ETV Bharat / state

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବେଆଇନ ପାର୍କିଂ ! ଟ୍ରାଫିକ ସମସ୍ୟା ସମାଧାନ ଦାବି - ବେଆଇନ ପାର୍କିଂ

Illegal Parking: ଟ୍ରାଫିକ ଭିଡ଼ ଯୋଗୁ କଲବଲ ହେଉଛନ୍ତି ପର୍ଯ୍ୟଟକ ଓ ପୁରୀ ବାସିନ୍ଦା । ଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ନୋ ପାର୍କିଂ ଜୋନ୍ ଘୋଷଣା ପାଇଁ ଦାବି ଜୋର ଧରିଛି । ଅଧିକ ପଢନ୍ତୁ

Illegal Parking
Illegal Parking
author img

By ETV Bharat Odisha Team

Published : Mar 6, 2024, 10:30 PM IST

Illegal Parking

ପୁରୀ: ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବେଆଇନ ପାର୍କିଂ ଅଭିଯୋଗ । ଟ୍ରାଫିକ ଭିଡ଼ ଯୋଗୁ କଲବଲ ହେଉଛନ୍ତି ପର୍ଯ୍ୟଟକ ଓ ପୁରୀ ବାସିନ୍ଦା । ଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ନୋ ପାର୍କିଂ ଜୋନ୍ ଘୋଷଣା ପାଇଁ ଦାବି ଜୋର ଧରିଛି । ମହାପ୍ରଭୁଙ୍କ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନା ଏବେ ଟ୍ୟାକ୍ସି , ଅଟୋ, ବସ ମାଲିକଙ୍କ କବଜାରେ ଥିବା ଅଭିଯୋଗ ହୋଇଛି । ବେଆଇନ ଭାବେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ରେ ଗାଡ଼ି ପାର୍କିଂ ହେଉଥିବାରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖ ସଙ୍କୁଚିତ ହୋଇ ପଡିଛି । ଫଳରେ ଭକ୍ତ ମାନେ ଠିକ ଭାବେ ବୁଲାବୁଲି କରିପାରୁନାହାନ୍ତି। ବେଆଇନ ପାର୍କିଂ ଯୋଗୁ ଟ୍ରାଫିକ ଜାମ୍ ହୋଇ ପ୍ରତିଦିନ ଦୁର୍ଘଟଣା ମଧ୍ଯ ଘଟୁଛି। ହେଲେ ସବୁ ଜାଣିବି ପୋଲିସ, ପ୍ରଶାସନ ଚୁପ୍ ରହିବା ଘଟଣାକୁ ନେଇ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରତିଦିନ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ସମ୍ମୁଖ ବଡ଼ଦାଣ୍ଡରେ ଶହ ଶହ କାର ଓ ଅଟୋ ପାର୍କିଂ ହେଉଛି । ସମାନ ଅବସ୍ଥା ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚଠାରୁ ବଡ଼ଶଙ୍ଖ ବଜାର ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି । ଏଠାରେ ବି ବଡ଼ଦାଣ୍ଡ ଉପରେ ଶହ ଶହ ବସ୍ ପାର୍କିଂ ହେଉଛି ।

ଯାହାଦ୍ବାରା ବଡ଼ଦାଣ୍ଡରେ ଭିଡ଼କୁ ବଢୁଥିବାବେଳେ ଏହାକୁ ହ୍ରାସ ପାଇଁ ଦାବି ଜୋର୍ ଧରିଛି । ପ୍ରତିଦିନ ଏଠାରେ ଅସମ୍ଭାଳ ଭିଡ଼ ହେବା ସହ ଟ୍ରାଫିକ୍ ସମସ୍ୟା ଉପୁଜୁଛି । ଲୋକେ ଯାତାୟତ ବେଳେ ଯନ୍ତ୍ରଣା ଭୋଗୁଛନ୍ତି ଓ ଦୁର୍ଘଟଣାର ଶିକାର ହେଉଛନ୍ତି। ସେପଟେ ଉଠାଦୋକାନୀ ମଧ୍ଯ ରାସ୍ତା ଉପରେ ବସି ଟ୍ରାଫିକ ସମସ୍ୟାକୁ ଦ୍ଵିଗୁଣିତ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋିଛି । ଏତେ ସମସ୍ୟା ସତ୍ତ୍ୱେ ପୁରୀ ଆଞ୍ଚଳିକ ପରିବହନ ବିଭାଗ ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । ଏହି ଅବ୍ୟବସ୍ଥା ପାଇଁ ବରିଷ୍ଠ ନାଗରିକମାନେ ବାରମ୍ବାର ଦୁର୍ଘଟଣାର ଶିକାର ହେବା ପରେ ପୁରୀ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବରିଷ୍ଠ ନାଗରିକ ମଞ୍ଚ ପୁରୀ ଏସ୍‌ପିଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିବା ସହ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଅଞ୍ଚଳକୁ ନୋ ପାକିଂ ଜୋନ୍ ଘୋଷଣା କରିବାକୁ ଦାବି କରିଛି ।

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶର ତଦନ୍ତ କରୁଛି ପୋଲିସ, ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ବୁଦ୍ଧିଜୀବୀ ଅସନ୍ତୋଷ

ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ସ୍ଥାନ ସମ୍ପୂର୍ଣ୍ଣ ଖାଲି ରହୁଥିଲା । କିଛି ମାସ ହେବ ଏଠାରେ ଶହ ଶହ କାର୍ ପାର୍କିଂ ହେଉଛି। ଅଟୋ ବି ଏକାଧିକ ଧାଡ଼ିରେ ପାର୍କିଂ ହେଉଛି। କାର୍ ଓ ଅଟୋ ପରେ ଉଠା ଦୋକାନୀମାନେ ରାସ୍ତା ଉପରେ ବେପାର କରୁଛନ୍ତି । ଏଣୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଯେଉଁ ପ୍ରଶସ୍ତ ଜାଗା ରହିଥିଲା, ତାହା ସଂକୁଚିତ ହେବା ସହ ଲୋକେ ଯାତାୟତରେ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି । ଏଣୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଅଞ୍ଚଳକୁ ନୋ ପାକିଂ ଜୋନ୍ ଘୋଷଣା କରି ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କ ଜୀବନକୁ ସୁରକ୍ଷିତ କରିବାକୁ ବରିଷ୍ଠ ନାଗରିକ ମଞ୍ଚ ଦାବି କରିଛି । ମଞ୍ଚ ତରଫରୁ ସଭାପତି ବୀରେନ୍ଦ୍ର ଭୂଷଣ ହୋତା, ଉପସଭାପତି ଦୁର୍ଗାମାଧବ ମହାପାତ୍ରଙ୍କ ସହ ଅନ୍ୟ ସବୁ କର୍ମକର୍ତ୍ତା ପୁରୀ ଏସ୍‌ପିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.