ETV Bharat / state

ଟଙ୍କା ପାଇଁ ଅଟକିଛି ଝିଅର ଅପରେସନ; ସହାୟତା ଲାଗି ବାପାମାଆଙ୍କ ଆକୁଳ ନିବେଦନ

author img

By ETV Bharat Odisha Team

Published : Feb 21, 2024, 11:16 AM IST

Balasore Pratikshya Needs Help: ଏପ୍ଲାଷ୍ଟିକ ଏନିମିଆ ରୋଗରେ ପୀଡିତ ବାଲେଶ୍ୱର ବାରବାଟି ଅଞ୍ଚଳର ପ୍ରତୀକ୍ଷା । ଅପରେସନ ପାଇଁ ସହାୟତା ମାଗୁଛନ୍ତି ବାପାମାଆ । ଅଧିକ ପଢ଼ନ୍ତୁ

ବାଲେଶ୍ବର ବାରବାଟି ପ୍ରତୀକ୍ଷା
ବାଲେଶ୍ବର ବାରବାଟି ପ୍ରତୀକ୍ଷା
ବାଲେଶ୍ବର ବାରବାଟି ପ୍ରତୀକ୍ଷା

ବାଲେଶ୍ୱର: ଦୁଇ ଝିଅଙ୍କୁ ନେଇ ଖୁସିର ସଂସାର ଚାଲିଥିଲା । ଆର୍ଥିକ ପରିସ୍ଥିତି ସେତେଟା ସ୍ୱଚ୍ଛଳ ନଥିଲେ ମଧ୍ୟ ସବୁବେଳେ ପରିବାରରେ ହସଖୁସି ଲାଗି ରହୁଥିଲା । ସ୍ନେହ ମମତାର ସୂତାରେ ବନ୍ଧା ହୋଇ ଚାରି ପ୍ରାଣୀ କୁଟୁମ୍ବ ବେଶ ଖୁସିରେ ଦିନ କାଟୁଥିଲେ । ହେଲେ ହଠାତ୍ ଏମିତି ଏକ ଖବର ମିଳିଲା ଯାହା ଶୁଣି ସବୁ ଖୁସି ଯେମିତି ମିଳେଇଗଲା । 9 ବର୍ଷର ଝିଅ ଶରୀରରେ ଏମିତି ରୋଗ ଚିହ୍ନଟ ହେଲା ଯେ, ଯାହାକୁ ଭଲ କରିବା ଅତ୍ୟନ୍ତ ବ୍ୟୟବହୁଳ । ରୋଗ ନିରୂପଣ ପରେ ଏବେ ବାପାମାଆ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ବେଳେ କେମିତି ଝିଅକୁ ଭଲ କରିବେ ସେନେଇ ଚିନ୍ତାରେ ପଡିଛନ୍ତି । ଆଉ ଏଥିପାଇଁ କାନ୍ଦି କାନ୍ଦି ସହାୟତା ମାଗିଛନ୍ତି । ଏମିତି ଦୁଃଖର ପାହାଡ଼ ତଳେ ଚାପି ହୋଇଛନ୍ତି ବାଲେଶ୍ଵର ସହରର ବାରବାଟି ଅଞ୍ଚଳର ଅମିତ କୁମାର କରଙ୍କ ପରିବାର ।

ଅମିତ ଏବଂ ପତ୍ନୀ ସୁପ୍ରିତାଙ୍କ ଦୁଇଟି ଝିଅ । ବଡ଼ ଝିଅ ପ୍ରତୀକ୍ଷା ଏବେ 9 ବର୍ଷର ହୋଇଥିବା ବେଳେ ଷ୍ଟାଣ୍ଡର୍ଡ଼ 4ରେ କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି । ଗତ ଡିସେମ୍ବର ମାସ 25 ତାରିଖରେ ପ୍ରତୀକ୍ଷା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଅମିତ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ମାତ୍ର ପ୍ରତୀକ୍ଷାଙ୍କ କଷ୍ଟ ଆହୁରି ବଢିବା ଯୋଗୁଁ ତାଙ୍କୁ ଭୁବନେଶ୍ୱର ପରେ ଦିଲ୍ଲୀର ବିଭିନ୍ନ ଡାକ୍ତରଙ୍କ ପାଖରେ ଚିକିତ୍ସିତ କରାଇଥିଲେ । ଶେଷରେ ଡାକ୍ତରୀ ପରୀକ୍ଷା ପରେ ପ୍ରତୀକ୍ଷା ଏପ୍ଲାଷ୍ଟିକ ଏନିମିଆ ରୋଗରେ ପୀଡିତ ଥିବା ଜଣାପଡ଼ିଥିଲା । ଏହି ରୋଗରେ ବୋନ ମ୍ୟାରୋରେ ରକ୍ତ ସଞ୍ଚାଳନ ହୋଇନପାରି ତାହା ସମ୍ପୂର୍ଣ୍ଣ ଶରୀର ଉପରେ ପ୍ରଭାବ ପକାଇଥାଏ । ଏଥିପାଇଁ ଅସ୍ତ୍ରୋପଚାର ମାଧ୍ୟମରେ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଆଉ ଏଥିପାଇଁ ପ୍ରାୟ 50 ଲକ୍ଷ ଟଙ୍କା ଖର୍ଚ୍ଚ ହେବା ନେଇ ବ୍ୟୟ ଆକଳନ କରାଯାଇଛି ।

ଅମିତ ଜଣେ ଠିକା କର୍ମଚାରୀ ଭାବେ ଭଦ୍ରକ ମେଡିକାଲରେ ଚାକିରି କରୁଥିବା ବେଳେ ଏତେ ଟଙ୍କା କେଉଁଠୁ ଆଣିବେ ଏବଂ ଝିଅର କେମିତି ଚିକିତ୍ସା କରାଇବେ ସେହି ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଅନ୍ୟପଟେ ଡାକ୍ତର ଆସନ୍ତା ମାସରେ ଏହି ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିବା ବେଳେ ଅମିତଙ୍କ ପାଖରେ ଟଙ୍କା ନାହିଁ । ପାଖରେ ଯାହା କିଛି ଟଙ୍କା ଥିଲା ସେସବୁ ଝିଅ ପାଇଁ ଖର୍ଚ୍ଚ କରିସାରିଛନ୍ତି । ସରକାରୀ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ନଥିବାରୁ ସେ ସୁବିଧା ମଧ୍ୟ ପାଇବାରେ ସେ ବଞ୍ଚିତ ହୋଇଛନ୍ତି । ଏହାରି ଭିତରେ ଘର ଛାଡ଼ି ପ୍ରତୀକ୍ଷାର ମାଉସୀ ଘରେ ଯାଇ ରହୁଛନ୍ତି ସପରିବାର । ସେହିଠାରେ ପ୍ରତୀକ୍ଷା କିଛି ମାତ୍ରାରେ ମାନସିକ ଶାନ୍ତି ପାଉଥିବା କଥା ବାପା ଅମିତ କହିଛନ୍ତି ।

ଏସବୁ ପରିସ୍ଥିତି ଭିତରେ ବାଲେଶ୍ଵର ସହରର କିଛି ବୁଦ୍ଧିଜୀବୀ ତଥା ସହୃଦୟ ବ୍ୟକ୍ତିବିଶେଷମାନେ ଅମିତଙ୍କ ଘରେ ପହଞ୍ଚି ପ୍ରତୀକ୍ଷାଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି । ସହାୟତା ମିଳୁଛି ସତ ହେଲେ ପ୍ରତୀକ୍ଷାଙ୍କ ଏହି ଅସ୍ତ୍ରୋପଚାର ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବା ଯୋଗୁଁ ଓଡିଶାବାସୀଙ୍କୁ ସହାୟତା ପାଇଁ କାନ୍ଦି କାନ୍ଦି ନିବେଦନ କରିଛନ୍ତି ବାପାମାଆ । ଝିଅର ଏମିତି ଅବସ୍ଥା ଯୋଗୁଁ ବର୍ତ୍ତମାନ ଘରେ ଚୁଲି ଜଳିବା କଷ୍ଟ ହୋଇଯାଉଛି । ପ୍ରତୀକ୍ଷାଙ୍କ ଚିକିତ୍ସା ପାଇଁ ସୋସିଆଲ ମିଡିଆଠାରୁ ଆରମ୍ଭ କରି ହ୍ଵାଟ୍ସଆପ ଗ୍ରୁପରେ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମେଡିକାଲରେ ରୋଗିଣା ପୁଅ; ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ବାପାମାଆଙ୍କ ଆକୁଳ ନିବେଦନ

ଯଦି ପ୍ରତୀକ୍ଷାଙ୍କ ଚିକିତ୍ସା ପାଇଁ କେହି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ତାଙ୍କ ବାପା ଅମିତ କୁମାର କରଙ୍କ ଗୁଗଲ-ପେ କିମ୍ବା ଫୋନେ-ପେ ନମ୍ବର 9238994356 ସହାୟତା ରାଶି ପଠାଇ ପାରିବେ ।

ଏହାସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟ

BANK- STATE BANK OF INDIA

A/C NO- 10541718679

IFSC- SBIN0006933ରେ ମଧ୍ୟ ସହାୟତା ରାଶି ପଠାଇ ପାରିବେ ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.