ETV Bharat / state

SCBରେ ନର୍ସ ଓ ହାଉସ ସର୍ଜନ ବିବାଦ ଥମିଲା; ସମାଧାନ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି - Nurse and House Surgeon Dispute

author img

By ETV Bharat Odisha Team

Published : Jul 17, 2024, 10:17 PM IST

Nurse and House Surgeon Dispute: SCBରେ ନର୍ସ ଓ ହାଉସ ସର୍ଜନ ବିବାଦ ଯୋଗୁଁ ଆଜି ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା । ତେବେ ବିବାଦର ସମାଧାନ ପାଇଁ ଏସ୍‌ସିବି ମେଡିକାଲ ପ୍ରିନ୍ସିପାଲ ଅଫିସରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜନ କରାଯାଇ ଏଥିରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଯାହାପରେ ଥମିଛି ଆନ୍ଦୋଳନ । ଅଧିକ ପଢ଼ନ୍ତୁ

Nurse and House Surgeon Dispute
Nurse and House Surgeon Dispute (ETV Bharat Odisha)

କଟକ: ଏସସିବି ହାଉସ ସର୍ଜନ ଓ ନର୍ସିଂ ସଂଘ ବିବାଦ ଘଟଣା । ଆସନ୍ତାକାଲିଠୁ ସ୍ବାଭାବିକ ହେବ ରୋଗୀ ସେବା । ସ୍ଥଗିତ ରହିଲା ଉଭୟ ସଂଘର ଆନ୍ଦୋଳନ । ହାଉସ ସର୍ଜନ ଆସନ୍ତାକାଲିଠୁ ସମସ୍ତ କାର୍ଯ୍ୟରେ ଯୋଗଦେବେ । ସେହିଭଳି ନର୍ସିଂ ସଂଘ ମଧ୍ୟ କଳାବ୍ୟାଚ୍‌ ପିନ୍ଧି ଆନ୍ଦୋଳନ କରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏସ୍‌ସିବି ମେଡିକାଲ ପ୍ରିନ୍ସିପାଲ ଅଫିସରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସ୍‌ସିବି ସ୍ବାସ୍ଥ୍ୟ ବିକାଶ ସମିତି ତଥା ସିଏମ୍‌ସି କମିଶନର ବିଜୟ କୁମାର ଦାଶ ।

ବାଧାପ୍ରାପ୍ତ ହୋଇଥିଲା ରୋଗୀ ସେବା:-

ତେବେ ବଡ଼ ମେଡିକାଲରେ କାର୍ଯ୍ୟରତ ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆଜି ଉଗ୍ର ରୂପ ନେଇଥିଲା । ଗତକାଲି ଡକରା ଅନୁଯାୟୀ ଆଜିଠୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ ହାଉସ ସର୍ଜନ । ଆନ୍ଦୋଳନ ସମୟରେ ଏମରଜେନ୍ସି ଡ୍ୟୁଟି, ଲେବର ରୁମ, କାଜୁଆଲଟି ଓ NTC ଡ୍ୟୁଟି ଜାରି ରହିଥିଲା ବେଳେ ଆଉଟ୍‌ ଡୋର, ୱାର୍ଡ, ICU, OTରେ କାର୍ଯ୍ୟ ବନ୍ଦ ରଖିଥିଲେ ହାଉସ ସର୍ଜନ । ଏପରିକି ଆଜି ଜୁନିୟର ଡାକ୍ତର ସଂଘ ଓ ରେସିଡେନ୍ସ ଡାକ୍ତର ସଂଘ, ହାଉସ ସର୍ଜନ ସଂଘକୁ ସମର୍ଥନ ଜଣାଇଥିଲେ । ଯାହାଫଳରେ ରୋଗୀ ସେବା କିଛିମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା ।

ଅନ୍ୟପଟେ ନର୍ସିଂ ସଂଘ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ କଳାବ୍ୟାଚ ଧାରଣ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ରୋଗୀ ସେବା ବାଧାପ୍ରାପ୍ତ ନକରି ଆନ୍ଦୋଳନ ଜାରି ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ ନର୍ସିଂ ସଂଘ । ନର୍ସିଂ ସଂଘ ସମ୍ପାଦିକା ସରୋଜିନୀ ଜେନା କହିଥିଲେ, "ଜଣେ ନର୍ସିଂ ଷ୍ଟାଫ କାର୍ଯ୍ୟ କରୁଥିବାବେଳେ ତାଙ୍କୁ 10 ଜଣ ହାଉସ ସର୍ଜନ ଦୁର୍ବ୍ୟବହାର କରିବା ଏକ ନିନ୍ଦନୀୟ ଘଟଣା । ତେଣୁ ଯଦି ଉକ୍ତ ସର୍ଜନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ, ତେବେ ଆସନ୍ତା 24 ତାରିଖରୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟବନ୍ଦ କରିବୁ ।"

କଣ ଥିଲା ଘଟଣା ?

ଗତ ରବିବାର ସନ୍ଧ୍ୟାରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ ହୋଇଥିଲା ବଚସା । ନର୍ସିଂ କର୍ମଚାରୀଙ୍କୁ ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଶତାଧିକ ନର୍ସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଗତକାଲି ଘେରାଉ କରିଥିଲେ । ସେହିଭଳି ନର୍ସିଂ କର୍ମଚାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଜୁନିଅର୍ ଡାକ୍ତର । ତେବେ ଏହି ଦିଗରେ କୌଣସି ପ୍ରତିକ୍ରିୟା ରଖି ନଥିଲେ ମେଡିକାଲ କର୍ତ୍ତୃପକ୍ଷ । ତେବେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହାଉସ ସର୍ଜନ ଓ ନର୍ସିଂ କର୍ମଚାରୀଙ୍କ ଭିତରେ ଚାଲିଥିବା ବିବାଦ ଧିରେ ଧିରେ ଉଗ୍ର ରୂପ ଧାରଣ କରିବାକୁ ଲାଗିଲା । ରବିବାର ଠାରୁ ଉଭୟ ଉଭୟଙ୍କ ବିରୋଧରେ ଆରୋପ ପ୍ରତ୍ୟାରୋପ କରି ଏସ୍‌ସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ । ହେଲେ ଏନେଇ କୌଣସି ସମାଧାନ ନହେବାରୁ ଗତକାଲି ଶତାଧିକ ନର୍ସିଂ କର୍ମଚାରୀ ଏସ୍‌ସିବି ଅଧିକ୍ଷକଙ୍କ କାର୍ଯ୍ୟଳୟରେ ଧାରଣା ଦେବା ସହ ଦୀର୍ଘ ସମୟ ଧରି ହୋହଲ୍ଲା କରିଥିଲେ ।

ଏହି ବିବାଦର ସମାଧାନ ପାଇଁ ଅଧିକ୍ଷକଙ୍କ ଉଚ୍ଚସ୍ତରୀୟ କମିଟି ବୈଠକ ଚାଲିଥିବାବେଳେ ଅଭିଯୋଗକାରିଣୀଙ୍କ ସମେତ ଶତାଧିକ ନର୍ସ ଅଧିକ୍ଷକଙ୍କ କକ୍ଷ ଭିତରକୁ ଧସେଇ ପଶିଥିଲେ । ସେହିଦିନ ରକ୍ତ ଦେବାକୁ ନେଇ ହୋଇଥିବା ପାଟିତୁଣ୍ଡ ପରେ 10ରୁ ଊର୍ଦ୍ଧ୍ବ ହାଉସ ସର୍ଜନ ଆସି ଉକ୍ତ ନର୍ସଙ୍କୁ କବାଟ ବନ୍ଦ କରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ଏହି ଘଟଣାରେ ହାଉସ ସର୍ଜନମାନେ ମଧ୍ୟ ଆଜି ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ଗୋଟିଏ ପଟେ ଅଧିକ୍ଷକଙ୍କ କାର୍ଯ୍ୟଳୟରେ ଶତାଧିକ ହାଉସ ସର୍ଜନ ମଧ୍ୟ ଅଫିସ ପରିସରରେ ଉପସ୍ଥିତ ରହି କାର୍ଯ୍ୟବନ୍ଦ ଡାକରା ଦେଇଥିଲେ ।

ଉଚ୍ଚସ୍ତରୀୟ କମିଟି ଗଠନ ପରେ ଥମିଲା ବିବାଦ:-

ଏହି ବିବାଦକୁ ନେଇ ଏସ୍‌ସିବି ମେଡିକାଲ ପ୍ରିନ୍ସିପାଲ ଅଫିସରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଏକ ଉଚ୍ଚସ୍ତରୀୟ କମିଟି ଆଜି ଗଠନ କରାଯାଇଛି । ଫଳରେ ସମାଧାନର ବାଟ ବହାରିପାରିବ ବୋଲି ସୂଚନା ରଖିଛନ୍ତି ଏସ୍‌ସିବି ହେଲଥ୍‌ ଚେୟାରମ୍ୟାନ । ଉଭୟ ସଂଘର ଆନ୍ଦୋଳନ ସ୍ଥଗିତ ରହିବା ଫଳରେ ଆସନ୍ତାକାଲିଠୁ ସ୍ବାଭାବିକ ହେବ ରୋଗୀ ସେବା । ହାଉସ ସର୍ଜନ ଆସନ୍ତାକାଲିଠୁ ସମସ୍ତ କାର୍ଯ୍ୟରେ ଯୋଗଦେବେ । ସେହିଭଳି ନର୍ସିଂ ସଂଘ ମଧ୍ୟ କଳାବ୍ୟାଚ୍‌ ପିନ୍ଧି ଆନ୍ଦୋଳନ କରିବା ନିଷ୍ପତ୍ତିରୁ ଓହରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ SCBରେ 250 ହାଉସ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀ ସେବା ନେଇ ଚିନ୍ତା - SCB House Surgeons

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.