ETV Bharat / state

ଆହୁରି ୩ ଦିନ କଲବଲ କରିବ ଗ୍ରୀଷ୍ମ ପ୍ରବାହ, ଅରେଞ୍ଜ ଆଲର୍ଟ ଜାରି - Odisha Weather

Odisha Weather Update: ରାଜ୍ୟରେ ବଢ଼ୁଛି ତାତି । ଆଗାମୀ ୩ ଦିନ ଯାଏ ହିଟୱେଭ ଜାରି ରହିବ । ଆସନ୍ତାକାଲି ପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆର୍ଲଟ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 31, 2024, 6:31 PM IST

ଆହୁରି ୩ ଦିନ କଲବଲ କରିବ ଗ୍ରୀଷ୍ମ ପ୍ରବାହ
ଆହୁରି ୩ ଦିନ କଲବଲ କରିବ ଗ୍ରୀଷ୍ମ ପ୍ରବାହ (ETV Bharat Odisha)

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ଆଗାମୀ ୩ ଦିନ ଯାଏ ହିଟୱେଭ ବା ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଭ୍ୟନ୍ତରୀଣରେ ତାତି ସହ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ତେଣୁ ଗ୍ରୀଷ୍ମ ପ୍ରବାହ ପାଇଁ ପିକ୍ ସମୟରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଆଗାମୀ 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ । କଛି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ତାତି ରହିବ । ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି । ସେହିପରି ଆସନ୍ତାକାଲି ଅର୍ଥାତ ଜୁନ୍‌ 1 ତାରିଖରେ ହିଟୱାଭ ସହ ୱାର୍ମ ନାଇଟ ରହିବା ସମ୍ଭାବନା ରହିଛି । ଯାହାକୁ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଲା ନୂଆପଡ଼ା, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି ଓ କନ୍ଧମାଳ ।

ସେହିପରି ଆସନ୍ତା 2 ତାରିଖରେ ନୂଆପଡା, ବଲାଙ୍ଗୀର, ବୌଦ୍ଧ ଓ ସୋନପୁରକୁ ମଧ୍ୟ ଆର୍ଲଟ ଜାରି କରାଯାଇଛି । ଏହାସହ ଆଗାମୀ 5 ଦିନ ପର୍ଯ୍ୟନ୍ତ ମୁଖ୍ୟତଃ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଓଡ଼ିଶାରେ ୮୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଥିବାରୁ ଅସହ୍ୟ ଗୁଳୁଗୁଳି ଲାଗିରହିଛି । ଏଥିପାଇଁ ଉଷ୍ମ ଓ ସ୍ଥିତି ରାଜ୍ୟରେ 3 ଦିନ ପର୍ଯ୍ୟନ୍ତ ଲାଗିରହିବ । ଏହାସହ ୩ ଦିନ ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ୧ ପରେ ବର୍ଷା କମିବା ସହ କାଁଭାଁ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପଟେ ଆସନ୍ତାକାଲି ରାଜ୍ୟରେ ଶେଷ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଉତ୍ତର ଉପକୂଳ ଓଡ଼ିଶାରେ ହେବ । ଏହି ଅଞ୍ଚଳରେ ଯଦିଓ ଖରା ଓ ଗରମ କମ୍‌ ରହିବ, କିନ୍ତୁ ପ୍ରଚଣ୍ଡ ଗୁଳୁଗୁଳି ରହିବାର ସମ୍ଭାବନା ଥିବା ଆକଳନ କରିଛି ବିଭାଗ । ତେଣୁ ସତର୍କତାର ସହ ଭୋଟ ଦେବାକୁ ଓ ନିଜର କାର୍ଯ୍ୟ ସମ୍ପାଦନା କରିବାକୁ ପରାମର୍ଶ ଦେଇଛି ବିଭାଗ । ଏହାସହ ଅସହ୍ୟ ଗୁଳୁଗୁଳି ଯୋଗୁ ଜନଜୀବନ ସନ୍ତୁଳି ହେଉଥିବା ବେଳେ କେତେକ ସ୍ଥାନରେ ଏନେଇ ଲୋକମାନେ ଅସୁସ୍ଥ ଅନୁଭବ କରୁଥିବା ବେଳେ ସତର୍କତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକୀୟ ସଚେତନତା ସହ ରହି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...୨୪ ଘଣ୍ଟାରେ ୩୫ ଅସ୍ବାଭାବିକ ମୃତ୍ୟୁ ! ସତର୍କ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ, 9 ଜିଲ୍ଲାକୁ ହିଟ୍‌ୱେଭ୍ ଓ୍ୱାର୍ଣ୍ଣିଂ - Suspected Heat Wave Death

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ଟି ସହରରେ ୪୫ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୭.୦୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ଗଞ୍ଜାମର ବେଲଗୁଣ୍ଠାରେ ସର୍ବାଧିକ ୪୩.୩ ମିମି ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.