ETV Bharat / state

ନିର୍ବାଚନ ପୂର୍ବରୁ ଅଡୁଆ ପାଲଟିବେ କି ଅର୍ଚ୍ଚନା ! EDରେ ହାଜର ପରେ ବଢିଲା ସସପେନ୍ସ

author img

By ETV Bharat Odisha Team

Published : Feb 20, 2024, 5:00 PM IST

Updated : Feb 20, 2024, 5:29 PM IST

Archana Nag At ED Office: ନିର୍ବାଚନ ପୂର୍ବରୁ ଇଡିରେ ହାଜର ହେଲେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ । ହେବିୱେଟଙ୍କ ଲାଗି ଅଡୁଆ ବଢିବା ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

Archana Nag At ED Office
Archana Nag At ED Office
ନିର୍ବାଚନ ପୂର୍ବରୁ ଅଡୁଆ ପାଲଟିବେ କି ଅର୍ଚ୍ଚନା ! EDରେ ହାଜର ପରେ ବଢିଲା ସସପେନ୍ସ

ଭୁବନେଶ୍ବର: ଇଡି କାର୍ଯ୍ୟାଳୟରେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ । ସମନ ପାଇବା ପରେ ହାଜର ହେଲେ ନାଗ ଦମ୍ପତି । ସ୍ବାମୀ ଜଗବନ୍ଧୁ ସହ ହାଜର ହୋଇ ନିଜ ପକ୍ଷ ରଖିଲେ ଅର୍ଚ୍ଚନା । ହେଲେ EDର କେସରୁ ଜାମିନ ପାଇଥିବା ନାଗ ଦମ୍ପତି ପୁଣି ହାଜର ହୋଇ ତଥ୍ୟ ରଖିବା ପାଓ୍ବାର କରିଡର ପାଇଁ ଘାରିଛି ଭୟ । ସେପଟେ ପ୍ରଶାସନିକ ଅଧିକାରୀ ଓ ରାଜନେତା କରିଥିବା ଷଡ଼ଯନ୍ତ୍ରର ଗୁମର ଫିଟିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅର୍ଚ୍ଚନା କହିଛନ୍ତି ।

ନାଁ ନ ନେଇ କେଉଁ ରାଜନେତାଙ୍କ ଆଡ଼କୁ ଇସାରା କଲେ ଅର୍ଚ୍ଚନ ? କେଉଁ ପ୍ରଶାସନିକ ଅଧିକାରୀଙ୍କ ଷଡଯନ୍ତ୍ରର ଅର୍ଚ୍ଚନା ଅଛନ୍ତି ଭିଲେନ ? କାହା ଆଡ଼କୁ ଇସାରା କରି ପାଓ୍ବାର କରିଡରକୁ କେଉଁ ମେସେଜ ଦେଲେ ଅର୍ଚ୍ଚନା ? ତେବେ ପୂର୍ବରୁ ପ୍ରତିପତି ବିତଶାଳି ରାଜନେତା ଓ ପ୍ରଶାସନିକ ଅଧିକାରୀ କଣ୍ଟ୍ରାକ୍ଟର ବିଜନେସ ମ୍ୟାନ ଓ ହାଇଫାଇ ହେବିଓ୍ବେଟଙ୍କ ସହ ଅର୍ଚ୍ଚନାଙ୍କର କନେକ୍ସନ ଥିଲା । ତେବେ ନିର୍ବାଚନ ପୂର୍ବରୁ ନାଗ ଦମ୍ପତିଙ୍କୁ ଡକରା ପଡ଼ିବା ଏବେ ଭୟ ସୃଷ୍ଟି କରିଛି । କାରଣ ଜେଲ ଭିତରେ ଥାଇ ମୁହଁ ଖୋଲି ପାରୁନଥିବା ନାଗ ଦମ୍ପତି ଏବେ କିନ୍ତୁ ପ୍ରତିଶୋଧ ପରାୟଣ ହୋଇଛନ୍ତ । ଜାମିନ ପାଇ ନ ଥିବା ସମୟରେ ଅର୍ଚ୍ଚନା ମନରେ ରଖିଥିବା କିଛି ଗୁମର ଏବେ ଖୋଲିବା ପାଇ ପ୍ରସ୍ତୁତ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ- ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ, କହିଲେ ମୁଁ ଜଣେ ଆଇନ ଛାତ୍ରୀ

ନିର୍ବାଚନ ପୂର୍ବରୁ କାହାର ପର୍ଦ୍ଦାଫାସ କରିବେ ଓ କାହାର ମୁଖା ଖୋଲିବେ ସେନେଇ ସ୍ଥିର କରିଛନ୍ତି କି ? କାରଣ ଅର୍ଚ୍ଚନାଙ୍କ ଗିରଫଦାରୀ ସମୟରେ ସାହାଯ୍ୟ କରିନଥିବା ସେଭଳି କିଛି ହେବିଓ୍ବେଟ ଏବେ ଅର୍ଚ୍ଚନା ମୁକୁଳିବା ପରେ ଭୟ କରୁଥିବା ଚର୍ଚ୍ଚା ଜୋର ଧରିଛି । କାରଣ ଅର୍ଚ୍ଚନାଙ୍କୁ ଧମକ ଚମକ ଦେବା ଓ ପୂର୍ବରୁ ଏନେଇ ଚୁପ୍ ରହିବାକୁ ପ୍ରେସର ପକାଉଥିବା ନେଇ ଅର୍ଚ୍ଚନା ଗଣମାଧ୍ୟମକୁ ପୂର୍ବରୁ କହିସାରିଛନ୍ତି । ଏବେ ଅର୍ଚ୍ଚନା ସେମାନଙ୍କ ନାଁ ଓ କନେକ୍ସନ ଖୋଲିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କୁହାଯାଉଛି । ଆଜି ଅର୍ଚ୍ଚନା ଇଡିରେ ହାଜର ହେବା ଦୀର୍ଘ ସମୟ ଧରି ନିଜର ତଥ୍ୟ ରଖିବା ପରେ ଏହି ଚର୍ଚ୍ଚା ଅଧିକ ହେଉଛି ।

ତେବେ ଆଗକୁ ନିର୍ବାଚନ ଥିବାରୁ ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ନେତା ଓ ଅଫିସରଙ୍କ ପାଇଁ ଅଡୁଆ ବଢୁଛି କି ? ସେପଟେ ପରବର୍ତ୍ତୀ ପାଳି କାହାର ପଡିବ ତାହା ଏବେ ସଭିଙ୍କୁ ଘାରିଛି । ପୂର୍ବରୁ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିର ଅଭିଯୋଗ ଆଧାରରେ ଗିରଫ ହୋଇଥିଲେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ । ପରେ ଇଡିର ମନି ଲଣ୍ଡରିଂ ମାମଲାରେ ଇଡିର ସ୍କାନରକୁ ଆସିଥିଲେ । ଯେଉଁ କେସରେ ଅର୍ଚ୍ଚନାର ସ୍ବାମୀ ଓ ଅନ୍ୟ ସହଯୋଗୀ ଗିରଫ ହୋଇଥିଲେ । ପରେ ଧିରେ ଧିରେ ଅନେକ ହାଇପ୍ରୋଫାଇଲ ଲିଙ୍କରେ ଅନେକଙ୍କୁ ସମନ ଯାଇଥିଲା । ଯେଉଁ ଦିଗରେ ବ୍ୟବସାୟୀ, ବିଧାୟକଙ୍କ ଭାଇ ଓ ଅନେକ ହେବିଓ୍ବେଟ ଅଛନ୍ତି । ଏବେ ପୁଣି ଇଡି ଅର୍ଚ୍ଚନାଙ୍କୁ ଡକାଇ ତଥ୍ୟ ନେବା ପରେ ଏଥର‌ ପାଳି କାହାର ପଡିବ ତାହା ଏବେ ପାଓ୍ବାର କରିଡରକୁ ଘାରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 20, 2024, 5:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.