ETV Bharat / state

ଶୁଣିଲେନି ସରକାର, ଭୋଟ ଦେବନି ରାମଚନ୍ଦ୍ରପୁର ! - Ramchandrapur Sahi boycott vote

author img

By ETV Bharat Odisha Team

Published : Mar 22, 2024, 3:02 PM IST

Problems in Ramchandrapur Sahi: ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ମୟୂରଭଞ୍ଜର ରାମଚନ୍ଦ୍ରପୁର ସାହି । ସ୍ୱତନ୍ତ୍ର ରାଜସ୍ୱ ଗ୍ରାମର ମାନ୍ୟତା ନମିଳିଲେ ଭୋଟ ବର୍ଜନ ଚେତାବନୀ । ଦେଖନ୍ତୁ ଏହି ରିପୋର୍ଟ ।

Problems in Ramchandrapur Sah
Problems in Ramchandrapur Sah
Problems in Ramchandrapur Sah

ରାଇରଙ୍ଗପୁର: ଗ୍ରାମାଞ୍ଚଳ ଗୁଡିକର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । କିନ୍ତୁ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଗ୍ରାମାଞ୍ଚଳ ଗୁଡିକରେ ପହଞ୍ଚି ପାରୁନାହିଁ । ଏପରିକି ରାଜସ୍ୱ ଗ୍ରାମର ମାନ୍ୟତା ପାଇବା ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ତାହା ପୂରଣ ହୋଇପାରୁନାହିଁ । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି ଗାଁ ଲୋକେ। ଏବେବି ଏପରି କିଛି ପଡ଼ାଗ୍ରାମ ରହିଛି ଯେଉଁଠି ଶତାଧିକ ପରିବାର ବିଭିନ୍ନ ସମସ୍ୟା ମଧ୍ୟରେ ଜୀବନଯାପନ କରୁଛନ୍ତି । ଦୀର୍ଘ ବର୍ଷରୁ ରାଜସ୍ବ ଗ୍ରାମ ଦାବୀ ପୂରଣ ନ ହେବାରୁ ଶେଷରେ ବାଧ୍ୟ ହୋଇ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ସାହିବାସୀ ।

ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଖନ୍ତ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖନ୍ତ ଗାଁର ପଡାଗ୍ରାମ ରାମଚନ୍ଦ୍ରପୁର ସାହି ସାରସକଣା ନିର୍ବାଚନ ମଣ୍ଡଳୀରେ ପଡୁଥିବା ବେଳେ ଉକ୍ତ ସାହିରେ ୧୧ ନଂ ଓ ୧୨ ନଂ ଦୁଇଟି ୱାର୍ଡ଼ ରହିଛି । ଆଉମଧ୍ୟ ଏହି ସାହିରେ ପାଖାପାଖି ୩୦୦ରୁ ଘର ରହିଥିବା ବେଳେ ସେଠାକାର ଭୋଟର ସଂଖ୍ୟା ହେଉଛି ୧୫୦୦ରୁ ଅଧିକ । ତେବେ ଦୀର୍ଘ ବର୍ଷ ବିଭିନ୍ନ ସମସ୍ୟା ଘେରରେ ରହିଛନ୍ତି ରାମଚନ୍ଦ୍ରପୁର ବାସିନ୍ଦା ।

ସାହିରେ ଗୋଟିଏ ମାତ୍ର ଛୋଟିଆ ସୋଲାର ଚାଳିତ ପାଣି ଟାଙ୍କି ଥିବାରୁ ବିଶୁଦ୍ଧ ପାନୀୟ ଜଳ ସାହି ବାସିନ୍ଦାଙ୍କ ପାଇଁ ନିଅଣ୍ଟ ହେଉଛି । ତେଣୁ ପାନୀୟ ଜଳ ପାଇଁ ସାହିରେ ବସୁଧା ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି । ସେହିପରି ରାଇରଙ୍ଗପୁର - ବାରିପଦା ମୁଖ୍ୟ ରାଜ୍ୟ ରାଜପଥରୁ ୫୦୦ ମିଟର ଦୂରରେ ରହିଛି ରାମଚନ୍ଦ୍ରପୁର ସାହି । ହେଲେ ମୁଖ୍ୟ ରାଜ୍ୟ ରାଜପଥରୁ ସାହିକୁ ଯିବା ଆସିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ । ସାହିକୁ ଚାରି ଚକିଆ କିମ୍ବା ଆମ୍ବୁଲାନ୍ସ ଆସିବାକୁ ହେଲେ ଚାରି ପାଞ୍ଚ କିଲୋମିଟର ବୁଲି ବୁଲି ଆସିବାକୁ ପଡୁଛି । ଫଳରେ ଗୁରୁତର ଅସୁସ୍ଥ ରୋଗୀ ତଥା ଗର୍ଭବତୀ ମହିଳାଙ୍କ ଜୀବନ ପ୍ରତି ବିପଦ ରହୁଛି ।

ଏହାମଧ୍ୟ ପଢନ୍ତୁ.. ପ୍ରତିଶ୍ରୁତି ଦେଇ ଭୁଲିଗଲେ ନେତା, ହକ୍ ନମିଳିଲେ ଭୋଟ ବର୍ଜନ ଚେତାବନୀ ଦେଲେ ମହିଳା

ଗ୍ରାମରେ ଥିବା ଏକମାତ୍ର ଅଙ୍ଗନବାଡ଼ି କେନ୍ଦ୍ରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ସାହିରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ଗାଁ ମଶାଣିକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ । ଗ୍ରାମ ପୋଖରୀର ଉନ୍ନତିକରଣ ମଧ୍ୟ କରା ଯାଇନାହିଁ । ବିଶେଷ କରି ଅସରାଏ ବର୍ଷା ହେଲେ ସାହି ବାସିନ୍ଦାଙ୍କ ଦୁଃଖ ବଢିଯାଏ । କାଦୁଅ ପଚପଚ ସହିତ ରାସ୍ତାରେ ଆଣ୍ଠୁଏ ପାଣିରେ ସ୍କୁଲ ଯିବା ଆସିବା କରିଥାନ୍ତି ଛାତ୍ରଛାତ୍ରୀ । ଏପରିକି ସେମାନଙ୍କୁ ବିଭିନ୍ନ ଯୋଜନାରୁ ଅଣଦେଖା କରା ଯାଉଥିବାର ଅଭିଯୋଗ କରିଛନ୍ତି ସାହି ବାସିନ୍ଦା । ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହି ଆସୁଥିଲେ ମଧ୍ୟ ଜନପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି କୌଣସି ଦେଉନଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା ।

ଅନ୍ୟପଟେ ରାମଚନ୍ଦ୍ରପୁର ସାହି ବାସିନ୍ଦାମାନେ ୧୯୯୫ ମସିହାରୁ ଉକ୍ତ ସାହିକୁ ସ୍ବତନ୍ତ୍ର ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇପାରିନାହିଁ । ମୟୂରଭଞ୍ଜ ଜିଲ୍ଲାପାଳ, ରାଇରଙ୍ଗପୁର ଉପଜିଲ୍ଲାପାଳ, ବିଜାତଳା ବ୍ଲକ ବିଡ଼ିଓ, ବିଜାତଳା ତହସିଲର ତହସିଲଦାରଙ୍କୁ ବିଭିନ୍ନ ସମୟରେ ଭେଟି ସାହି ସମ୍ବନ୍ଧୀୟ ସମସ୍ୟାର ସମାଧାନ ଓ ରାଜସ୍ବ ଗ୍ରାମ ଦାବି ଜଣାଇ ଆସୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଗତ ୨୦୨୩ ଜାନୁଆରୀ ମାସ ୨୫ ତାରିଖ ଦିନ ଡିମାର୍ଗେସନ ପାଇଁ BCP ନୋଟିସ ଆସିଥିଲେ ମଧ୍ୟ ତାହା ମଧ୍ୟ ଅଧାପନ୍ତରିଆ ରହି ଯାଇଥିବା କହିଛନ୍ତି ସାହିବାସୀ । ତେବେ ସାହିରେ ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ ଓ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ସାହିବାସୀ । ଆଉମଧ୍ୟ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.