ETV Bharat / state

ରଜ ସଂକ୍ରାନ୍ତି; ବଳଦେବଜୀଉ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼, ଭଲ ଫସଲ ପାଇଁ ଲଙ୍ଗଳଧାରୀଙ୍କୁ ପ୍ରାର୍ଥନା - Raja Sankranti at Baladevjew Temple - RAJA SANKRANTI AT BALADEVJEW TEMPLE

Raja Sankranti at Baladevjew Temple: ରଜ ସଂକ୍ରାନ୍ତିରେ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ପ୍ରବଳ ଭିଡ଼ । ଚଷା ଏବଂ ଚାଷୀକୂଳର ଦେବତାଙ୍କୁ ଭଲ ଫସଲ ପାଇଁ ପ୍ରାର୍ଥନା କଲେ ହଜାର ହଜାର ଭକ୍ତ । ଅଧିକ ପଢ଼ନ୍ତୁ

Raja Sankranti at Baladevjew Temple
Raja Sankranti at Baladevjew Temple (ETV Bharat Odisha)
author img

By ETV Bharat Odisha Team

Published : Jun 15, 2024, 10:02 PM IST

କେନ୍ଦ୍ରାପଡ଼ା: ପହିଲି ଆଷାଢ଼ର ଆଗମନ ପାଇଁ ଚାତକ ପରି ଚାହିଁ ରହିଛନ୍ତି ଚାଷୀ ଭାଇ । ବସୁମାତା ରଜସ୍ବଳା ହୋଇଥିବା ବେଳେ ମିଥୁନ ସଂକ୍ରାନ୍ତିରେ ପହିଲି ବର୍ଷା ବସୁଧାଙ୍କୁ ଭିଜେଇ ଦେଇଥାଏ ନିଜ ସ୍ପର୍ଶରେ । ଆଉ ଶେଷ ରଜ ଦିନ ବସୁମାତାଙ୍କୁ ସ୍ନାନ କରାଇ ବିଭିନ୍ନ ଚାଷ ସାମଗ୍ରୀ ପୂଜା କରି ଚାଷୀ ତଥା ଓଡ଼ିଆ ଘରର ବୋହୁ ଚାଷୀ ହାତରେ ଦେଇଥାଏ ହଳ ଆଉ ଲଙ୍ଗଳ, ଯାହା ମହାପ୍ରଭୁ ବଳଦେବଜୀଉଙ୍କ ଅସ୍ତ୍ର ।

Raja Sankranti at Baladevjew Temple (ETV Bharat Odisha)

ଆଜି ହେଉଛି ମିଥୁନ ସଂକ୍ରାନ୍ତି । ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ଆଜିଠାରୁ ଆରମ୍ଭ ହେଉଛି ଆଷାଢ଼ ମାସ । ଉପକୂଳ ଓଡ଼ିଶାରେ ରଜ ୫ ଦିନ ଧରି ପାଳନ ହେଉଥିବାବେଳେ ଆଜି ହେଉଛି ଏହାର ତୃତୀୟ ଦିନ ବା ରଜ ସଂକ୍ରାନ୍ତି । ପ୍ରଭୁ ବଳଦେବଜୀଉଙ୍କୁ ହଳ ଏବଂ ଲଙ୍ଗଳଧାରୀର ଆଖ୍ୟା ଦିଆ ଯାଇଥିବାରୁ ସେ ହେଉଛନ୍ତି ଚଷା ଏବଂ ଚାଷୀକୂଳର ଦେବତା । କେନ୍ଦ୍ରାପଡା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା କାରଣରୁ ଏଠାରେ ପ୍ରତ୍ୟେକ କୃଷିକାର୍ଯ୍ୟ ଆରମ୍ଭରୁ ମହାପ୍ରଭୁ ବଳଦେବଜୀଉଙ୍କ ଆରାଧନା କରାଯାଇଥାଏ । ଆସନ୍ତା ୧୭ ତାରିଖ ଦିନ ବସୁମାତାଙ୍କୁ ସ୍ନାନ କରାଇ ପରଦିନ ଚାଷୀ ଘରର ପୁଅ ଚଳିତବର୍ଷ ଚାଷ ପାଇଁ ଜମି ଅନୁକୂଳ କରାଇବ । ଏଥର ଭଲ ଫସଲ ପାଇଁ ମହାପ୍ରଭୁ ବଳଦେବଜୀଉଙ୍କ ନିକଟରେ ଆରାଧନା କରିଛନ୍ତି ଲକ୍ଷାଧିକ ସଂଖ୍ୟାରେ ଭକ୍ତ । ଆଜି ଦିନରେ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିରକୁ ଆସି ଆଶିଷ ନେବା ସହ ଏବର୍ଷ ଭଲ ଧାନ ଫସଲ ପାଇଁ ଲଙ୍ଗଳଧାରୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ରଜ ସଂକ୍ରାନ୍ତି; ଦୋଳିଖେଳ ସହ ଜମୁଛି ରଜ ମଉଜ, ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି - RAJA SANKRANTI 2024

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରଜ ସଂକ୍ରାନ୍ତି ଅବସରରେ ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ନିକଟରେ ଭିଡ଼ ଜମାଇଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ରଜ ସଂକ୍ରାନ୍ତି ହୋଇଥିବା କାରଣରୁ ଜିଲ୍ଲା ଏବଂ ଜିଲ୍ଲା ବାହାରର ଅନେକ ଭକ୍ତ ମହାପ୍ରଭୁଙ୍କ ନିକଟରେ ଭକ୍ତି ଅର୍ଘ୍ୟ ଅର୍ପଣ କରିଥିବା ବେଳେ ପ୍ରାତଃ ସମୟରୁ ଶ୍ରୀଜୀଉଙ୍କ ଜୟ ମଙ୍ଗଳ ଆଳତୀ, ପୂର୍ବାହ୍ନରେ ନୀତିସ୍ନାନ ଓ ଧୂପ ଲାଗି ଦୃଶ୍ୟ ଦେଖିବାକୁ ମନ୍ଦିର ପରିସରରେ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.