ETV Bharat / state

ବାତ୍ୟା ମୁକାବିଲାରେ ରାଜନୈତିକ ଟ୍ରେଣ୍ଡ, ପ୍ରମୁଖ ଦଳ ଜାରି କଲେ ହେଲ୍ପଲାଇନ ନମ୍ବର

ବାତ୍ୟାକୁ ନେଇ ଶାସକ ବିଜେପି ସହ ବିରୋଧୀ ବିଜେଡି କଂଗ୍ରେସ ଜାରି କଲେ ହେଲ୍ପଲାଇନ ନମ୍ବର । ଲୋକଙ୍କ ସହ ଯୋଡି ହେବାକୁ ରାଜନୈତିକ ଦଳଗୁଡିକ ପ୍ରୟାସ ।

HELPLINE NUMBER FOR CYCLONE DANA
HELPLINE NUMBER FOR CYCLONE DANA (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ବାତ୍ୟା ମୁକାବିଲାରେ ରାଜନୈତିକ ଟ୍ରେଣ୍ଡ । ବାତ୍ୟା ମୁକାବିଲା ପାଇଁ ସରକାର ଯେତିକି ଚିନ୍ତିତ ଅଛନ୍ତି ରାଜ୍ୟରେ ବିରୋଧୀ ଦଳମାନେ ମଧ୍ୟ ସେତିକି ପ୍ରୟାସ ଚଳାଇଛନ୍ତି । ରାଜ୍ୟ ସରକାର ବାତ୍ୟାକୁ ଘନଘନ ସମୀକ୍ଷା ବୈଠକ କରୁଥିବା ବେଳେ ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟ ପଛରେ ପଡିନାହାନ୍ତି । ଲୋକଙ୍କ ସହ ଯୋଡି ହେବାକୁ ବିରୋଧୀ ଦଳ ଗୁଡିକ ପ୍ରୟାସ ଜାରି ରଖିଛନ୍ତି । କ୍ଷମତାରେ ଥିବା ବିଜେପି ଓ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ପୃଥକ ପୃଥକ୍ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି ।

ବିଜେପି ହେଲ୍ପଲାଇନ ନମ୍ବର:

ବାତ୍ୟା ଲାଗି ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ ଘୋଷଣା କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବାତ୍ୟା ପାଇଁ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ । ଦଳ, ମତ ନିର୍ବିଶେଷରେ ସମସ୍ତେ ଏହି ବିପର୍ଯ୍ୟୟକୁ ମୁକାବିଲା କରିବାକୁ ଆଗେଇ ଆସନ୍ତୁ ବୋଲି ଅନୁରୋଧ କରିଛନ୍ତି ରାଜ୍ୟ ସଭାପତି । ଲୋକଙ୍କ ସେବା ପାଇଁ ସମସ୍ତ ବିଧାୟକ, ସାଂସଦ, କାର୍ଯ୍ୟକର୍ତା ଆଗେଇ ଆସିବେ । ବିଜେପି ଜାରି କରିଛି ହେଲ୍ପ ଲାଇନ ନମ୍ବର 06742393984 । ବାତ୍ୟା ସମୟରେ ଯେମିତି ବି ଜଣେ ଲୋକ ଓଳିଏ ଖାଇବାରୁ ବଞ୍ଚିତ ନ ରହିବେ, ସେ ନେଇ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସଭାପତି । କଳାବଜାରୀଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ, ସରକାରଙ୍କ ସହିତ ଆଲୋଚନା କରିଛନ୍ତି ।

CYCLONE DANA BJP HELPLINE NUMBER (ETV Bharat Odisha)
ସରକାର ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ:

ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଆସିଛି । ଯାହାକୁ ସମସ୍ତେ ଦୃଢତାର ସହ ସାମ୍ନା କରିବା । ବାତ୍ୟା ପାଇଁ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ । ଲୋକଙ୍କ ସେବା ପାଇଁ ସମସ୍ତ ବିଧାୟକ, ସାଂସଦ, କାର୍ଯ୍ୟକର୍ତା ଆଗେଇ ଆସିବେ । ଦଳ, ମତ ନିର୍ବିଶେଷରେ ସମସ୍ତେ ଏହି ବିପର୍ଯ୍ୟୟକୁ ମୁକାବିଲା କରିବାକୁ ଆଗେଇ ଆସନ୍ତୁ । ମୁକାବିଲା କରିବା ପାଇଁ ସବୁ ସାମାଜିକ ସଂଗଠନ ଆଗେଇ ଆସନ୍ତୁ । ସରକାର ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ହେଲ୍ପ ଲାଇନ ନମ୍ବର 06742393984 ଜାରି କରାଯାଇଛି ।"

CYCLONE DANA BJD HELPLINE NUMBER (ETV Bharat Odisha)

ବାତ୍ୟାକୁ ନେଇ ନବୀନଙ୍କ ବାର୍ତ୍ତା:

ସେପଟେ ବାତ୍ୟାକୁ ନେଇ ସାମ୍ନାକୁ ଆସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ପରିପ୍ରେକ୍ଷୀରେ ଲୋକଙ୍କୁ ବିରୋଧୀ ଦଳ ନେତା କରିଛନ୍ତି ନିବେଦନ । ଭୟ ନକରି ସଜାଗ ରହିବାକୁ ନବୀନ ଦେଇଛନ୍ତି ପରାମର୍ଶ । ଜୀବନ ଅମୂଲ୍ୟ ତେଣୁ ପ୍ରଶାସନକୁ ପୁରା ସହଯୋଗ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି । ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରୀ କରିଛନ୍ତି । ନବୀନ କହିଛନ୍ତି, "ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ । ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ ବାତ୍ୟାର ମୁକାବିଲା କରିଛେ । ଆମର ଏକ ବହୁତ effective disaster management policy ଅଛି । ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ବାତ୍ୟା ପାଇଁ ଆପଣ ମାନେ ଭୟଭୀତ ହୁଅନ୍ତୁ ନାହିଁ । ସଜାଗ ରୁହନ୍ତୁ । ଜୀବନ ଅମୁଲ୍ୟ । ନିରାପଦ ରୁହନ୍ତୁ । ବାତ୍ୟା ମୁକାବିଲାରେ ପ୍ରଶାସନକୁ ପୁରା ସହଯୋଗ ଦିଅନ୍ତୁ ।"

ସଜାଗ ରହିବାକୁ ନବୀନଙ୍କ ନିର୍ଦ୍ଦେଶ:

ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, "ସବୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ମୋର ଅନୁରୋଧ ଆପଣମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ ସାହାଯ୍ୟ କରନ୍ତୁ । ମୋର ଦୃଢ଼ ବିଶ୍ୱାସ ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ଦାନାର ସଫଳ ମୁକାବିଲା କରିପାରିବା ।" ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱିତ ଭାବେ ବାତ୍ୟା ମୁକାବିଲା କରିବା ପାଇଁ ବିଧାୟକ ଓ ବିଧାୟିକାଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହିତ ରିଲିଫ ଓ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଧାୟକ ଓ ବିଧାୟିକାମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଉପସ୍ଥିତ ରହିବା ଆବଶ୍ୟକ । ସମସ୍ତ ବିଧାୟକ ଓ ବିଧାୟିକା ନିଜ ନିଜ ଅଞ୍ଚଳବାସୀଙ୍କ ସହିତ ରହି ସେମାନଙ୍କୁ ଆବଶ୍ୟକୀୟ ସହାୟତା ଦେବା ପାଇଁ ଯଥା ସମ୍ଭବ ଚେଷ୍ଟିତ ହୁଅନ୍ତୁ ।"

CONGRESS TOLL FREE CYCLONE DANA (ETV Bharat Odisha)

ସହଯୋଗର ହାତ ବଢାଇଲା ରାଜ୍ୟ କଂଗ୍ରେସ:

ସେପଟେ ବାତ୍ୟା ପାଇଁ ସହଯୋଗର ହାତ ବଢାଇଲା ରାଜ୍ୟ କଂଗ୍ରେସ । ଅସହାୟ ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ । ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସଚେତନତା ସହ ଭଦ୍ରକ, ପୁରୀ ଏବଂ ଉପକୂଳ ଓଡିଶାର ବିଭିନ୍ନ ଅଞ୍ଚଳ ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ବାତ୍ୟା 'ଦାନା' ଦ୍ଵାରା ପ୍ରଭାବିତ ହେବାକୁ ଥିବା ଓଡିଶା ଏବଂ ବିଶେଷକରି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର କ୍ଷତି ଗ୍ରସ୍ତ ଲୋକଙ୍କୁ ଆବଶ୍ୟକୀୟ ସାହାଯ୍ୟ ଓ ସହଯୋଗ ପାଇଁ କଂଗ୍ରେସ ପ୍ରସ୍ତୁତି କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଉଗ୍ରରୂପ ଧାରଣ କରିବ ବାତ୍ୟା 'ଦାନା'; ସମୁଦ୍ର ଅଶାନ୍ତ, ବଢୁଛି ବର୍ଷା-ପବନ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ କାହିଁକି ବାରମ୍ବାର ମାଡ଼ ହେଉଛି ବାତ୍ୟା ? ବଙ୍ଗୋପସାଗର ଆଶୀର୍ବାଦ ନା ଅଭିଶାପ, କଣ କହିଲେ IIT ପ୍ରଫେସର...

ଏହା ମଧ୍ୟ ପଢ଼ନ୍ତୁ...ଲାଇଭ CYCLONE 'DANA' UPDATES: ପାରାଦ୍ବୀପରୁ ମାତ୍ର ଶହେ କିମି ଦୂରରେ ଭୀଷଣ ବାତ୍ୟା, ବଢିଲାଣି ବର୍ଷା ପରିମାଣ ଓ ପବନ ବେଗ

ଭଣ୍ଡାରିପୋଖରୀ ବ୍ଲକ:

ଗୁରୁ ପ୍ରସାଦ ଗିରି-ଭଣ୍ଡାରିପୋଖରୀ (୮୦୯୩୭୪୦୨୩୦), ଜ୍ଞାନ ରଞ୍ଜନ ଦାସ-ଦକ୍ଷିଣାବାଦ (୮୨୪୯୪୦୭୧୯୬),
ବିବେକାନନ୍ଦ ମଲ୍ଲିକ-ସୋଲାମପୁର (୭୩୨୬୮୭୨୧୭୨), ଅନିରୁଦ୍ଧ ଜେନା-ରାଜେନ୍ଦ୍ରପୁର (୮୨୪୯୯୩୮୧୦୪), ମିହିର ରାଉତ-ଝୁଟୁନା (୭୦୧୬୧୮୭୦୮୩), ସତ୍ୟବାନ ଦାସ-ଜଲାମୁଣ୍ଡା(୯୩୩୭୪୧୩୬୨୭), ଅଭିଷେକ ଜେନା-ସନସାସନା(୯୬୫୮୨୦୭୦୬୦), ପ୍ରଭାତ ସାହୁ-ରାମଚନ୍ଦ୍ରପୁର(୮୬୫୮୬୭୧୧୧୭), ଶ୍ୟାମ ସୁନ୍ଦର ସେନାପତି-ଟେସିଙ୍ଗା(୮୯୧୭୩୧୯୦୪୩), ସୌମ୍ୟ ରଞ୍ଜନ ପାହି-ନାମି(୮୯୧୭୩୧୯୦୪୩), ତପନ କୁମାର ଦାସ-ମଞ୍ଜୁରୀ(୯୧୭୮୭୧୧୭୦୦), ବଳରାମ ବିଶ୍ୱାଳ-ପାତୁଲି(୯୩୩୭୫୯୩୬୪୭), ଅଭିରାମ ଜେନା-ବାଲିପୋଖରୀ(୯୯୩୮୩୬୬୨୨୮), ଦୀପ୍ତି ରଞ୍ଜନ ନାୟକ-ରହଣିଆ(୯୩୪୮୫୯୯୬୦୩), ରାଜେଶ ସେଠୀ-ଭଣ୍ଡାରିପୋଖରୀ(୯୧୭୮୨୦୬୮୮୪) ।

ବନ୍ତ୍ ବ୍ଲକ:
ରାଜ କିଶୋର ସ୍ୱାଇଁ (୯୯୩୭୨୮୪୪୯୬/୭୯୭୮୮୨୦୫୨୯), ଜ୍ୟୋତି ରଞ୍ଜନ ନାୟକ (୯୭୭୬୧୬୪୨୯୨/୯୧୭୮୬୫୦୫୩୯), ଦେବଦତ୍ତ ଜଗଜିତ ଜେନା (୯୪୩୯୫୫୫୮୧୬), ସନ୍ଦୀପ କୁମାର ଜେନା(୯୪୩୮୬୦୦୬୭୭), ରବି ନାରାୟଣ ମହାନ୍ତି(୯୩୩୭୫୦୦୨୯୮), ରାଜ କିଶୋର ପଣ୍ଡା(୭୦୦୮୮୩୨୨୩୨/୯୩୩୮୪୮୦୩୦୩), ସତ୍ୟବାନ ଦାସ(୯୯୩୭୦୭୬୬୫୭), ପ୍ରିୟ ନାଥ ନାୟକ(୭୦୦୮୮୪୨୫୨୭), ରହେବର ଅଲ୍ଲୀ(୯୬୫୮୨୫୮୯୯୦), ପ୍ରଦୀପ୍ତ ନାୟକ(୯୯୩୭୭୦୨୦୫୮), ସାଦ ସିଦ୍ଦିକି(୬୩୭୧୬୬୫୨୮୯) ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.