ETV Bharat / state

ମହାବୀର ଜୟନ୍ତୀରେ ବିଶାଳ ହିନ୍ଦୁ ଶୋଭାଯାତ୍ରା, ମୃଦୁପାନୀୟ ଦେଇ ଭାଇଚାରାର ବାର୍ତ୍ତା ବାଣ୍ଟିଲେ ମୁସଲିମ ଭାଇ - Hanuman Jayanti Celebration - HANUMAN JAYANTI CELEBRATION

Brotherhood In Kendrapara: ଭାଇଚାରାର ବାର୍ତ୍ତା ବାଣ୍ଟିଲେ କେନ୍ଦ୍ରାପଡ଼ାବାସୀ । ମିଳିମିଶି ପାଳିଲେ ହନୁମାନ ଜୟନ୍ତୀ । ଅଧିକ ପଢନ୍ତୁ

Brotherhood In Kendrapara
Brotherhood In Kendrapara
author img

By ETV Bharat Odisha Team

Published : Apr 14, 2024, 6:52 PM IST

Brotherhood In Kendrapara

କେନ୍ଦ୍ରାପଡ଼ା: ସହର ହେଲା ଭଗବାମୟ । ସାରା ରାଜ୍ୟ ତଥା ଦେଶକୁ ଭାଇଚାରାର ବାର୍ତ୍ତା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ସମ୍ପ୍ରଦାୟ । ଗୋଟିଏ ପଟେ ମହାବୀର ହନୁମାନଙ୍କ ଜନ୍ମୋତ୍ସବ ପାଇଁ ହିନ୍ଦୁ ଧର୍ମର ୩ ବଳିଷ୍ଠ ସଂଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଅନ୍ୟପଟେ ଏହି ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିବା ହିନ୍ଦୁ ଭାଇମାନଙ୍କୁ ଥଣ୍ଡା ପାଣି ଓ ମୃଦୁପାନୀୟ ବାଣ୍ଟିଛନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ । ଯାହାକି ସମାଜ ପ୍ରତି ଭାଇଚାରାର ଏକ ଉଦାହରଣ ପାଲଟିଛି । ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଧର୍ମ ରକ୍ଷା ସେନା ପକ୍ଷରୁ ପାଳିତ ହୋଇଛି ପଣା ସଂକ୍ରାନ୍ତି ଓ ସଙ୍କଟ ମୋଚନଙ୍କ ଜନ୍ମ ଜୟନ୍ତୀ ।

ଅନ୍ୟପଟେ ଆଜି ହେଉଛି ଓଡ଼ିଆ ନୂଆବର୍ଷ । ପ୍ରଭୁ ଶ୍ରୀରାମଙ୍କ ଶ୍ରେଷ୍ଠ ଭକ୍ତ ପବନ ନନ୍ଦନଙ୍କ ଜନ୍ମୋତ୍ସବ ପାଳନ ହେଉଥିବାରୁ ଚଳଚଞ୍ଚଳ ରାଜ୍ୟ । ଚୈତ୍ର ମାସ ଶୁକ୍ଳ ପକ୍ଷ ସଂକ୍ରାନ୍ତି ତିଥିରେ ପଡୁଥିବା ଏହି ମହାପର୍ବ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟିରେ ଆଡମ୍ବରରେ ପାଳନ ହୋଇଛି । ୧୦ ହଜାରରୁ ଊର୍ଦ୍ଧ୍ବ ଭକ୍ତ କେନ୍ଦ୍ରାପଡ଼ା ସହର ତିନିମୁହାଣୀ ସ୍ଥିତ ଶ୍ରୀରାମ ମନ୍ଦିରରୁ ଅତ୍ୟାଧୁନିକ ବାଦ୍ୟଯନ୍ତ୍ର ସହ ମୋଟର ସାଇକେଲ ଓ ପାଦରେ ଚାଲି ଚାଲି ଶୋଭାଯାତ୍ରାରେ ବାହାରିଥିଲେ । ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ ଭକ୍ତ ।

ଏହି ଶୋଭାଯାତ୍ରାକୁ ସ୍ମରଣୀୟ କରାଇବା ଏହାକୁ 'ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା' ନାମରେ ନାମକରଣ କରାଯାଇଥିଲା । ଏଥିରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ସାମିଲ ହୋଇ ସମାଜକୁ ସୁବାର୍ତ୍ତା ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରାପଡ଼ା ସଂଖ୍ୟାଲଘୁ ସମ୍ପ୍ରଦାୟର ୨ ସଦସ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । "ଆମେ କେନ୍ଦ୍ରାପଡ଼ାବାସୀ ସମସ୍ତ ପର୍ବପର୍ବାଣୀକୁ ସାଙ୍ଗ ହୋଇ ପାଳନ କରିଥାଉ। ହୋଲି, ଦୀପାବଳି ଭଳି ହନୁମାନ ଜନ୍ମ ଓ ଓଡ଼ିଆ ନୂଆବର୍ଷକୁ ଆମେ ମୁସଲମାନ-ହିନ୍ଦୁ ଭାଇଙ୍କ ସହ ମିଶି ପାଳନ କରୁ । ସେହିପରି ଇଦ, ବକ୍ରି ଇଦ ଭଳି ପର୍ବକୁ ହିନ୍ଦୁ ଭାଇମାନେ କାନ୍ଧରେ କାନ୍ଧ ମିଶାଇ ପାଳନ କରି ସାରା ରାଜ୍ୟକୁ ଭାଇଚାରାର ବାର୍ତ୍ତା ଦେଇଥାନ୍ତି" ବୋଲି କହିଛନ୍ତି କେନ୍ଦ୍ରାପଡ଼ାବାସୀ ।

ଏହା ବି ପଢନ୍ତୁ...ଆଜି ମହାବିଷୁବ ସଂକ୍ରାନ୍ତି, ପଣା ପିଇ ନବବର୍ଷ ପାଳୁଛନ୍ତି ଓଡିଆ - Pana Sankranti

ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ-ମୁସଲମାନ ସମ୍ପ୍ରଦାୟଙ୍କ ଭିତରେ ବିବାଦ ଉପୁଜିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଭାଇଚାରା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଧର୍ମ ଆଧାରରେ ପର୍ବ ପାଳନ ନହୋଇ ଭ୍ରାତୃତ୍ୱ ଭାବରେ ପର୍ବପର୍ବାଣି ପାଳନ କରାଯାଉ ବୋଲି କହିଛନ୍ତି ଲୋକେ । ସେହିପରି ଏହି ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଗତରାତିରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଗତକାଲି (ଶନିବାର) ଉଭୟ ଗୋଷ୍ଠୀର ମୁରବୀମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା । ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଜଣ ଅତିରିକ୍ତ ଏସପି, ୬ଜଣ ଡିଏସପିଙ୍କ ସମେତ ଜିଲ୍ଲାର ସମସ୍ତ ଆଇଆଇସିଙ୍କୁ ନିଯୁକ୍ତ କରାଯାଇଥିଲା। ସେହିପରି ଅତିରିକ୍ତ ମାଜିଷ୍ଟ୍ରେଟ ଭାବେ ୪ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି । ପବିତ୍ର ରମଜାନ ମାସ ଶେଷ ହେବା ପରେ ମହାଭକ୍ତ ମହାବୀରଙ୍କ ଜନ୍ମୋତ୍ସବକୁ ଏଠାରେ ଧୁମଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.