ETV Bharat / state

ବିପୁଳ ପରିମାଣର ଗଞ୍ଜେଇ ସହ କାର ଜବତ, 3 ଗିରଫ - ganja seized in sambalpur - GANJA SEIZED IN SAMBALPUR

GANJA SEIZED IN SAMBALPUR: ବେଆଇନ୍ ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାସ । 36 ଲକ୍ଷ ଟଙ୍କାର ଗଞ୍ଜେଇ ସହ 3 ଜଣକୁ ଧରିଲା ସମ୍ବଲପୁର ସଦର ପୋଲିସ lଅଧିକ ପଢନ୍ତୁ

ବିପୁଳ ପରିମାଣର ଗଞ୍ଜେଇ ଜବତ
ବିପୁଳ ପରିମାଣର ଗଞ୍ଜେଇ ଜବତ (ETV BHARAT ODISHA)
author img

By ETV Bharat Odisha Team

Published : May 4, 2024, 8:37 PM IST

ବିପୁଳ ପରିମାଣର ଗଞ୍ଜେଇ ଜବତ (ETV BHARAT ODISHA)

ସମ୍ବଲପୁର: ପୋଲିସକୁ ସଫଳତା । ନିର୍ବାଚନ କମିଶନର ଗାଇଡ଼ଲାଇନ ଅନୁସାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏବେ ଜିଲ୍ଲାର ସବୁ ପ୍ରମୁଖ ରାସ୍ତା ଗୁଡିକରେ କଡା ଚେକିଂ ଓ ନକାବନ୍ଦୀ ଜାରି ରହିଥିବା ବେଳେ ଗାଡି ମୋଟର ଉପରେ ଯାଞ୍ଚ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ସଦର ଥାନା ପୋଲିସ ହାତରେ ଏକ ବଡ଼ଧରଣର ଗଞ୍ଜେଇ ଚୋରା ଚାଲାଣ ରାକେଟ ଧରାପଡିଛି l ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଟରାଜୁରି ଅଞ୍ଚଳରୁ 6 କ୍ୱିଣ୍ଟାଲ 3 କେଜି ଗଞ୍ଜେଇ ଜବତ ସହ 3 ଜଣକୁ ଗିରଫ କରିଛି ସଦର ଥାନା ପୋଲିସ । ଏହାସହ ଗୋଟିଏ କାରକୁ ମଧ୍ୟ ଜବତ କରିଛି ପୋଲିସ ।

ବେଆଇନ୍ ଭାବେ ଏହି ଗଞ୍ଜେଇ ବୌଦ୍ଧ ଅଞ୍ଚଳରୁ ରାଜ୍ୟ ବାହାରକୁ ଚାଲାଣ ପାଇଁ ଯାଉଥିବା ବେଳେ, ସଦର ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ମାଡି ବସିଥିଲା । କୁଟରା଼ଜୁରି ଅଞ୍ଚଳରେ ଥିବା ଏକ ଘରେ ରଖା ଯାଇଥିଲା ବହୁ ମାତ୍ରାର ଗଞ୍ଜେଇ । ଚଢ଼ାଉ ସମୟରେ ଏକ କାରକୁ ମଧ୍ୟ ଜବତ କରିଛି ପୋଲିସ । ଜବତ ଗଞ୍ଜେଇ ମୂଲ୍ୟ 36 ଲକ୍ଷ ଟଙ୍କାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଅତିରିକ୍ତ ଏସପି ହରେଶ ପାଣ୍ଡେ ସୂଚନା ଦେଇଛନ୍ତି ।

ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ କବରାପାଲି ଗ୍ରାମର ଲଲିତ ଭୋଇ, କୁଞ୍ଜେଲ ପଡାର ସତିଶ କୁମାର ପ୍ରଧାନ ଓ ସୁନାପାଲିର ମହମ୍ମଦ ଇସରାର । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ନିର୍ବାଚନ ପୂର୍ବରୁ ଏତେ ମାତ୍ରାର ଗଞ୍ଜେଇ କେଉଁ ଉଦ୍ଦେଶ୍ୟରେ କେଉଁ ସ୍ଥାନକୁ ନିଆ ଯାଉ ଥିଲା ସେନେଇ ପୋଲିସ ଏବେ ବି ପଚରା ଉଚରା ଜାରି ରଖିଥିବା ସୂଚନା ଦିଆଯାଇଛି l
ଏହା ମଧ୍ୟ ପଢନ୍ତୁ .....ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ, ମାଡି ବସିଲା ପୋଲିସ - Ganja Seized In Koraput

ସୂଚନା ଯୋଗ୍ୟ ଯେ ବୌଦ୍ଧ, ଫୁଲବାଣୀ ଓ ସୋନପୁରରୁ ସମ୍ବଲପୁର ଜିଲ୍ଲା ଦେଇ ଝାରସୁଗୁଡା ରାସ୍ତାରେ ଉତ୍ତର ପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ ଓ ଝାରଖଣ୍ଡକୁ ନିୟମିତ ଭାବେ ଗଞ୍ଜେଇ ଚୋରା ଚାଲାଣ ହୋଇ ଆସୁଛି । ତେବେ ଗଞ୍ଜେଇ ଯେଉଁ ସ୍ଥାନ ଗୁଡିକରେ ଚାଷ ହେଉଛି ସେହି ସ୍ଥାନ ଗୁଡିକ ଅବକାରୀ ବିଭାଗ କି ପୋଲିସ କିପରି ଠାବ କରି ପାରୁନି ତାହା ସବୁଠୁ ବଡ଼ ପ୍ରଶ୍ନ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.