ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ବର୍ତ୍ତମାନ ଏହା ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୩ କି.ମି ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଅଧିକ ତୀବ୍ର ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି । ବାତ୍ୟାର ନାଁ ରହିଛି 'ଫେଙ୍ଗାଲ' । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ପବନର ଗତି ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ପୂର୍ବ ଦିଗରୁ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ଫଳରେ ବଙ୍ଗୋପସାଗରରୁ ଆର୍ଦ୍ରତା ଆସୁଥିବା ବେଳେ ରାଜ୍ୟରେ ପାଗ ମେଘୁଆ ସହ ଆହୁରି ୩ ଦିନ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟାରେ ଏହି ଜାଗାରେ ବର୍ଷା:
ଆଞ୍ଚଳିକା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳ ଜିଲ୍ଲା ଗୁଡ଼ିକରେ ବିକ୍ଷିପ୍ତ ଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଅଛି । ଜିଲ୍ଲାର ଗୁଡ଼ିକ ହେଉଛି ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ, ଓଡ଼ିଶାରେ ଆହୁରି ୨ ଦିନ ବର୍ଷା |
ଆହୁରି ୩ ଦିନ ବର୍ଷା:
The Deep Depression over Southwest Bay of Bengal moved north-northwestwards with a speed of 13 kmph during past 6 hours, intensified into a cyclonic storm “FENGAL” [pronounced as FEINJAL] and lay centred at 1430 hours IST of today, the 29th November 2024 over the same region near…
— India Meteorological Department (@Indiametdept) November 29, 2024
ଆସନ୍ତାକାଲି ଓ ଡିସେମ୍ବର ୧ ତାରିଖରେ ୧୬ ଜିଲ୍ଲାରେ ବର୍ଷା ହେବ । ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ଯାଜପୁର, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କଟକ, ନୟାଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ । ସେହିପରି ୨ ତାରିଖରେ ମଧ୍ୟ ୯ ଜିଲ୍ଲାରେ ବର୍ଷା ଲାଗି ରହିବ । ଜିଲ୍ଲା ଗୁଡ଼ିକ ଦେଉଛି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ।
ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ରୂପ ନେଇପାରେ ଗଭୀର ଅବପାତ, ପୁରୀ-ଗଞ୍ଜାମ-ଗଜପତିରେ ବର୍ଷା: IMD ଏହା ମଧ୍ୟ ପଢ଼ନ୍ତୁ...୧୬ ଜିଲ୍ଲାରେ ବର୍ଷିବ, ଆଗାମୀ ୩ ଦିନ ବର୍ଷା ନେଇ IMDର ପୂର୍ବାନୁମାନ |
ଏହି ଜିଲ୍ଲାରେ ରହିବ କୁହୁଡ଼ି:
ସେହିପରି ଆଗାମୀ ୪ରୁ ୫ ଦିନ ପାଇଁ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଗାମୀ ୨୪ ଘଣ୍ଟାରେ ଗୋଟିଏ ୨ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ । ଜିଲ୍ଲା ଗୁଡିକ ହେଉଛି କନ୍ଧମାଳ ଓ କଳାହାଣ୍ଡି । ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ କରାଯାଇଛି । ପାହାଡ଼ିଆ ଅଞ୍ଚଳ ଭାବରେ କୋରାପୁଟରେ ସର୍ବନିମ୍ନ ୯.୪ ଡିଗ୍ରୀ ତାପମାତ୍ରା ରହିଥିଲା । ସେହିପରି ଖୋର୍ଦ୍ଧା, ପାରଳାଖେମୁଣ୍ଡି ଓ ଛତ୍ରପୁରେ ସର୍ବାଧିକ ୩୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ଭୁବନେଶ୍ବରରେ ସର୍ବାଧିକ ୨୮.୦ ଡିଗ୍ରୀ ଓ ସର୍ବନିମ୍ନ ୨୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କଟକରେ ସର୍ବାଧିକ ୨୬.୮ ଡିଗ୍ରୀ ଓ ସର୍ବନିମ୍ନ ୧୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର