ETV Bharat / state

ଟଙ୍କା ବୋଝେଇ କାର୍ ଜବତ, ମହୁଲ ବ୍ୟବସାୟୀଙ୍କୁ ପୋଲିସର ପଚରାଉଚରା - Money Seized From Car

author img

By ETV Bharat Odisha Team

Published : Jun 9, 2024, 7:39 PM IST

Huge Amount Of Money Seized From Car: ଟଙ୍କା ବୋଝେଇ କାର୍ ଜବତ ହୋଇଛି । ଏହି ମାମଲାରେ ଖାରବେଳ ନଗର ଥାନା ପୋଲିସ ଜଣେ ବ୍ୟବସାୟୀକୁ ଅଟକ ରଖି ପଚରାଉଚରା କରୁଛି । ପଢନ୍ତୁ ପୁରା ଖବର ।

Money Seized
Money Seized (ETV Bharat Odisha)

ଭୁବନେଶ୍ବର: ଧରାପଡିଲା ଟଙ୍କା ବୋଝେଇ କାର୍ । ଏହି ମାମଲାରେ ଭୋମ ନଗର ଛକରୁ ମହୁଲ ବ୍ୟବସାୟୀଙ୍କୁ ବାନ୍ଧିଛି ପୋଲିସ । ଗାଡି଼ରୁ 10 ଲିଟର ମହୁଲ ସହ 1 ଲକ୍ଷ 80 ହଜାର ଜବତ ହୋଇଛି । ଖାରବେଳ ନଗର ଥାନା ପୋଲିସ ଜଣେ ବ୍ୟବସାୟୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପୋଲିସର ସୂଚନା ମୁତାବକ, ବଲାଙ୍ଗୀରର ମହୁଲ ବ୍ୟବସାୟୀ ଜଣକ ହେଉଛନ୍ତି ନିରଞ୍ଜନ କେଡିହା । ସେ କାର୍ ଯୋଗେ ଖାରବେଳ ନଗର ଥାନା ଅଞ୍ଚଳର ରେଡକ୍ରସ ଛକରୁ ଭୋମ ନଗର ଛକ ପର୍ଯ୍ୟନ୍ତ ଯିବାବେଳେ ଭୋମ ନଗର‌ ଟ୍ରାଫିକ ପୋଷ୍ଟ ନିକଟରେ ପୋଲିସ ତାଙ୍କୁ କାବୁ କରିଛି ।

Money Seized (ETV Bharat Odisha)

ପୋଲିସର ଚେକିଂ ବେଳେ ଗାଡିରୁ 18 ବିଡ଼ା ଟଙ୍କା ଜବତ ହୋଇଛି । ପ୍ରତି ବିଡାରେ 100ଟଙ୍କିଆ ନୋଟ୍ ରହିଥିବା ଜଣାପଡ଼ିଛି । ଗୋଟିଏ ବିଡ଼ାରେ ପାଖାପାଖି 10 ହଜାର ଲେଖାଏଁ ଟଙ୍କା ଥିଲା । ବିପୁଳ ଟଙ୍କା ସହ 10 ଲିଟର ମହୁଲ ମଧ୍ୟ ଜବତ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । ଏନେଇ ପୋଲିସ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଥାନାକୁ ଆଣି ପଚରାଉଚରା କରିଛି । ବ୍ୟବସାୟୀଙ୍କ କହିବା ଅନୁସାରେ, ସେ ବ୍ୟବସାୟ କାମରେ ହିଞ୍ଜିଳି ଯାଇଥିଲେ । ସେଠାରେ ସୁନିଲ ସାହୁ ନାମକ ମଦ ବ୍ୟବସାୟୀଠୁ ଟଙ୍କା ଆଣି ଭୁବନେଶ୍ୱର ଫେରିଥିଲେ । ଏନେଇ‌ ବାପୁଜୀ ନଗରରେ ଏକ ହୋଟେଲରେ ରହିଥାନ୍ତେ । ପରେ ହାଉସିଂ ବୋର୍ଡରେ ଥିବା ଜଣେ କଣ୍ଟ୍ରାକ୍ଟର ସହ ଏକ କାମ ନେଇ ମିଟିଂ ଥିବାରୁ ଭୁବନେଶ୍ୱର ରହିଥାନ୍ତେ । ହେଲେ ଏହା ପୂର୍ବରୁ ପୋଲିସର ଚେକିଂ ବେଳେ ଧରାପଡିଛି କାର୍ ।

ଏହା ବି ପଢନ୍ତୁ...ପେଶା ଥିଲା ପୂଜାପାଠ ନିଶା ଥିଲା ଚୋରି: ବନ୍ଧା ହେଲେ ନନା, 24 ବାଇକ ଜବତ - Priest Arrested

ଆଗକୁ ଜନତା ମଇଦାନରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଯାଉଛି । ଏଥିପାଇଁ ସହରରେ ଚେକିଂ ଓ ବ୍ଲକିଂ ମଧ୍ୟ ଜୋରଦାର ହୋଇଛି । ବହୁ ହେଭିଓ୍ବେଟ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଶପଥଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ହୋଇଛି । ଏୟାରପୋର୍ଟ ଠାରୁ ଆରମ୍ଭ କରି ବିଜେପି ପାର୍ଟି ଅଫିସ ଓ ଶପଥ ଗ୍ରହଣ ସ୍ଥଳ ମଧ୍ୟ ସୁରକ୍ଷା ବଳୟରେ ରହିଛି । ଟ୍ରାଫିକ ନିୟମ ମଧ୍ୟ କଡାକଡି ହେବାକୁ ଯାଉଛି । କମିଶନରେଟ ପୋଲିସ ସହରର ପ୍ରତିଟି ଗତିବିଧି ଉପରେ ନଜର ରଖିଛି । ସମସ୍ତ ଅପରାଧିକ କାର୍ଯ୍ୟକଳାପ ଓ ଅନ୍ୟାନ୍ୟ ଗତିବିଧି ଉପରେ ନଜର‌ ରଖିଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.