ETV Bharat / state

4 ଦଫା ଦାବିରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

Human Rights Protection Forum Stage Protest: ବ୍ରହ୍ମପୁର ସହରରେ ନିୟମିତ ପାନୀୟ ଜଳ ଯୋଗାଣ ସହିତ ବର୍ଦ୍ଧିତ ଘର ଟିକସ ଛାଡ ଭଳି ୪ ଦଫା ଦାବିରେ ମାନବ ଅଧିକାର ସୁରକ୍ଷା ମଞ୍ଚର ପ୍ରତିବାଦ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 14, 2024, 8:11 AM IST

ବିଭିନ୍ନ ଦାବି ନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ମାନବ ଅଧିକାର ସୁରକ୍ଷା ମଞ୍ଚ

ବ୍ରହ୍ମପୁର: ନିୟମିତ ପିଇବା ପାଣି ଯୋଗାଣ, ବର୍ଦ୍ଧିତ ଘର ଟିକସ ଛାଡ଼ ସମେତ ଚାରି ଦଫା ଦାବି ନେଇ ବ୍ରହ୍ମପୁରରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ଏମକେସିଜି ମେଡିକାଲ କଲେଜରେ ରହିଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଦାବି କରିଛି ମଞ୍ଚ । ମୁଖ୍ୟତଃ ବ୍ରହ୍ମପୁର ସହରକୁ ୨୪ ଘଣ୍ଟା ପିଇବା ପାଣି ଯୋଗାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସହରର ଅଧିକାଂଶ ଅଞ୍ଚଳରେ ସପ୍ତାହ ସପ୍ତାହ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ଯାହାଫଳରେ ଲୋକେ ପାଣି ପାଇବା ବହୁ ହନ୍ତସନ୍ତ ହେଉଥିବା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି ।

ସେପଟେ କୋଭିଡ ସମୟରେ ସରକାରଙ୍କ ପକ୍ଷରୁ ରାଜ୍ୟରେ ନିଗମ କାଉନସିଲ ନଥିବା ବେଳେ ବ୍ରହ୍ମପୁର, କଟକ, ଭୁବନେଶ୍ୱର ୩ଟି ମହାନଗର ନିଗମରେ ଏକକାଳୀନ ଘର ଟିକସ ବୃଦ୍ଧି କରାଯାଇଥିଲା । ଏହାପରେ ଲୋକଙ୍କ ପ୍ରତିକ୍ରିୟା ପରେ କଟକ, ଭୁବନେଶ୍ୱରରେ ବର୍ଦ୍ଧିତ ଟିକସକୁ ସରକାର ପ୍ରତ୍ୟାହାର କରିଥିବା ବେଳେ ବ୍ରହ୍ମପୁରରେ ବଳପୂର୍ବକ ଭାବେ ବର୍ଦ୍ଧିତ ଟିକସ ସଂଗ୍ରହ ଚାଲିଛି । ରାଜ୍ୟ ସରକାରଙ୍କ ଏଭଳି ପାତରଅନ୍ତର ନୀତିକୁ ଦୃଢ଼ ସମାଲୋଚନା କରାଯିବା ସହ ଓଡିଶାର କୌଣସି ମେଡିକାଲରେ ପାର୍କିଂ ଫି ଆଦାୟ ନଥିବା ବେଳେ ଏମକେସିଜି ମେଡିକାଲ ପରିସରରେ ବଳପୂର୍ବକ ଭାବେ କାହିଁକି ପାର୍କିଂ ଫି ଆଦାୟ କରାଯାଉଛି ବୋଲି ପ୍ରଶ୍ନ କରିଛି ମଞ୍ଚ ।

ସେହପିର ସୁରକ୍ଷା ନାଁରେ କୋଟି କୋଟି ଟଙ୍କା ବ୍ୟୟରେ ସିସିଟିଭି କ୍ୟାମେରା ଓ ସିକ୍ୟୁରିଟି ଗାର୍ଡ ମୁତୟନ କରି ପୁଣି ପାର୍କିଂ ଫି ଆଦାୟ ପଛରେ କେଉଁମାନଙ୍କର ସ୍ୱାର୍ଥ ରହିଛି ବୋଲି ମଞ୍ଚର କର୍ମକର୍ତ୍ତା ପ୍ରଶ୍ନ କରିଛନ୍ତି । ଏମକେସିଜି ମେଡିକାଲରେ ରୋଗୀଙ୍କୁ ଅତିଶୀଘ୍ର ହସ୍ପିଟାଲରେ ପହଞ୍ଚିବା ପାଇଁ ନୂତନ ବସଷ୍ଟାଣ୍ଡ ସମ୍ମୁଖରେ ରହିଥିବା ମେଡିକାଲର ଦ୍ୱିତୀୟ ଗେଟ ନିର୍ମାଣ କରାଯାଇଥିଲା । ହେଲେ ୫୦ ଲକ୍ଷ ଟଙ୍କାରେ ନିର୍ମିତ ଉକ୍ତ ଫାଟକକୁ ଖୋଲା ଯାଉନାହିଁ । ଯାହାକୁ ନେଇ ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟମାନଙ୍କୁ ବର୍ତ୍ତମାନ ୪ କିମି ରାସ୍ତା ଓ ଟ୍ରାଫିକର ଗହଳି ମଧ୍ୟରେ ହସ୍ପିଟାଲକୁ ଯିବାକୁ ପଡୁଥିବାରୁ ଏଥିପ୍ରତି ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆନଯିବା ଘଟଣାକୁ ନିନ୍ଦା କରାଯାଇଛି l ଏଭଳି ସ୍ଥିତି ଯୋଗୁଁ ଗୁରୁତର ରୋଗୀଙ୍କ ପାଇଁ ବେଳେବେଳେ ପ୍ରାଣ ଘାତକ ହୋଇପଡୁଛି ।

ଏହା ମଧ୍ୟ ପଢନ୍ତୁ ...ଏସସିବିରେ ଅଗ୍ନି ନିରାପତ୍ତା କାମ: 3 ମାସରେ ସରିବା ନେଇ କୋର୍ଟଙ୍କୁ ଅବଗତ କଲେ ଅଗ୍ନିଶମ ଡିଜି

ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କ ଜୀବନ ସହ ଖେଳ ଖେଳିବାକୁ ମଞ୍ଚ ଦୃଢ଼ ନିନ୍ଦା କରିବା ସହ ସେହି ସ୍ଥାନରେ ସିକ୍ୟୁରିଟି ଗାର୍ଡଙ୍କୁ ମୁତୟନ କରି କେବଳ ରୋଗୀଙ୍କ ପାଇଁ ଉକ୍ତ ଗେଟକୁ ତୁରନ୍ତ ଖୋଲିବା ପାଇଁ ଦାବି ହୋଇଛି । ଏହି ଚାରୋଟି ପ୍ରମୁଖ ଦାବି ସମାଧାନ ନହେଲେ ମାନବ ଅଧିକାର ସୁରକ୍ଷା ମଞ୍ଚ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଏହି କାର୍ଯ୍ୟକ୍ରମରେ ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟାଙ୍କ ନେତୃତ୍ୱରେ ଗଗନ ଚନ୍ଦ୍ର ମଲ୍ଲିକ, ସୁବାଷ ଚନ୍ଦ୍ର ମିଶ୍ର, ବଂଶୀଧର ଭୂୟାଁ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, କବିରାଜ ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ ।

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.