ETV Bharat / state

ଗଛଲତାଙ୍କ ସହ ହୋଲି ଖେଳିଲେ ପରିବେଶବ୍ରେମୀ - Holi Celebrations With Awareness

Holi Celebrations With Awareness:ବୁଢାରାଜା ପାହାଡରେ ନିଆରା ଢଙ୍ଗରେ ପାଳନ ହୋଇଛି ହୋଲି ପର୍ବ । ପରିବେଶ ସୁରକ୍ଷାର ବାର୍ତ୍ତା ସହ ବୃକ୍ଷଲତାରେ ରଙ୍ଗ ବୋଳି ହୋଲି ପାଳିଛନ୍ତି ବୁଢାରଜା ସୁରକ୍ଷା ସମିତିର ସଦସ୍ୟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 24, 2024, 10:52 PM IST

Unique Celebration
Unique Celebration
Unique Celebration

ସମ୍ବଲପୁର: ହୋଲି ପୂର୍ବରୁ ସମ୍ବଲପୁରରେ ଆରମ୍ଭ ହୋଇଛି ସେଲିବ୍ରେସନ । ବୁଢାରାଜା ପାହାଡରେ ନିଆରା ଢଙ୍ଗରେ ଏହି ପର୍ବ ପାଳନ ହୋଇଛି । ବୁଢ଼ାରଜା ବନ ସୁରକ୍ଷା ସମିତିର ସଭ୍ୟମାନେ ବୃକ୍ଷ ମାନଙ୍କ ସହିତ ହୋଲି ଖେଳିଛନ୍ତି । ଏହି ହୋଲି ଖେଳ ମାଧ୍ୟମରେ ସମାଜକୁ 'ଜଙ୍ଗଲ ସୁରକ୍ଷା' ନେଇ ସଚେତନତାର ବାର୍ତ୍ତା ଦିଆଯାଇଛି । ବର୍ତ୍ତମାନ ସାରା ବିଶ୍ୱରେ ଗ୍ଲୋବାଲ ୱାର୍ମିଂ ଏକ ବଡ଼ ସମସ୍ୟା ହୋଇଥିବାବେଳେ ଏହାର ମୁକାବିଲା ପାଇଁ ବୃକ୍ଷ ଲତାର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି ।

ଏଭଳି ସ୍ଥିତିରେ ବୃକ୍ଷ ଲତାଙ୍କୁ ସୁରକ୍ଷା ଦେବା ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ବୁଢାରଜା ବନ ସଂରକ୍ଷଣ ସମିତିର ସଦସ୍ୟମାନେ ଗଛ ସହ ହୋଲି ଖେଳିଛନ୍ତି । ସମ୍ବଲପୁର ସହର ଭିତରେ ଥିବା ବୁଢାରଜା ଜଙ୍ଗଲରେ ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସୁରକ୍ଷା ସମିତିର ସଦସ୍ୟମାନେ ପ୍ରଥମେ ବୃକ୍ଷ ଗୁଡ଼ିକୁ ପୂଜାର୍ଚ୍ଚନା କରିବା ପରେ ସେମାନଙ୍କୁ ହୋଲିର ରଙ୍ଗ ବୋଳି ଜୀବନ ତମାମ ସୁରକ୍ଷା ଦେବାର ପଣ କରିଥିଲେ । ବୃକ୍ଷଙ୍କୁ ସୁରକ୍ଷା ଦେବା ପାଇଁ ହାତରେ ଦୀପ ଧରି ଶଙ୍ଖ ବଜାଇ ଆଧ୍ୟାତ୍ମିକ ପରିବେଶରେ ହୋଲି ଖେଳିଥିଲେ ବୁଢାରାଜା ବନ ସୁରକ୍ଷା ସମିତିର ସଦସ୍ୟ । ସମସ୍ତେ ରଙ୍ଗର ପର୍ବ ହୋଲିକୁ ନିଜ ପରିବାର ଓ ସାଙ୍ଗସାଥୀଙ୍କ ଗହଣରେ ପାଳନ କରୁଥିବାବେଳେ ବୁଢ଼ାରଜା ବନ ସୁରକ୍ଷା ସମିତିର ସଭ୍ୟମାନଙ୍କ ଏହାକୁ ନିଆରା ଢଙ୍ଗରେ ପାଳିଛନ୍ତି । ଯାହା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ବି ପଢନ୍ତୁ...ରାଉରକେଲାରେ ହର୍ବାଲ ହୋଲିର ଆସର; କମଳା, ପାଳଙ୍ଗ ବିଟ୍ ରୁଟରୁ ପ୍ରସ୍ତୁତ ହେଲା ରଙ୍ଗ - Herbal Holi In Rourkela

ଏହା ବି ପଢନ୍ତୁ... ଆର୍ଥ ଆୱାର: ବାଲୁକା ଚିତ୍ରକଳାରେ ସଚେତନତାର ବାର୍ତ୍ତା - Earth Hour 2024

ସମ୍ବଲପୁରରେ ଜଙ୍ଗଲ ସୁରକ୍ଷା ପାଇଁ ଆୟୋଜିତ ହୋଇଥିବା ଏପରି ନିଆରା ହୋଲିକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି । ସୂଚନା ଅନୁସାରେ, ସମ୍ବଲପୁର ସହର ମଧ୍ୟରେ ରହିଛି ବୁଢାରଜା ସଂରକ୍ଷିତ ଜଙ୍ଗଲ । ବୁଢାରଜା ପାହାଡକୁ ସମ୍ବଲପୁର ସହରର 'ଅକ୍ସିଜେନ ଚ୍ୟାମ୍ବର' ବୋଲି କୁହାଯାଏ । ସେଥିପାଇଁ ଏହି ବୁଢାରଜା ପାହାଡ଼ର ସୁରକ୍ଷା ପାଇଁ ଦୀର୍ଘ 22 ବର୍ଷ ଧରି ଏହି ନିଆରା ହୋଲି ଖେଳ ପାଳିତ ହୋଇଆସୁଥିବା କୁହାଯାଉଛି । ପ୍ରତିବର୍ଷ ହୋଲିରେ ଏଭଳି ଅଭିନବ ଉପାୟରେ ଦିଆଯାଉଥିବା ପରିବେଶ ସୁରକ୍ଷା ବାର୍ତ୍ତାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.