ETV Bharat / state

୩ ଦିନ ପର୍ଯ୍ୟନ୍ତ ଜାରି ରହିବ ହିଟୱେଭ, ଉପକୂଳରେ ଲାଗି ରହିବ ଗୁଳୁଗୁଳି - HEATWAVE IN ODISHA - HEATWAVE IN ODISHA

ODISHA WEATHER UPDATE: ରାଜ୍ୟରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୨୪ ଘଣ୍ଟାରେ ୧୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ଅଧିକ ପଢନ୍ତୁ

ODISHA WEATHER UPDATE
ODISHA WEATHER UPDATE (ETV Bharat Odisha)
author img

By ETV Bharat Odisha Team

Published : Jun 1, 2024, 11:02 PM IST

ଭୁବନେଶ୍ବର: ରାଜ୍ୟରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ହିଟୱେଭ ବା ଗ୍ରୀଷ୍ମ ପ୍ରବାହ । ଆଭ୍ୟନ୍ତରୀଣରେ ତାତି ସହ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ଆଗକୁ ଆହୁରି ୨ ଦିନ ଯାଇ ଗ୍ରୀଷ୍ମ ପ୍ରବାହ ଓ ଉଷ୍ମ ରାତିର ଅନୁଭୂତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଗାମୀ ୫ ଦିନ ଯାଏ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ODISHA WEATHER UPDATE (ETV Bharat Odisha)

ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡିରେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ଅରେଞ୍ଜ ବର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଉଷ୍ମ ରାତିର ସ୍ଥିତି ପାଇଁ ସମ୍ବଲପୁର, କଳାହାଣ୍ଡି , କନ୍ଧମାଳ ଓ ବଲାଙ୍ଗିରରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡ଼ିଶାରେ ୮୦ ପ୍ରତିଶତରୁ ଅଧିକ ଆଦ୍ରତା ରହୁଥିବାରୁ ଅସହ୍ୟ ଗୁଳୁଗୁଳି ଲାଗି ରହିଛି ।ଏଥିପାଇଁ ଉଷ୍ମ ଦିନ ଓ ଉଷ୍ମ ରାତି ସ୍ଥିତି ରାଜ୍ୟରେ ତିନିଦିନ ଯାଏ ଲାଗି ରହିବ । ଏହାସହ ୩ ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ଆକଳନ କରିଛି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ଟି ସହରରେ ୪୫ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ୪୬.୫ ଡିଗ୍ରୀ ତାପମାତ୍ରା ଟିଟିଲାଗଡରେ ରେକର୍ଡ ହୋଇଛି । ସେହିପରି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ବାଲେଶ୍ୱରର ଭୋଗରାଇରେ ସର୍ବାଧିକ ୬୪.୦୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ .....ଆହୁରି ୩ ଦିନ କଲବଲ କରିବ ଗ୍ରୀଷ୍ମ ପ୍ରବାହ, ଅରେଞ୍ଜ ଆଲର୍ଟ ଜାରି - Odisha Weather

ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିବା ବେଳେ ଏହା ଉତ୍ତର-ପୂର୍ବ ଅଞ୍ଚଳ ଆଡକୁ ମୁହାଁଇଛି । ତଥ୍ୟ ଅନୁସାରେ ଗତ ୨୦୨୦ ମସିହାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୧ ଜୁନରେ ପ୍ରବେଶ କରିଥିବା ବେଳେ ୨୦୨୧ରେ ୩ ଜୁନ୍, ୨୦୨୨ରେ ୨୯ ମେ ଏବଂ ୨୦୨୩ ରେ ଜୁନ ୮ ତାରିଖରେ ଛୁଇଁଥିବା ବେଳେ ଚଳିତବର୍ଷ ସ୍ବାଭାବିକ ତାରିଖ ୧ ଜୁନର ଦୁଇ ଦିନ ଆଗରୁ କେରଳ ମଧ୍ୟକୁ ପ୍ରବେଶ କରିଛି ମୌସୁମୀ ବାୟୁ । ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ଠାରୁ ଅଧିକ ବର୍ଷିବ । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ମାସରେ ସ୍ବାଭାବିକ ବର୍ଷା ହେବ, କିନ୍ତୁ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ପୂରା ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ଏବଂ ପାଣିପାଗ ବିଶେଷଜ୍ଞ ।

ଇଟିଭି ଭାରତ,ଭୁବନେଶ୍ବ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.