ଭୁବନେଶ୍ବର: ରିଲିଜ ପୂର୍ବରୁ ଅଡୁଆରେ ଓଡ଼ିଆ ଫିଲ୍ମ 'ବିଗୁଲ' । ଓଡ଼ିଆ ପରମ୍ପରା ଓ ଦେବଦେବୀଙ୍କୁ ଏଥିରେ ଅସମ୍ମାନିତ କରାଯାଇଥିବା ଅଭିଯୋଗ କରି ଫିଲ୍ମକୁ ବିରୋଧ କରିଛି ହିନ୍ଦୁ ସଂଗଠନ । ସଂଗଠନ ପକ୍ଷରୁ ଫିଲ୍ମକୁ ରିଲିଜ ନ କରିବା ପାଇଁ ବିରୋଧ କରି ଶ୍ରୀୟା ହଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ହାତରେ ପ୍ଲାକାର୍ଡ଼ ଧରି ବିରୋଧ କରିଥିଲା ସଂଗଠନ ।
ତେବେ ଅଭିଯୋଗ ଅନୁସାରେ, ଏହି ଫିଲ୍ମରେ ଅନେକ ସିନ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ କୁଠାରଘାତ କରୁଛି । ଏପରିକି ଏମିତି କିଛି ସିନ ରହିଛି ଯାହା ପରିବାର ସହ ଦେଖିହେବନାହିଁ । ଆଉ ଏହି ଭିଡିଓ ଏବେ ମୋବାଇଲ ଟୁ ମୋବାଇଲ ଘୁରି ବୁଲୁଛି । ତେଣୁ ଏଭଳି ଅଶାଳୀନ ସିନେମା ଓଡ଼ିଶାରେ ଚାଲିବ ନାହିଁ ବୋଲି ଦାବି କରିଛି ସଂଗଠନ । ଆବଶ୍ୟକ ପଡିଲେ ଏହି ସିନେମାକୁ ନେଇ ଆମେ ହାଇକୋର୍ଟର ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ସଂଗଠନର ମୁଖ୍ୟ । କେବଳ ସେତିକି ନୁହେଁ ଯେଉଁଠି ଯେଉଁଠି ଚାଲିବ ଏ ସିନେମା ସେଇଠି ପ୍ରତିବାଦ ଓ ବିକ୍ଷୋଭ ହେବ ବୋଲି ମଧ୍ୟ କହିଛି ସଂଗଠନ । ଏଠାରେ ସୂଚନା ଥାଉକି, ରବିବାର ଦିନ ଅର୍ଥାତ ଆଜି ଫିଲ୍ମ ବିଗୁଲ ସାରା ଓଡ଼ିଶାରେ ବଡ ପରଦାକୁ ଆସିବ । ହେଲେ ତା ପୂର୍ବରୁ ଏହା ବିବାଦରେ ଛନ୍ଦି ହୋଇଛି । ଫିଲ୍ମକୁ ନେଇ ଆରମ୍ଭ ହୋଇଛି ପ୍ରତିବାଦ ।
ଏହା ମଧ୍ୟ ପଢନ୍ତୁ- ଫିଲ୍ମି ଫ୍ରାଇଡରେ ପରଦାକୁ ଆସିଲା ଯାଯାବର ୨.୦
ଏହା ମଧ୍ୟ ପଢନ୍ତୁ-ଅନ୍ତର୍ଜାତୀୟ ମହିଳା ଦିବସ; ରିଲିଜ ହେଲା ନାରୀ କେନ୍ଦ୍ରିକ ଓଡ଼ିଆ ଫିଲ୍ମ 'ବସ୍' ଓ 'ତ୍ରିକନ୍ୟା'
ଏନେଇ ଆଇନଜୀବୀ ସୁମନ୍ତ ସ୍ବାଇଁ କହିଛନ୍ତି ଯେ, ଫିଲ୍ମର କିଛି ବିବାଦୀୟ ସିନ ସବୁ ପ୍ରସାରଣ ହେଉଛି । ୟୁଟ୍ୟୁବ ମାଧ୍ୟମରେ ଯୁବପିଢି ଯେପରି ପ୍ରଥଭ୍ରଷ୍ଟ ହେବେ । ବର୍ତ୍ତମାନ ଚୈତ୍ର ପର୍ବ ଆରମ୍ଭ ହେବାକୁ ଯାଉଛି । ହୋଲି ଦିନ ଅର୍ଥାତ ମଙ୍ଗଳବାର ଦିନ ପ୍ରଥମ ପାଳି ହେବ । ଏଥିରେ ଘୋଡା ନାଚ ହେବ । ହେଲେ ଫିଲ୍ମ ବିଗୁଲରେ ଘୋଡା ନାଚକୁ ନେଇ ବିବାଦ ଆଣିଛି । ଏହି ଫିଲ୍ମ କୌଣସି ପରିବାର ଏକାଠି ଦେଖିପାରିବେ ନାହିଁ । ତେଣୁ ଏହି ଫିଲ୍ମ ରିଲିଜକୁ ନେଇ ବିବାଦ କରିଛୁ ।
ଇଟିଭି ଭାରତ, ଭୁବନେଶ୍ବର