ETV Bharat / state

କଟକ ବୈଶାଖୀ ମେଳା, ଡିମାଣ୍ଡରେ ଆଫଗାନିସ୍ତାନୀ ଡ୍ରାଏଫ୍ରୁଟ୍ ଓ ଦୁବାଇ ଚକୋଲେଟ - cuttack baisakhi mela - CUTTACK BAISAKHI MELA

Baisakhi Mela: ଆସନ୍ତାକାଲି ଶେଷ ହେବ କଟକର ପ୍ରସିଦ୍ଧ ବୈଶାଖୀ ବାଣିଜ୍ୟ ମେଳା । ଏଥର ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି ଆଫଗାନିସ୍ତାନୀ ଡ୍ରାଏ ଫ୍ରୁଟ୍ ଏବଂ ଦୁବାଇ ଚକୋଲେଟ । ଅଧିକ ପଢନ୍ତୁ

ବୈଶାଖୀ ମେଳାରେ ବଢୁଛି ବିଦେଶୀ ଆଇଟମର କ୍ରେଜ
ବୈଶାଖୀ ମେଳାରେ ବଢୁଛି ବିଦେଶୀ ଆଇଟମର କ୍ରେଜ
author img

By ETV Bharat Odisha Team

Published : Mar 24, 2024, 5:08 PM IST

ବୈଶାଖୀ ମେଳାରେ ବଢୁଛି ବିଦେଶୀ ଆଇଟମର କ୍ରେଜ

କଟକ: ବଢୁଛି ବୈଶାଖୀ ବାଣିଜ୍ୟ ମେଳାର କ୍ରେଜ । ସଞ୍ଜ ହେଲେ ବାଲିଯାତ୍ରା ଉପର ପଡ଼ିଆରେ ହଜାର ହଜାର ଦର୍ଶଙ୍କ ଭିଡ କାରଣ ଏହା ମିନି ବାଲିଯାତ୍ରା । ଗତ 14 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତାକାଲି ଶେଷ ହେବ । କିନ୍ତୁ ଏହି ମେଳାରେ ବର୍ତ୍ତମାନ ଦର୍ଶକଙ୍କ ଫୋକସ ପାଲଟିଛି ବିଦେଶୀ ସାମଗ୍ରୀ । 20ତମ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ମନ ମୋହୁଛି ବିଦେଶୀ ଷ୍ଟେଲ । ଆଫଗାନିସ୍ତାନରୁ ଆସିଥିବା ଡ୍ରାଏ ଫ୍ରୁଟ୍, ଦୁବାଇ ଭେରାଇଟ ଚକୋଲେଟ, ଅତର ଓ ଅନ୍ୟାନ୍ୟ ଦେଶର ସାମଗ୍ରୀ ଲୋକମାନଙ୍କ ଦ୍ବାରା ବେଶ ଆଦୃତ ହୋଇଛି । ଦର ସାମାନ୍ୟ ଅଧିକ ରହିଥିବା ବେଳେ ଏହାକୁ ଖାତିର ନକରି ଏହି ତମାମ ସମଗ୍ରୀକୁ କିଣିବାରେ ବ୍ୟସ୍ତ ଗ୍ରହକ ।

ଗୋଟିଏ ପଟେ ବିଦେଶୀ ଆଇଟମକୁ ପାଖରେ ପାଇ ବେଶ ଖୁସି ଅନୁଭବ କରୁଥିଲା ବେଳେ ଦୋଳି, ଚଟପଟା ଖାଇବା, ଆଉ ଭଳିକି ଭଳି ଦୋକାନରୁ ଜିନିଷକୁ ଶସ୍ତା ଦାମରେ କିଣି ବେଶ ଆନନ୍ଦିତ କଟକବାସୀ । ତେବେ ଅନେକ ବର୍ଷ ଧରି ଏହି ମେଳାରେ ନିଜର ଷ୍ଟଲ କରିବା ପାଇଁ ବିଦେଶୀମାନେ ଉତ୍ସାହ ପ୍ରକଟ କରୁଛନ୍ତି । କାହିଁକି ନାଁ ବାଲିଯାତ୍ରା ଭଳି ଏହି ବୈଶାଖୀ ମେଳାର କ୍ରେଜ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତର 22ଟି ରାଜ୍ୟରୁ ବ୍ୟବସାୟୀମାନେ ଏଠାରେ ବ୍ୟବସାୟ କରୁଛନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମଧ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବ୍ୟବସାୟୀମାନେ ଅଂଶଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଅରିଲୋ ମେଲଣ ଉଦଯାପିତ, ସାମିଲ ହେଲେ 45ରୁ ଊର୍ଦ୍ଧ୍ବ ଦୋଳ ବିମାନ

ଏହି ମେଳାରେ ଘର କରଣା ସାମଗ୍ରୀଠାରୁ ଆରମ୍ଭ କରି ପୋଷାକ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେଉଛି । ଓଡ଼ିଶାର ପାରମ୍ପରିକ ଖାଦ୍ୟ ମୁଢ଼ି ମାଂସ, ଛେନାଝିଲି, ରସାବଳୀଠାରୁ ନେଇ ରାଜସ୍ଥାନୀ ଖାଦ୍ୟ ଓ ସମସ୍ତ ପ୍ରକାର ଫାଷ୍ଟଫୁଡ ଉପଲବ୍ଧ ହେଉଛି । ସନ୍ଧ୍ୟା ହେଲା ମାତ୍ରେ ମେଳାରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମୁଛି । ତେବେ ଚଳିତ ବର୍ଷ ନିର୍ବାଚନକୁ ଆଖି ଆଗରେ ରଖି ଶୀଘ୍ର ମେଳାର ଆୟୋଜନ ହେଇଥିଲା । ଏହି ମେଳାରେ ବ୍ୟବସାୟୀମାନେ ଅନେକ ମାତ୍ରାରେ ଲାଭବାନ ହୋଇଛନ୍ତି କହିଛନ୍ତି ଆୟୋଜକ କମିଟି । ତେବେ କଟକ ବୈଶାଖୀ ବାଣିଜ୍ୟ ମେଳା ଆଗମୀ ଦିନରେ ରାଜ୍ୟ ବ୍ୟାପୀ ଏକ ବଡ଼ ବାଣିଜ୍ୟିକ ମେଳାର ରୂପ ପାଇବ ବୋଲି ଆଶା ରଖିଛି ଆୟୋଜକ କମିଟି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.