ରାୟଗଡ଼ା: ପାରିବାରିକ କହଳକୁ ନେଇ ତୁମୁଳକାଣ୍ଡ । ସ୍ୱାମୀଙ୍କ ଛୁରାମାଡ଼ରେ ସ୍ତ୍ରୀ ଗୁରୁତର । ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କଲେ ପରିବାର ଲୋକେ । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ସହର ନଦି ସାହିରେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଥିବାବେଳେ ସ୍ୱାମୀ ଫେରାର ଥିବା ଜଣାପଡ଼ିଛି ।
ଅଭିଯୋଗ ଅନୁସାର କୌଣସି ପାରିବାରିକ କଳହ କାରଣରୁ ସ୍ୱାମୀ ପ୍ରଦୀପ ବେହେରା ଓ ସ୍ତ୍ରୀ ବାସନ୍ତୀଙ୍କ ମଧ୍ୟରେ ପାରିବାରିକ ଝଗଡ଼ା ଲାଗି ରହିଥିଲା । ଆଜି ଉଭୟଙ୍କ ଭିତରେ ଘରେ ଝଗଡ଼ା କରି ଉଗ୍ରରୂପ ନେବାପରେ ଦୂଆରେ ଆସି ପୁଣି ପାଟିତୁଣ୍ଡ ହୋଇଥିଲେ । ଏତିକି ବେଳେ ସ୍ୱାମୀ ପ୍ରଦୀପ ଉତ୍ତ୍ୟକ୍ତ ହୋଇ ବାସନ୍ତୀଙ୍କୁ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ବାସନ୍ତୀଙ୍କ ପେଟରେ ଓ ଦୁଇଟି ହାତରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାସନ୍ତୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏହି ଘଟଣାର ଖବର ପାଇ ରାୟଗଡା ଥାନା ପୋଲିସ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ବାସନ୍ତୀର ବୟାନ ରେକର୍ଡ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ଡାକ୍ତରଙ୍କ ସୂଚନା ଅନୁଯାୟୀ ବାସନ୍ତୀଙ୍କ ଅବସ୍ଥା ଗୁରୁତର ରହିଛି । ଛୁରା ମାଡ଼ ଯୋଗୁଁ ପେଟରେ ଗଭୀର ଆଘାତ ଲାଗିଛି । ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଛି । ବର୍ତ୍ତମାନ ତାଙ୍କୁ ଡାକ୍ତରଙ୍କ ନଜରରେ ରଖାଯାଇଛି । ଦରକାର ପଡ଼ିଲେ କୌଣସି ମେଡିକାଲ କଲେଜକୁ ସ୍ଥାନାନ୍ତରଣ କରାଯିବ ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାଥିବା ବେଳେ ସ୍ଵାମୀ ପ୍ରଦୀପ ବେହେରା ଫେରାର ହୋଇଯାଇଛି ।
ଏହା ମଧ୍ୟ ପଢନ୍ତୁ.....ପୂର୍ବ ଶତୃତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ୩ ଗୁରୁତର
ଏହା ମଧ୍ୟ ପଢନ୍ତୁ ...ସୁନ୍ଦରପଦାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ସିସିଟିଭିରେ ଦୃଶ୍ୟ କଏଦ
ତେବେ ବାସନ୍ତୀଙ୍କ ଯାଆ ମିନାକ୍ଷୀ ବେହେରା କହିଛନ୍ତି ," ପାରିବାରିକ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା । ବାସନ୍ତୀ ଜଣେ ସମ୍ପର୍କୀୟଙ୍କ ଘରୁ ଆସୁଥିବା ସମୟରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ପୁଣି କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ପ୍ରଦୀପ, ବାସନ୍ତୀଙ୍କୁ ଛୁରାରେ ଆକ୍ରମଣ କରି ଫେରା ହୋଇଯାଇଛି । "
ଇଟିଭି ଭାରତ, ରାୟଗଡ଼ା