ETV Bharat / state

ସାର ଗୋଦାମରେ ଚଢାଉ, ଖଡ଼ିଆଳରୁ ବିପୁଳ ପରିମାଣର ୟୁରିଆ ସାର ଜବତ

author img

By ETV Bharat Odisha Team

Published : Feb 11, 2024, 8:57 AM IST

Illegal Fertilizer Seized: ନୂଆପଡ଼ା ଜିଲ୍ଲା ପ୍ରଶାସନକୁ ବଡ଼ ସଫଳତା । ବେଆଇନ ଭାବେ ବଚ୍ଛିତ ହୋଇଥିବା 2220 ପ୍ୟାକେଟ ୟୁରିଆ ସାର ଜବତ କରିଛି ପ୍ରଶାସନ । ଅଧିକ ପଢନ୍ତୁ

ସାର କଳାବଜାରୀ ଉପରେ ଚଢ଼ାଉ ,ଖଡ଼ିଆଳରୁ ଜବତ ହେଲା ବିଫୁଳ ପରିମାଣର ଗଚ୍ଛିତ ୟୁରିଆ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ସାର କଳାବଜାରୀ । ଖଡ଼ିଆଳରେ ଥିବା ଏକ ସାର ଗୋଦାମ ଉପରେ ଚଢ଼ାଉ କରି ବିପୁଳ ପରିମାଣର ୟୁରିଆ ସାର ଜବତ କରିଛି ଜିଲ୍ଲା ପ୍ରଶାସନ । ୪ଟି ସାର ବୋଝେଇ ଟ୍ରକ ଗୋଦାମରେ ରଖାଯାଉଥିବା ବେଳେ ହଠାତ୍ ଚଢାଉ କରିଥିଲେ ଅଧିକାରୀ । ଏହି ଘଟଣାରେ 2220 ପ୍ୟାକେଟ ୟୁରିଆ ସାର ଜବତ କରିବା ସହ ଜିଲ୍ଲାପାଳଙ୍କ କୋର୍ଟରେ ଏକ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ ଯେ, ୪ଟି ଭାରତ ୟୁରିଆ ସାର ବୋଝେଇ ଟ୍ରକ ଖରିଆର ରୋଡ଼ଠାରୁ ଆସି ଖଡ଼ିଆଳ ଥାନା ଅନ୍ତର୍ଗତ ଗଡ୍ରାମୁଣ୍ଡା ଗ୍ରାମର କୁନ୍ଦନ ମେହେରଙ୍କ ଗୋଦାମ ଘରେ ରଖାଯାଉଥିଲା । ଏତିକି ବେଳେ କୌଣସି ସୂତ୍ରରୁ ଖବର ପାଇ ନୂଆପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଅତର୍କିତ ଚଢ଼ାଉ କରିଥିଲା । ଏହି ସମୟରେ 4ଗୋଟି ଟ୍ରକରେ ବୋଝେଇ ହୋଇଥିବା ଭାରତ ୟୁରିଆ ସାର ଏବଂ ଗୋଦାମ ଘରେ ଥିବା 1665 ପ୍ୟାକେଟ ୟୁରିଆ ସାର ସମୁଦାୟ 2220 ପ୍ୟାକେଟ ବେଆଇନ ଭାରତ ୟୁରିଆ ସାର ଜବତ ହୋଇଛି । ଏନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ କରି ଟ୍ରକଗୁଡ଼ିକୁ ପୋଲିସ ନିଜ ଅଧିନକୁ ନେଇଛି ।

ଏହି ଚଢାଉରେ ନୂଆପଡା ଉପଜିଲ୍ଲାପାଳ, ଖଡ଼ିଆଳ ତହସିଲଦାର, କୃଷି ଉପନିର୍ଦ୍ଦେଶକ, ଖଡ଼ିଆଳ ପୋଲିସ, ଫର୍ଟିଲାଇଜର ଅଫିସର ସାମିଲ ହୋଇଥିଲେ । ତଦନ୍ତ ବେଳେ ଗୋଦାମ ମାଲିକ କୁନ୍ଦନ ମେହେର ଭାରତ ୟୁରିଆ ସାରର କୌଣସି କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ବେଆଇନ ଗଚ୍ଛିତ ୟୁରିଆ ସାର କଳାବଜାରୀ ହେଉଥିବା ଅଭିଯୋଗରେ 2220 ପ୍ୟାକେଟ ସାରକୁ ଜବତ କରି ଜିଲ୍ଲାପାଳଙ୍କ କୋର୍ଟରେ ମାମଲା ରୁଜୁ କରିଛନ୍ତି ତଦନ୍ତ ଅଧିକାରୀ । ସେପଟେ ଘଟଣାର ଅଧିକ ତଦନ୍ତ କରାଯାଇ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷି ଉପନିର୍ଦ୍ଦେଶକ ହିମାଂଶୁ ଶେଖର ମହାପାତ୍ର ଏବଂ ଖଡ଼ିଆଳ ତହସିଲଦାର ଡାକ୍ତର ଲଳିତ ବାଗ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...1 ହଜାର ବୋତଲ ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ସେହିପରି ଆଗାମୀ ଦିନରେ ମଧ୍ୟ ଏଭଳି କଳାବଜାରୀ ଉପରେ ନଜର ରଖିବ ଜିଲ୍ଲା ପ୍ରଶାସନ । ଯଦି କୌଣସି ସ୍ଥାନରେ ଏଭଳି କଳାବଜାରୀ ହେଉଥିବା ସୂଚନା ମିଳେ ତାହାଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ଜିଲ୍ଲା ପ୍ରଶାସନ । ବ୍ୟବସାୟୀମାନେ କୃତ୍ରିମ ଅଭାବୀ ସୃଷ୍ଟି କରି ଚଢ଼ା ଦରରେ ସାର ବିକ୍ରି କରିବା ପାଇଁ ଏଭଳି ଆସାଧୁ ଉପାୟ ଆବଲମ୍ବନ କରୁଥିବା ଜଣାପଡ଼ିଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.