ETV Bharat / state

ଏକାଠି ହୋଲି ଖେଳି ଖୁସି ବାଣ୍ଟିଲେ ହିନ୍ଦୁ ଓ ମୁସଲିମ, ବାଣ୍ଟିଲେ ଭାଇଚାରାର ବାର୍ତ୍ତା - Hindu And Muslims Celebrate Holi - HINDU AND MUSLIMS CELEBRATE HOLI

Hindu And Muslim People Celebrate Holi Together: ହୋଲି ନିମାପଡ଼ା ବଡ଼ମାଛପୁର ଅଞ୍ଚଳରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନେ ମିଳିତ ଭାବରେ ହୋଲି ଖେଳିବାର ପରମ୍ପରା ରହି ଆସିଛି । ଅଧିକ ପଢ଼ନ୍ତୁ

ହିନ୍ଦୁ ଓ ମୁସଲିମ
ହିନ୍ଦୁ ଓ ମୁସଲିମ
author img

By ETV Bharat Odisha Team

Published : Mar 26, 2024, 7:56 PM IST

ହିନ୍ଦୁ ଓ ମୁସଲିମ

ନିମାପଡ଼ା: ରଙ୍ଗର ପର୍ବ ହୋଲି । ଏହି ଅବସରରେ ନିମାପଡ଼ା ବଡ଼ମାଛପୁର ଅଞ୍ଚଳରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନେ ମିଳିତ ଭାବରେ ହୋଲି ଖେଳିବାର ପରମ୍ପରା ରହି ଆସିଛି । ଶହ ଶହ ସଂଖ୍ୟାରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ହୋଲି ଖେଳି ଖୁସି ମନାଇଛନ୍ତି । ଏହି ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । ବିଶେଷ କରି ମୁସଲମାନ ସମ୍ପ୍ରଦାୟ ଲୋକଙ୍କ ଏବେ ରମଜାନ ମାସ ଚାଲିଥିବା ବେଳେ ସେମାନେ ଏଥିରେ ନିଜକୁ ସାମିଲ କରି ଭାଇଚାରାର ବାର୍ତ୍ତା ବାଣ୍ଟିଛନ୍ତି ।

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ବଡମାଛପୂର ପଞ୍ଚାୟତର ରେଙ୍ଘାଳ ଗ୍ରାମରେ ଦୋଳ ଉତ୍ସବ ଏକ ନିଆରା ପରମ୍ପରା ରହିଆସିଛି । ରେଙ୍ଘାଳ ଗ୍ରାମରେ ହଜାର ହଜାର ସଂଖ୍ୟାରେ ଗାଁ ଠାରୁ ଆରମ୍ଭ କରି ଆଖପାଖ ଅଞ୍ଚଳର ଲୋକେ ଏକାଠି ହୋଇଥାନ୍ତି । ବଡ ପଟୁଆର ଶୋଭାଯାତ୍ରାରେ ବଡମାଛପୁର ଗ୍ରାମର ଭୁବନେଶ୍ବର ମହାଦେବ ଓ ରେଙ୍ଘାଳର ରାଧାମାଧବ ମେଣ୍ଢା କୁଡିଆ ପଡ଼ିଆକୁ ବିମାନରେ ଯାଇଥାନ୍ତି । ଏହି ସମୟରେ ଅଞ୍ଚଳରେ ଥିବା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ରଙ୍ଗ ଖେଳିଥାନ୍ତି । ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ମିଳିମିଶି ହୋଲି ଉତ୍ସବ ପାଳନ କରି ଖୁସି ମନାଇଥାନ୍ତି । କେବଳ ଏହି ଅଞ୍ଚଳର ଲୋକମାନେ ଏଥିରେ ନିଜକୁ ସାମିଲ କରନ୍ତି ତାହା ନୁହେଁ ବରଂ ଆଖପାଖ ଅଞ୍ଚଳର ଲୋକଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ଲୋକମାନେ ନିଜକୁ ସାମିଲ କରିଥାନ୍ତି । ସେମାନଙ୍କ ସହିତ ଶୋଭାଯାତ୍ରାରେ ଯାଇ ଠାକୁରଙ୍କ ହରିହର ଭେଟରେ ନିଜକୁ ସାମିଲ କରିଥାନ୍ତି । ଏହି ପରମ୍ପରା ବହୁ ପୁରାତନ କାଳରୁ ରହିଆସିଛି । ଏଥିରେ ନିଜକୁ ସାମିଲ କରି ସମସ୍ତେ ଉତ୍ସାହିତ ଥିବା ସହ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଏହା ଭାଇଚାରାର ଉଦାହାରଣ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରଙ୍ଗର ପର୍ବ ହୋଲି, ସ୍ନେହ ଏବଂ ପ୍ରେମର ରଙ୍ଗ ଲଗାଉଛନ୍ତି ନୂଆପଡାବାସୀ - Holi 2024

ବର୍ଷକୁ ଥରେ ଦୋଳ ପୂର୍ଣ୍ଣିମାରେ ଏକାଠି ହୋଇଥାନ୍ତି ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକ। ଏଠାରେ ଦୀର୍ଘ ବର୍ଷ ଧରି ଦୋଳ ପୂର୍ଣ୍ଣିମା ପାଳନ ହେଉଥିବା ବେଳେ ହୋଲି ଓ ଦୋଳ ପୁର୍ଣ୍ଣିମା ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବନ୍ଧୁବାନ୍ଧବ ଘରକୁ ନିମନ୍ତ୍ରିତ ହୋଇ ଏହି ପର୍ବରେ ସାମିଲ ହୁଅନ୍ତି । ରେଙ୍ଘାଳରେ ଅନୁଷ୍ଠିତ ଦୋଳ ପର୍ବ ଭାଇଚାରାର ପର୍ବ ବୋଲି କୁହନ୍ତି ଉଭୟ ସମ୍ପ୍ରଦାୟ । ଦିନକୁ ଦିନ ସାମ୍ପ୍ରଦିୟିକତା ବଢ଼ି ଚାଲିଥିବା ବେଳେ ରେଙ୍ଘାଳ ବଡ଼ମାଛପୁର ଗ୍ରାମର ଉଭୟ ସମ୍ପ୍ରଦାୟ ଅନ୍ୟ ଅଞ୍ଚଳ ପାଇଁ ଉଦାହରଣ ପାଲଟିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.