heavy Rain Alert In Odisha

ହା ବି ପଢନ୍ତୁ...OPINION: 'ଗ୍ଲାସିୟର ହ୍ରଦ ସ୍ଖଳନ, ହିମାଳୟ ପାଇଁ ହୋଇପାରେ ବଡ଼ ବିପଦ' - The Glacial Lake Outbursts Risk

ଏହା ବି ପଢନ୍ତୁ...ବର୍ଷାରେ ବେହାଲ୍ ଆନ୍ଧ୍ର-ତେଲେଙ୍ଗାନା: ସହାୟତା ପାଇଁ ଆଗେଇ ଆସିଲେ ସାଉଥ ତାରକା, ଦାନ କଲେ କୋଟି କୋଟି - Actors Donation to Flood Victims

ନିଅଣ୍ଟିଆ ବର୍ଷା :
ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୮୪୨ .୯ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୧୨ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୯୫୨.୫ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଏବଂ ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସେପଟେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାକୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ମାଲକାନଗିରିର ମାଥିଲିରେ ସର୍ବାଧିକ ୪୫.୦୦ ମିମି ବର୍ଷା ରେକର୍ଡ ହୋଇଛି ।

ଏହା ବି ପଢନ୍ତୁ...Eenadu Relief Fund; ଜଳ ପ୍ରଳୟରେ ଉବୁଟୁବୁ ଆନ୍ଧ୍ର-ତେଲେଙ୍ଗାନା; ବନ୍ୟା ପୀଡିତଙ୍କୁ 5 କୋଟି ସହାୟତା ଦେଲା ରାମୋଜୀ ଗ୍ରୁପ୍, ଜନତାଙ୍କୁ ଖୋଲାହସ୍ତରେ ଦାନ ପାଇଁ ଅପିଲ୍ - RAMOJI GROUP FLOOD DONATION

ଏହା ବି ପଢନ୍ତୁ...Heavy Rain: ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ, 25 ମୃତ, 140 ଟ୍ରେନ ବାତିଲ, ସ୍ଲୁଲ-କଲେଜ ଛୁଟି - Telangana Andhra rain

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 6, 2024, 7:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.