ETV Bharat / state

Low Pressure Rain: ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୮ ଜିଲ୍ଲାକୁ ୱେଲୋ ଆଲର୍ଟ - Heavy Rain Alert In Odisha

author img

By ETV Bharat Odisha Team

Published : Sep 4, 2024, 9:20 PM IST

Updated : Sep 5, 2024, 11:35 AM IST

Odisha Heavy Rain Alert: ବର୍ଷାରେ ଭିଜିବ ଗଣେଶ ପୂଜା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳଶ ବର୍ଷା ସମ୍ଭାବନା । ଆଜିଠାରୁ ବର୍ଷା ହେବାକୁ ଥିବା ବେଳେ, ଏହା ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅଧିକ ପଢ଼ନ୍ତୁ

Odisha Heavy Rain Alert:
Odisha Heavy Rain Alert (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ଉପରେ ଆଉ ଏକ ଲଘୁଚାପ । ଗଣେଶ ପୂଜାରେ ଭିଜିବ ଉପକୂଳ ଓଡ଼ିଶା । ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ଆଜିଠାରୁ(ଗୁରୁବାର) ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୧୮ ଜିଲ୍ଲା ପାଇଁ ଜାରି ହୋଇଛି ୱେଲୋ ୱାର୍ଣ୍ଣିଂ ।

Odisha Heavy Rain Alert: (ETV Bharat Odisha)

ଆଗାମୀ ଦିନ ପାଇଁ ଚେତାବନୀ:

ଆଜି ଘଡଘଡି ବିଜୁଳି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ଏବଂ ବଲାଙ୍ଗୀରକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେହିପରି ୬ ତାରିଖରେ ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା । ୧୨ଟି ଜିଲ୍ଲକୁ ବଜ୍ରପାତ ବର୍ଷା ନେଇ ୟେଲୋ ଆଲର୍ଟ ଜାରି । ଗଣେଶ ପୂଜାରେ ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ଅନୁଗୁଳ ଏବଂ ଢେଙ୍କାନାଳକୁ ସତର୍କତା ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...LOW PRESSURE RAIN; 5ରୁ ରାଜ୍ୟରେ ବଢିବ ବର୍ଷା, ଦାନା ବାନ୍ଧୁଛି ଲଘୁଚାପ ! 6 ଜିଲ୍ଲାରେ ପ୍ରବଳ କାଚିବ - HEAVY RAIN IN ODISHA

ଏହା ମଧ୍ୟ ପଢ଼ନ୍ତୁ...ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ; ସାହାଯ୍ୟର ହାତ ବଢାଇଲେ ସାଉଥ ସେଲିବ୍ରିଟି, କୋଟିଏ ଟଙ୍କା ସହାୟତା ରାଶି ଦେଲେ Jr NTR - Telangana Andhra Pradesh Heavy Rain

Odisha Heavy Rain Alert:
Odisha Heavy Rain Alert: (ETV Bharat Odisha)

ନିଅଣ୍ଟିଆ ବର୍ଷା :
ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୮୪୨ .୯ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୧୨ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୯୫୨.୫ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସେପଟେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାକୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ମାଲକାନଗିରିର ମାଥିଲିରେ ସର୍ବାଧିକ ୪୫.୦୦ ମିମି ବର୍ଷା ରେକର୍ଡ଼ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...Heavy Rain: ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ, 25 ମୃତ, 140 ଟ୍ରେନ ବାତିଲ, ସ୍ଲୁଲ-କଲେଜ ଛୁଟି - Telangana Andhra rain

ଏହା ମଧ୍ୟ ପଢ଼ନ୍ତୁ....Rains Havoc: ଆନ୍ଧ୍ରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ, 10 ମୃତ: ରେଡ୍ ଆଲର୍ଟରେ ତେଲେଙ୍ଗାନାର ବିଭିନ୍ନ ଜିଲ୍ଲା - Andhra Pradesh And Telangana Rains

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 5, 2024, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.